ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ନିୟମିତ ଭାବେ ଲିଭର ପ୍ରତ୍ୟାରୋପଣ ନେଇ ଶନିବାର ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି |
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କ ଉପସ୍ଥିତିରେ ଏଆଇଜି ର ଲିଭର ପ୍ରତ୍ୟାରୋପଣ ନିର୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନ ଓ ଆଇଏମଏସ ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେନଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ |
ଏହି ଅବସରରେ ଏଆଇଜି ର ଉପସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ, ଏଆଇଜି ପକ୍ଷରୁ ଡାକ୍ତର ଜି.ଭି. ପ୍ରେମକୁମାର, ଡାକ୍ତର ଶକ୍ତି ସ୍ୱରୂପ ଓ ଡାକ୍ତର କ୍ରିଷ୍ଣା ଚଇତନ୍ୟ ଉପସ୍ଥିତ ଥିବାବେଳେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ଏବଂ ଅନ୍ୟ ଡାକ୍ତର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ |
ଗତ ମାର୍ଚ୍ଚ ମାସରେ ଓଡିଶାରେ ପ୍ରଥମ ଥର ପାଇଁ ଆଇଏମଏସ ଓ ସମ ହସ୍ପିଟାଲରେ ସଫଳତାର ସହ ପ୍ରଥମ ଲିଭର ପ୍ରତ୍ୟାରୋପଣ ସମ୍ପନ୍ନ ହୋଇଥିଲା |
ପ୍ରମୁଖ ଖବର
ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ