ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଛୋଟ ମୋଦୀ ସଂସଦ ଯିବେ, ମନ୍ତ୍ରୀ ହେବେ

0

ନୂଆଦିଲ୍ଲୀ: ନୀତିଶ କୁମାରଙ୍କ ନେତୃତ୍ବରେ ବିହାରରେ ସରକାର ଗଠନ କରିବାପରେ ବି ବିଜେପି ତାର ରାଜନୈତିକ ଗୋଟିଚାଳନା ଜାରି ରଖିଛି। ବିହାର ବିଜେପିର ଜଣେ ଦକ୍ଷ ନେତା ସୁଶୀଲ ମୋଦୀ (ଛୋଟ ମୋଦୀ)ଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି। ହେଲେ କୌତୂହଳ କଥା ହେଲା, ତାଙ୍କୁ ଲୋକ ଜନଶକ୍ତି ପାର୍ଟି ନେତା ରାମ ବିଳାଶ ପାଶଓ୍ବାନଙ୍କ ସ୍ଥାନରେ ଦଳ ସଂସଦକୁ ନେବ। ଗୁରୁବାର ବିଜେପି ପକ୍ଷରୁ ଏହି ଘୋଷଣା କରାଯାଇଛି। ଅର୍ଥାତ୍ ଲୋକ ଜନଶକ୍ତି ପାର୍ଟି ସହିତ ବିଜେପିର ସଂପର୍କ ଆପାତତଃ ରହିବ ନାହିଁ ବୋଲି ବୁଝାଯାଇପାରେ। ଏପରିକି କେନ୍ଦ୍ରରେ ଏଲଜେପିକୁ ମନ୍ତ୍ରୀ ପଦ ମିିଳିବା ସମ୍ଭାବନା କ୍ଷୀଣ। ବିଜେପିର ଗୋଟିଏ ଗୁଳିରେ ଦୁଇଟି ଶିକାର ଫର୍ମୁଲା ବିହାର ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ବିହାର ନିର୍ବାଚନରେ ଚିରାଗ ପାଶଵାନଙ୍କ ଲୋକ ଜନଶକ୍ତି ପାର୍ଟିର ପ୍ରାର୍ଥୀ ନୀତିଶଙ୍କ ସ୍ଥିତିକୁ ଟଳମଟଳ ଅବସ୍ଥାକୁ ନେଇଯାଇଥିଲେ। ଏହା ମଧ୍ୟ ତେଜସ୍ବୀଙ୍କ ତେଜ ବୃଦ୍ଧି ପଛର ଅନ୍ୟତମ କାରଣ ଥିଲା। ଅଳ୍ପକେ ମୋଦୀ-ନୀତିଶ ବଞ୍ଚିଗଲେ। ସମ୍ଭବତଃ ନୀତିଶ ପାଶଓ୍ବାନଙ୍କ ପରିବାରକୁ ଏନଡିଏରୁ ଦୂରେଇବାର ସର୍ତ ରଖିଥାଇପାରନ୍ତି ଅଥବା ମୋଦୀ ନିଜେ ଅନୁଭବ କରିଥିବେ ଯେ ଚିରାଗ ତାଙ୍କ ହାତରୁ ବିହାର ଆସନ ଛଡ଼ାଇ ନେବା ଲାଗି କିଭଳି ବଳ ଲଗାଇଥିଲେ।

ଉଲ୍ଲେଖଥାଉକି, ବିହାର ସରକାର ଗଠନ ବେଳେ ସୁଶୀଲଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ଜାତୀୟ ରାଜନୀତିକୁ ନେବା ଲାଗି ପ୍ରଧାନମନ୍ତ୍ରୀ ଆଗ୍ରହ ଦେଖାଇଥିଲେ। ତାଙ୍କୁ ଖୁବ୍ ଶୀଘ୍ର କେନ୍ଦ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ଭାବେ ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲ ପୂର୍ବାନୁମାନ କରିଥିଲେ।

ତେବେ ଉଲ୍ଲେଖନୀୟ କଥା ହେଲା, ରାମବିଳାଶଙ୍କ ବିୟୋଗରେ ଖାଲିପଡିଥିବା ଆସନ ଲାଗି ଭାରତର ନିର୍ବାଚତନ କମିସନ ଗୁରୁବାର ବିଜ୍ଞପ୍ତି ଜାରି କରିଛନ୍ତି। ଡିସେମ୍ବର ୩ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ଏବଂ ୧୪ ତାରିଖରେ ମତଦାନ ରହିଛି। ଆସନ୍ତା ୧୬ ତାରିଖ ସୁଦ୍ଧା ସମୁଦାୟ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ଲାଗି କୁହାଯାଇଛି। ଏଥିରୁ ଗୋଟିଏ କଥା ବୁଝାପଡୁଛି ଯେ ପ୍ରଧାନମନ୍ତ୍ରୀ ଆସନ୍ତାମାସ ଦ୍ବିତୀୟ ସପ୍ତାହ ପରେ ଯେ କୌଣସି ମୁହୂର୍ତରେ କ୍ୟାବିନେଟ୍ ଅଦଳବଦଳ କରିପାରନ୍ତି। କମିସନଙ୍କ ନିର୍ବାଚନ ନେଇ ତତ୍ପରତା ଏଭଳି ସଙ୍କେତ ଦେଉଛି।

ସୁଶୀଳ ମୋଦୀ ଜଣେ ଦକ୍ଷ ନେତା। ଜିଏସ୍‌ଟି ନେଇ ସାରା ଭାରତବର୍ଷରେ ସହମତି ଆଣିବାରେ ତାଙ୍କର ଏକ ବଡ଼ ଭୂମିକା ରହିଆସିଥିଲା। ନୀତିଶଙ୍କ ଘନିଷ୍ଠ ଭାବେ ସେ ଜଣାଶୁଣା। କେବଳ ସେତିକି ନୁହେଁ, ସବୁ ରାଜ୍ୟରେ ଊଣା ଅଧିକେ, ରାଜନୈତିକ ନେତାମାନେ ତାଙ୍କୁ ପସନ୍ଦ କରିପାରନ୍ତି। ଏଣୁ ନିର୍ମଳାଙ୍କ ସହଯୋଗୀ ଭାବେ ସୁଶୀଲଙ୍କୁ କେନ୍ଦ୍ରରେ ଦେଖିବାକୁ ମିଳିପାରେ ବୋଲି କେହି କେହି କହୁଛନ୍ତି। ଆଉ କେହି କେହି ତାଙ୍କୁ ବାଣିଜ୍ୟ ମନ୍ତ୍ରୀ ଭାବେ ଦେଖିବାକୁ ମିଳିବ ବୋଲି ବି ମତ ରଖୁଛନ୍ତି।

Leave A Reply

Your email address will not be published.