ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ସ୍ବରୂପ ବାଲେଶ୍ବର ଓ ବିଜୟ ତିର୍ତ୍ତୋଲ ପ୍ରାର୍ଥୀ

0

ଭୁବନେଶ୍ବର: ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଗୋଟିଚାଳନାରେ ବିଜେଡି ଆଜି ସ୍ବରୂପ ଦାସଙ୍କୁ ବାଲେଶ୍ବର ଆସନରୁ ପ୍ରାର୍ଥୀ କରିଛି। ପୂର୍ବତନ ସାଂସଦ ରବି ଜେନାଙ୍କ ସପକ୍ଷରେ ଜନମତ ସର୍ଭେ ଥିଲେ ବି ଦଳରେ ଜୀବନ ପ୍ରଦୀପ ଦାସ ଗୋଷ୍ଠୀଙ୍କ କଡ଼ା ବିରୋଧ କାରଣରୁ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେବାକୁ ବିଜେଡି ବାଧ୍ୟ ହୋଇଛି। ଶେଷ ମୁହୂର୍ତ ପର୍ଯ୍ୟନ୍ତ ଶ୍ରୀ ଜେନା ତାଲିକାର ଆଗରେ ଥିଲେ। ତେବେ ଏଭଳି ପ୍ରାର୍ଥୀ ଦେଇ ରାଜନୀତିରେ ଏକ କଡ଼ା ଟକ୍କର ଓ ଚ୍ୟାଲେଞ୍ଜକୁ ଆହ୍ବାନ କରିଛି ଦଳ।

ସେହିଭଳି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଆସନ ପାଇଁ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଛନ୍ତି। ଆଜି ନବୀନ ପଟ୍ଟନାୟକ ଏହା ଉପରେ ମୋହର ଲଗାଇ ଉଭୟ ଜିଲ୍ଲାର ସଭାପତିଙ୍କୁ ଟିକେଟ୍ ଧରାଇଛନ୍ତି।

ଜଣେ ନିର୍ବିବାଦୀୟ ପ୍ରାର୍ଥୀ ଭାବେ ତାଙ୍କୁ ପ୍ରାର୍ଥୀ କରାଯାଇଥିଲେ ହେଁ, ଏହା ଦଳର ପ୍ରଭାବୀ ଗୋଷ୍ଠୀକୁ ଅସନ୍ତୁଷ୍ଟ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.