ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ହାଇକମାଣ୍ଡଙ୍କୁ ଛାଡି ବିଜେଡି କର୍ମୀ ନେଲେ ନିଷ୍ପତ୍ତି

0
  • ପିପିଲିରେ ମହାରଥୀଙ୍କ ପରିବାରର କେହି ଜଣେ ପ୍ରାର୍ଥୀ ହେବେ
  • ପରିବାରବାଦ ଆଡକୁ ପୁଣି ପାଦେ ଆଗେଇ ଚାଲିଲା ବିଜେଡି
  • ଗୋଟିଏ ସମୟରେ କଂଗ୍ରେସ କ୍ଷମତାରୁ ଯାଇଥିଲା, ତଥାପି ଚେତିନି
  • ବିଜେପି ବି ସେହି ରାସ୍ତାରେ, ତିର୍ତ୍ତୋଲ-ବାଲେଶ୍ବରରେ ଚାଲିଛି ଭୋଟ
  • ଉପନିର୍ବାଚନରେ ଅନୁକମ୍ପା ପାଇଁ ବଡ଼ କୌଶଳ ବୋଲି ଭାବୁଛନ୍ତି ନେତା

ଭୁବନେଶ୍ବର: ପରିବାରବାଦ ରାଜନୀତି ପାଇଁ ଗୋଟିଏ ସମୟରେ କଂଗ୍ରେସକୁ ବହୁ ମୂଲ୍ୟ ଦେବାକୁ ପଡିଥିଲା। ଏପରିକି କ୍ଷମତା ରାଜନୀତିରୁ ଯିବାର ଅନେକ କାରଣ ମଧ୍ୟରୁ ଏହା ବି ଗୋଟିଏ ପ୍ରମୁଖ କାରଣ ବୋଲି କୁହାଯାଇପାରେ। ଏବେ କିନ୍ତୁ ପରିବାରବାଦ ରାଜନୀତି ଆଡକୁ ଉଭୟ ଶାସକ ଓ ବିରୋଧୀ ବିଜେପି ଧାଇଁଛନ୍ତି। ଉପନିର୍ବାଚନ ବେଳେ ଅନୁକମ୍ପା ଗୋଟାଇବାକୁ ଏହାକୁ ଏକ ବଡ କୌଶଳ ଭାବେ ଗ୍ରହଣ କରାଯାଉଛି।

ସଂପ୍ରତି ବାଲେଶ୍ବରରେ ପୂର୍ବତନ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଏବେ ବିଜେପି ପ୍ରାର୍ଥୀ। ସେଠାରେ ଆଜି (ମଙ୍ଗଳବାର) ଚାଲିଥିବା ଭୋଟଗ୍ରହଣ କାର୍ଯ୍ୟକ୍ରମରେ କଡା ଟକ୍କର ଦେଉଛନ୍ତି ବିଜେଡିକୁ। ବିଜେପିର ଏଭଳି ସହଜ ସ୍ଥିତି ପଛରେ ମଙ୍ଗୁ ଦତ୍ତଙ୍କ ପ୍ରତି ଥିବା ଅନୁକମ୍ପା ଏକ ବଡ଼ ଭୂମିକା ରଖେ। ଏପଟେ ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବି ବିଜେଡି ପ୍ରାର୍ଥୀ କରିଛି ତିର୍ତ୍ତୋଲ ଆସନରେ। ଉଭୟ ଆସନରେ ବିଧାୟକଙ୍କ ପରିବାର ବର୍ଗକୁ ପ୍ରାର୍ଥୀ କରିବା ଲାଗି ବିଜେଡି-ବିଜେପି ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଏଥିରେ ଉଭୟ ରାଜନୈତିକ ଦଳ ସଫଳ ହେବେ କି ନାହିଁ, ତାହା ଆସନ୍ତା ୧୦ ତାରିଖ ଭୋଟ ଗଣତି ବେଳେ ନିର୍ଣ୍ଣୟ ହେବ।

ଏପଟେ କିନ୍ତୁ ବାଲେଶ୍ବର ଓ ତିର୍ତ୍ତୋଲ ପାଣିପାଗ ସରଗରମ ଥିବା ବେଳେ ବିଜୁ ଜନତା ଦଳର କର୍ମୀ ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଯେ ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରରୁ ହିଁ ଜଣକୁ ଦଳୀୟ ପ୍ରାର୍ଥୀ ଭାବେ ଆଗକୁ ଆସୁଥିବା ଉପନିର୍ବାଚନରେ ପ୍ରାର୍ଥୀ କରାଯିବ। ତାଙ୍କ ପତ୍ନୀ ପ୍ରତିଭା ମହାରଥୀ ହୁଅନ୍ତୁ କି ପୁଅ ରୁଦ୍ରପ୍ରତାପ; ସେମାନଙ୍କ ପରିବାରରେ ଯାହାକୁ ପ୍ରାର୍ଥୀ କରିବେ ବୋଲି ସ୍ଥିର କରିବେ, ବିଜୁ ଜନତା ଦଳର କର୍ମୀ ତାଙ୍କୁ ସମର୍ଥନ ଦେବେ। ଅନ୍ୟପଟରେ ସୋସିଆଲ ମିଡ଼ିଆରେ ମହାରଥୀଙ୍କ ଜ୍ବାଇଁ ଶୁଭେନ୍ଦୁଙ୍କ ନାମ ବି ଚର୍ଚ୍ଚାକୁ ଆସିଛି। ଏ କ୍ଷେତ୍ରରେ ବିଜେଡି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେମାନେ ଅପେକ୍ଷା କରିନାହାନ୍ତି। ସ୍ବାଭାବିକ ଭାବେ ଯିଏ ଯେତେବେଳେ ପ୍ରାର୍ଥୀ ହୋଇଥାନ୍ତି, ବିଜେଡି ଚରିତ୍ରରେ ସବୁକିଛି ହାଇକମାଣ୍ଡଙ୍କ ନାମରେ ହିଁ ମୋହର ଲାଗିଥାଏ। ସମ୍ଭବତଃ ଏଠାରେ କର୍ମୀ ତାଙ୍କ ନେତାଙ୍କୁ ବାଛି ହାଇକମାଣ୍ଡଙ୍କୁ ଜଣାଇ ଦେଇଛନ୍ତି ଯେ ତାଙ୍କ ନିଷ୍ପତ୍ତି ସହିତ ବିଜେଡିର ଶୀର୍ଷ ନେତୃତ୍ବକୁ ଯିବାକୁ ହେବ।

ପିପିଲିରୁ ୭ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଏବଂ ଦୁଇ ଦୁଇ ଥର ମନ୍ତ୍ରୀ ହୋଇଥିବା ଶ୍ରୀ ମହାରଥୀଙ୍କ ଜୀବିତାବସ୍ଥାରେ ବି ତାଙ୍କ ପତ୍ନୀ ପ୍ରତିଭାଙ୍କ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଗତ ନିର୍ବାଚନରେ ମହାରଥୀଙ୍କ ବଦଳରେ ତାଙ୍କ ପତ୍ନୀ ପ୍ରତିଭାଙ୍କୁ ପ୍ରାର୍ଥୀ କରିବା ଲାଗି ବିଜେଡିର ଗୋଟିଏ ବଡ ଗୋଷ୍ଠୀ ଚାହୁଁଥିଲେ। ପ୍ରତିଭା ବୃତ୍ତିରେ ଜଣେ ଅଧ୍ୟାପିକା ଓ ଆଗଧାଡିର ପ୍ରବଚକ। ତାଙ୍କର ସାରା ଓଡ଼ିଶାରେ ନାଁ ରହିଛି ଏବଂ ତାଙ୍କ ଭାଷଣ ଯେ କୌଣସି ବ୍ୟକ୍ତିଙ୍କୁ କିଛି କ୍ଷଣ ଅବଶ୍ୟ ବାନ୍ଧି ରଖିବ।

ଏବେ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ନେତୃତ୍ବ ନେବା ଲାଗି ବିଜେଡି କର୍ମୀ ବାଟ ଖୋଲିଛନ୍ତି। ବିଭିନ୍ନ ସାମାଜିକ କାର୍ଯ୍ୟକୁ ପ୍ରତିଭାଙ୍କୁ ଡାକି ନେଇ ସେମାନେ ପରୋକ୍ଷରେ ସଙ୍କେତ ଦେଲେଣି ଯେ ତାଙ୍କୁ ନେଇ ଏଠାରେ ବିଜେଡି ଶୀର୍ଷ ନେତୃତ୍ବକୁ ଆଗକୁ ଯିବାକୁ ହେବ। ରବିବାର ପିପିଲି ବିଜେଡି କାର୍ଯ୍ୟାଳୟରେ ସେମାନେ ତାଙ୍କର ରାୟ ଶୁଣାଇ ଦେଇଛନ୍ତି। ଏଥିରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଛାମୁଆ କର୍ମୀ ଓ ଆଗଧାଡିର ନେତାମାନେ ଉପସ୍ଥିତ ଥିଲେ।

ତେବେ ପ୍ରତିଭା ମହାରଥୀଙ୍କ ଅବର୍ତମାନରେ ନିଜେ ପ୍ରତ୍ୟକ୍ଷ ରାଜନୀତି କରିବେ କି ନିର୍ବାଚନମଣ୍ଡଳୀରେ ନିଜ ପ୍ରତି ଥିବା ସହାନୁଭୂତିକୁ ଗୋଟେଇ ରୁଦ୍ର ପ୍ରତାପଙ୍କ ରାଜନୈତିକ କ୍ୟାରିଅର ରାସ୍ତା ଖୋଲିବେ, ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.