ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ
ସ୍ତନ କର୍କଟ ନିମନ୍ତେ ସମ୍ମମରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ
ରାଜକୀୟ ସମ୍ମାନସହ ଦିଆଗଲା ରତନ ଟାଟାଙ୍କୁ ଅନ୍ତିମ ବିଦାୟ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ
ଚଳିତ ବର୍ଷ ଦକ୍ଷିଣ କୋରିଆର ସୁନାମଧନ୍ୟ ଲେଖିକା ହାନ କାଙ୍ଗଙ୍କୁ ମିଳିବ ସାହିତ୍ୟରେ ନୋବେଲ
ରତନ ଟାଟାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ପ୍ରସ୍ତାବ ପାରିତ
ରାଜଧାନୀରୁ ଜବତ ହେଲା ଆଉ ୨୦୦୦ କୋଟି ଟଙ୍କାର କୋକେନ
ଟେନିସରୁ ଅବସର ଘୋଷଣା କଲେ ରାଫେଲ ନାଡାଲ

କେଉଁ ନେତାଙ୍କ ଉପରେ ଏବେ ବିଜେଡି ନଜର ?

0

ଭୁବନେଶ୍ବର: ସାଂଗଠନିକ ପୁନର୍ବିନ୍ୟାସ ଠାରୁ ଆରମ୍ଭ କରି ଉପନିର୍ବାଚନ ପରିଚାଳନା ବ୍ୟବସ୍ଥାକୁ ନିରେଖି ଦେଖିବା ପରେ ରାଜନୈତିକ ମହଲକୁ ଯେଉଁ ବଡ଼ ସଙ୍କେତ ମିଳୁଛି, ତାହା ହେଲା, ବିଜେଡିରେ ପିଢି ପରିବର୍ତ୍ତନ ଆରମ୍ଭ ହୋଇଛି। ଅତି ବରିଷ୍ଠଙ୍କୁ ପରାମର୍ଶଦାତା (ବରିଷ୍ଠ ଉପସଭାପତି) ଭଳି ସମ୍ମାନଜନକ ପଦବିରେ ରଖି ମୁଖ୍ୟ ସ୍ରୋତରୁ ଯଥେଷ୍ଟ ଦୂରେଇ ଦିଆଯାଇଥିଲା। ଆଉ ବରିଷ୍ଠ ନେତା ଉପସଭାପତି ଭାବେ ନିଯୁକ୍ତି ପାଇଥିଲେ ହେଁ ଦଳରେ କିନ୍ତୁ ସାଧାରଣ ସଂପାଦକ ଓ ସଂପାଦକମାନଙ୍କର ଦବ୍‌ଦବା ଯେ କେହି ବୁଝିପାରିବା ଭଳି ଏକ ସଙ୍କେତ।

କେଉଁଠି ନା କେଉଁଠି ନେତୃତ୍ବ ପରବର୍ତୀ ପିଢିକୁ ସାମ୍ନାକୁ ଆଣିବା ଲାଗି କସରତ ଚଳାଇଛନ୍ତି। ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ଦୃଶ୍ୟପଟ୍ଟରୁ ଏହି ଆଭାସ ମିଳୁଛି। ନିଶ୍ଚିତ ବିଜୟ ଜାଣି ବି ଦଳର ତିନି ଜଣ ନିର୍ବାଚନ ପରିଚାଳନାରେ ପୋଖତ ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା ଏବଂ ଅରୁଣ ସାହୁଙ୍କୁ ବିଜେଡି ତିର୍ତ୍ତୋଲରେ ରଖିଥିଲା। ଅତି ଗୁରୁତ୍ବପୂର୍ଣ୍ଣ ବାଲେଶ୍ବର ଆସନ ପାଇଁ ବିଜେଡି କିଛି ବରିଷ୍ଠ ଯେମିତିକି ପ୍ରତାପ ଜେନା, ପ୍ରତାପ ଦେବ ,ନବ ଦାସ, ଦେବୀ ମିଶ୍ରଙ୍କୁ ପ୍ରମୁଖଙ୍କୁ ରଖିଥିଲେ ହେଁ, ସାମ୍ନାରେ ଯୁବ ନେତା ମଇଦାନରେ ନିଜର ପ୍ରଭାବ ସାବ୍ୟସ୍ତ କରିଥିଲେ। ସମ୍ଭବତଃ ନିର୍ବାଚନ ଜିତାଇବାର କୌଶଳ ଶିଖାଇବା ଲାଗି ବାଲେଶ୍ବରରେ କିଛି ଯୁବ ନେତାଙ୍କୁ ଆଗରେ ରଖାଯାଇଥିଲା ବୋଲି ରାଜନୈତିକ ମହଲ ଅନୁମାନ ଲଗାଉଛନ୍ତି।

ଏହି ଖବରଟିକୁ ଅତି ସାମାନ୍ୟ ଭାବେ ନିଆଯାଇପାରିବ ନାହିଁ। ରାଜନୈତିକ ବିଶେଷଜ୍ଞ କେଉଁଠି ନା କେଉଁଠି ଆଭାସ ପାଉଛନ୍ତି ଯେ ଆଗକୁ ମନ୍ତ୍ରିମଣ୍ଡଳରେ ଅଧିକ ଯୁବକଙ୍କୁ ଦେଖିବାକୁ ମିଳିବା ବିଚିତ୍ର ନୁହେଁ। ବିଜେଡିର ପ୍ରମୁଖ କାର୍ଯ୍ୟକ୍ରମରେ ଆଉ ସଂଜୟ-ଅତନୁ-ଅରୁଣଙ୍କୁ ରଖି ଆଗରେ ଦଳ ଚାଲିନପାରେ। ଏମିତିରେ ଏମାନଙ୍କୁ ବିଜେଡି ରାଜନୀତିରେ ଆଉ ଆଗ ଭଳି ସକ୍ରିୟ ନାହାନ୍ତି। ସମାନ୍ତରାଳ ଭାବେ ଯୁବ ପିଢୀଙ୍କୁ ସାଙ୍ଗରେ ଧରି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଅଭିଯାନ ଆରମ୍ଭ କରିସାରିଲେଣି।

ବିଜେଡିରେ ଏହି ପରିବର୍ତ୍ତନ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ମନେହୁଏ। ଏଇଥିପାଇଁ ଯେ ବିରୋଧୀ ପକ୍ଷ (ଉଭୟ ବିଜେପି ଓ କଂଗ୍ରେସ) ଦୁର୍ବଳ ଅବସ୍ଥାରେ ଥିବା ବେଳେ ବିଜେଡି ତାର ସଂଗଠନର ନବକଳେବର ପ୍ରକ୍ରିୟା ସାରିଦେବାକୁ ବସିଛି। ପୁନର୍ବିନ୍ୟାସ ପ୍ରକ୍ରିୟାରେ ଯେଉଁ ଅସନ୍ତୋଷ ସୃଷ୍ଟି ହେବ, ତାହା ଦଳକୁ କ୍ଷତି କରିପାରିବ ନାହିଁ। ଏମିତିରେ ବି ବରିଷ୍ଠ ଅସନ୍ତୁଷ୍ଟ ହେଲେ ବି ବିଜେଡି ଭାବମୂର୍ତିରେ ଆଉ ବିଶେଷ ପ୍ରଭାବ ପକାଇବାର କ୍ଷମତା ରଖିନାହାନ୍ତି।

ସ୍ମରଣଥାଉକି, ବିଜୁଙ୍କ ମନ୍ତ୍ରିମଣ୍ଡଳରେ ନେତାଙ୍କ ପତିଆରା ଲୋକଙ୍କ ସାମ୍ନାରେ ଯେମିତି ଥିଲା, ନବୀନଙ୍କ କ୍ୟାବିନେଟ୍ ସହଯୋଗୀ ସେଭଳି ସ୍ଥାନରେ ନିଜକୁ ରଖିପାରିନାହାନ୍ତି। କୌଣସି ଜଣେ ବି ନେତା ନବୀନଙ୍କ ପରେ ନିଜ ଭାବମୂର୍ତିକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚିତ ନୁହଁନ୍ତି। ସେବେ ବି ଦଳୀୟ କନ୍ଦଳ ଓ ଗୋଷ୍ଠୀ ବାଦ ରାଜନୀତି ଥିଲା। ହେଲେ ତା ଭିତରେ ବିଜୟ ମହାପାତ୍ର, ନରସିଂହ ମିଶ୍ର ପ୍ରମୁଖ ଛିଡ଼ା ହୋଇଥିଲେ। ଏବେ କିନ୍ତୁ ନବୀନ ସର୍ବସ୍ବ ହୋଇ ବିଜେଡି ରହିଛି। ଏଭଳି ପରିସ୍ଥିତିରେ ବିଜେଡିର କ୍ଷତି ପହଞ୍ଚାଇବା ଅବସ୍ଥାରେ କେହି ବି ନାହାନ୍ତି । ଏହି ନେତାମାନେ ବିରୋଧୀଙ୍କୁ ସମର୍ଥନ କଲେ ମଧ୍ୟ ନବୀନଙ୍କ ପତିଆରା ଆଗରେ ତାହା ବେଶୀ ପ୍ରଭାବ ପକାଇବାର ନାହିଁ।

ବିଜେଡି ରଣନୀତିକାରମାନେ ଗୋଟିଏ ରାଜନୈତିକ କୌଶଳ ଭଲଭାବେ ବୁଝିଛନ୍ତି। ନିୟମିତ ବ୍ୟବଧାନରେ ବିଜେଡିର ପ୍ରଥମ ଧାଡିର ନେତାଙ୍କୁ କଡ଼େଇ ଦେଇ ଆଗକୁ ଆଗକୁ ଚାଲିଛନ୍ତି। ପ୍ରଥମ ପାଳି ଆରମ୍ଭ ପୂର୍ବରୁ ଓ ପରେ ବିଜୁ ଲିଗାସିର କିଛି ପ୍ରମୁଖ ନେତା ବିଜୟ ମହାପାତ୍ର, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖଙ୍କୁ ବାହାର ବାଟ ଦେଖାଇ ଦେଇଥିଲେ। ଦ୍ବିତୀୟ ପାଳିରେ ପଞ୍ଚାନନ କାନୁନଗୋ, ସୁରେନ୍ଦ୍ର ନାଥ ନାୟକଙ୍କ ଭଳି ନେତାଙ୍କ ରାସ୍ତା ସରିଗଲା। ଏହାସହିତ ବିଜେପିର କ୍ରମବର୍ଧିଷ୍ଣୁ ସଂଗଠନକୁ ବି। ତୃତୀୟ ପାଳିରେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଠାରୁ ପ୍ୟାରୀମୋହନ ମହାପାତ୍ର ମୁଖ୍ୟ ସ୍ରୋତରୁ ଦୂରେଇ ଗଲେ। ଚତୁର୍ଥ ପାଳିରେ ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ବିଜୟଶ୍ରୀ ରାଉତରାୟ। ଆଉ ପଞ୍ଚମ ପାଳି ଗଣିତ କଷା ଚାଲିଛି।

ଭାରତ ରାଜନୀତିରେ ନବୀନ ସମ୍ଭବତଃ ଏକମାତ୍ର ନେତା, ଯିଏ ନିଜଠାରୁ ଅପେକ୍ଷାକୃତ ବୟସରେ ବହୁତ କମ୍ ନେତାଙ୍କ ସହିତ ପାଦ ମିଳାଇ ଚାଲିବାର ଦକ୍ଷତା ରଖିଛନ୍ତି। ସେ ଓଡ଼ିଶାରେ ପାଦ ଦେବା ଠାରୁ ଏହି ପ୍ରକ୍ରିୟାରେ ଅଛନ୍ତି, ଯାହା ବିଜେଡିକୁ ସଫଳତା ଦେଇଛି। ଏପରିକି ଏକ ବଡ଼ ସଂଖ୍ୟକ ଯୁବ ଭୋଟର ବିଜେପି ସପକ୍ଷରେ ଥିବା ବେଳେ ସେଥିରେ ସେ କେବଳ ଭାଗ ବସାଇଛନ୍ତି ତା ନୁହେଁ, ପ୍ରମୁଖ ଭାଗ ନିଜ ସାଙ୍ଗରେ ରଖିପାରିଛନ୍ତି। ଏହି କାରଣରୁ ଗତ ନିର୍ବାଚନରେ ବିଜେଡିକୁ ୧୧୩ ଆସନ ମିଳିଲା।

ଏଣୁ ୨୦୨୪ ନିର୍ବାଚନ ପାଇଁ ବିଜେଡି ଯେଉଁ ଫର୍ମୁଲାକୁ ଧରି ଆଗକୁ ଯିବାକୁ ଚାହୁଁଛି ତା ହେଲା, ଅଧିକରୁ ଅଧିକ ଯୁବ ଓ ମହିଳାଙ୍କୁ ଏମିତି ଭାବେ ସାଙ୍ଗରେ ନେଇ ଦଳ ଯିବ, ଯେମିତିକି ବିରୋଧୀଙ୍କ ପାଇଁ ସ୍ଥାନ ମିଳିବ ନାହିଁ। ଏଥିପାଇଁ ସବୁଠାରୁ କମ୍ ବୟସ୍କ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ସିଧା ଉପରକୁ ଆଣି ନବୀନ ସଂଗଠନ ଦାୟିତ୍ବ ଧରାଇଛନ୍ତି।

ତେବେ ଦଳ ପାଇଁ ଏବେ ଆହ୍ବାନ ହେଉଛି, ଏସବୁ ନେତାମାନେ କିଏ? ଯିଏ ଭାବମୂର୍ତି ରଖିଥିବ ଓ ସାଂଗଠନିକ ଦକ୍ଷତା ବି? ଏମିତି ନେତା କିଏ, ଯିଏ ଓଡ଼ିଶା ରାଜନୀତିର ପାଣିପାଗ ବୁଝୁଥିବ? ଏମିତି ନେତା କିଏ ଯିଏ ନବୀନଙ୍କ ଭଳି ଭଦ୍ର, ସରଳ ଓ ଅମାୟିକ ହୋଇଥିବ? ଏମିତି ନେତା କିଏ, ଯିଏ ଜ୍ଞାନୀ ହୋଇଥିବ, ଅଥଚ ଅତ୍ୟନ୍ତ ସଂଯତ ଓ ସମ୍ଭ୍ରମ୍ ଆଚରଣ କରୁଥିବ? ଏସବୁ ନେତା କିଏ, ଯିଏ ଅହଂକାର ପ୍ରକାଶ କରୁନଥିବ, ଆଉ ସମାଜର ଅନ୍ୟ ବର୍ଗ ସହିତ ପାଦ ମିଳାଇ ଚାଲିପାରୁଥିବ? ଏଭଳି ନେତା କିଏ, ଯାହାର ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିଙ୍କ ସାମ୍ନାରେ ଭାବମୂର୍ତ୍ତି ଥିବ ବା ତାଙ୍କୁ ପ୍ରଭାବିତ କରିପାରୁଥିବ?

ଏମାନଙ୍କ ତାଲିକା ତିଆରି କରିବା ଓ ସେମାନଙ୍କୁ ଆଗ ଧାଡ଼ିକୁ ଆଣିବା ବିଜେଡିିର ଶୀର୍ଷ ନେତୃତ୍ବ ପାଇଁ ଏବେ ସବୁଠାରୁ ବଡ଼ ଆହ୍ବାନ।

Leave A Reply

Your email address will not be published.