ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ବିଜୁ ବାବୁ ଯେବେ ପୁରୀ ଯାନ୍ତି…

0
  • ୯୫ ବର୍ଷରେ ପଦାର୍ପଣ କଲା ଐତିହ୍ୟ ସମ୍ପନ୍ନ ପୁରୀ ବିଏନଆର ହୋଟେଲ

ଭୁବନେଶ୍ବର: ପବିତ୍ର ଜଗନ୍ନାଥଧାମ ପୁରୀ ସମୁଦ୍ରକୂଳ ନିକଟରେ ଅବସ୍ଥିତ ବିଏନଆର ହୋଟେଲ ହେଉଛି ଏକ  ଭାରତୀୟ ରେଳପଥର ପାରମ୍ପାରିକ ଐତିହ୍ୟ ବହନ କରୁଥିବା ହୋଟେଲ ସମ୍ପତ୍ତି, ଯାହା ଅତିଥିମାନଙ୍କୁ ଏକ ଭିନ୍ନ ସ୍ବାଦର ଆତିଥେୟତା ଓ ଆରାମଦାୟକ ରହଣି ପ୍ରଦାନ କରିଥାଏ। ପୁରାତନ ପରମ୍ପରା ଓ ସମ୍ଭ୍ରାନ୍ତଶୀଳ ୠଚ୍ଚିର ଚମତ୍କାର ଅନୁଭବ ପୁରୀର ଏହି ଅନନ୍ୟ ବିଏନଆର ହୋଟେଲରେ ପରିଦର୍ଶକଙ୍କୁ ଅପେକ୍ଷା କରିଥାଏ।

ବିସ୍ତାରିତ କୋଠରୀ, ଚମତ୍କାର କରିଡର ଏବଂ ମନୋରମ ଟେରାସ୍ ଅତୀତ ଯୁଗକୁ ମନେ ପକାଇଥାଏ | ୧୯୨୨ ମସିହାରେ ବେଙ୍ଗଲ-ନାଗପୁର ରେଳବାଇ ଦ୍ୱାରା ପୁରାତନ ଅଶ୍ୱର୍ଥ ଭିଲ୍ଲା କିଣାଯାଇ ୧୯୨୫ ମସିହାରେ ଏକ ହୋଟେଲରେ ରୂପାନ୍ତରିତ ହେବାପରେ ଏହି ଐତିହ୍ୟ ହୋଟେଲର  ଉପନିବେଶ ଢାଞ୍ଚା ୯୫ ବର୍ଷ ପଛକୁ ନେଇଯିବା ଭଳି ଲାଗିବ। ୨୦୦୦ ମସିହାରେ ମହତ୍ୱ ଏବଂ ଆଡ଼ମ୍ବରପୂର୍ଣ୍ଣ  ଏହି ହୋଟେଲ ଏହାର ପ୍ଳଟିନମ୍ ଜୁବଲି ପାଳନ କରିଥିଲା।

କୌତୂହଳ କଥା ହେଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେବେ ପୁରୀ ଯାଆନ୍ତି, ଏହି ହୋଟେଲରେ ରହିବାକୁ ଭଲ ପଆନ୍ତି। ଗେଟାିଏ ସମୟ ଥିଲା, ଭାରତର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଏଠାରେ ରହିବାକୁ ଆଗ୍ରହ ରଖୁଥିଲେ। ଫନିରେ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଏନ୍‌ଆର ହୋଟେଲ ଏବେ ନୂଆ ରୂପ ନେଇଛି।

ହୋଟେଲରେ ୩୭ ଟି ପ୍ରଶସ୍ତ କୋଠରୀ ରହିଛି ଯେଉଁଥିରେ ଭିଣ୍ଟେଜ୍ ଡିଜାଇନ୍ ଏବଂ ଭାରତୀୟ ରେଳ ସମ୍ବନ୍ଧୀୟ ସୁନ୍ଦର କଳାକୃତି ରହିଛି। ସମସ୍ତ କୋଠରୀଗୁଡ଼ିକ ଆଧୁନିକ ସୁବିଧା ସହିତ ସଜାଯାଇଛି ଯେପରିକି ଏୟାର କଣ୍ଡିସନର, କେବୁଲ ଟିଭି ଏବଂ ଟେଲିଫୋନ୍। ମନୋନୀତ କୋଠରୀଗୁଡ଼ିକରେ ବ୍ୟକ୍ତିଗତ ବାଲକୋନି ଅଛି ଯେଉଁଠାରୁ ଅତିଥିମାନେ ସମୁଦ୍ରର ଚମତ୍କାର ଦୃଶ୍ୟ ଉପଭୋଗ କରିପାରିବେ। ଇନ୍-ସୁଟ୍ ବାଥରୁମଗୁଡ଼ିକରେ ଆବଶ୍ୟକ ସ୍ନାନ ସୁବିଧା ଅଛି। ହୋଟେଲ ଶାନ୍ତି ଏବଂ ନିରପେକ୍ଷତାର ଆବଶ୍ୟକତାକୁ ଅତ୍ୟନ୍ତ ଧ୍ୟାନ ଦେଇଥାଏ। ଏଠାରେ ଏକ ଲାଇବ୍ରେରି ଏବଂ ବିଲିୟର୍ଡ ଏବଂ ଟେବୁଲ୍ ଟେନିସ୍ ପାଇଁ ଏକ କୋଠରୀ ଅଛି।

ବିଏନଆର ହୋଟେଲ ଆପଣଙ୍କୁ ବିସ୍ତାରିତ କୋଠରୀ, ଟାଣ୍ଟାଲାଇଜ୍ ବା ଆକୃଷ୍ଟ କରୁଥିବା କରିଡର ଏବଂ ସୁପରିଚାଳିତ ଟେରାସ୍ ଦେଇଥାଏ ଯାହାକି ଭାରତର ଚମତ୍କାର ରେଳ ଉତ୍ତରାଧିକାରର କାହାଣୀ କହିଥାଏ। ବିଏନଆର ହୋଟେଲର ଏକ ରାଜକୀୟ ଇତିହାସ ରହିଛି ଏବଂ ଏହା ସୁନ୍ଦର ପୁରୀ ବେଳାଭୂମି ଠାରୁ 200 ମିଟର ଦୂରରେ ଅବସ୍ଥିତ। ପ୍ରତ୍ୟେକ କୋଠରୀ, ଏବଂ ଏହାର ସର୍ବସାଧାରଣ କ୍ଷେତ୍ର, ବିରଳ ଫଟୋଗ୍ରାଫ୍ ପ୍ରଦର୍ଶନ କରେ ଯାହା ଭାରତୀୟ ରେଳବାଇର ସଫଳତାକୁ ଦର୍ଶାଏ।

ପ୍ରସିଦ୍ଧ ରେଲୱେ ହେରିଟେଜ୍ ହୋଟେଲ ମଧ୍ୟରୁ ଅନ୍ୟତମ, ବିଏନ୍ଆର ଏହାର ବିରଳ ଫଟୋଗ୍ରାଫ୍ ସଂଗ୍ରହ ମାଧ୍ୟମରେ ଭାରତୀୟ ରେଳବାଇର ଆକର୍ଷଣୀୟ ଇତିହାସ ବିଷୟରେ ଅତିଥିମାନଙ୍କୁ ଅବଗତ କରାଇବାକୁ ଚେଷ୍ଟା କରେ। ଏହି ଐତିହାସିକ ଚିତ୍ରଗୁଡ଼ିକ ଆପଣଙ୍କୁ ହୋଟେଲର ପ୍ରତ୍ୟେକ କୋଣରେ ଅଭିବାଦନ ଜଣାଇଥାଏ ଏବଂ ସମୟ ସମୟରେ ଆପଣଙ୍କୁ ଏକ ଆକର୍ଷଣୀୟ ଯାତ୍ରାକୁ ଉପଲବ୍ଧି କରାଇଥାଏ।

 
ବିଏନଆର ରେ ଥିବା ସମସ୍ତ ୩୭ ଟି ସମୁଦ୍ର ମୁହାଁ କୋଠରୀ ଗୌରବମୟ ଭାରତୀୟ ରେଳବାଇରୁ କଷ୍ଟୋମାଇଜ୍ ହୋଇଥିବା କଳା କାର୍ଯ୍ୟ ସହିତ ସଜ୍ଜିତ ହୋଇଛି ଏବଂ ସମ୍ପତ୍ତିର ଐତିହ ପ୍ରକୃତିକୁ ଦୃଷ୍ଟିରେ ରଖି ସଜାଯାଇଛି। ଭିଣ୍ଟେଜ୍ ଡିଜାଇନ୍ ରୁମ୍ ଆସବାବପତ୍ର ବ୍ୟତୀତ, କୋଠରୀଗୁଡ଼ିକ ପ୍ରକୃତରେ ଯେକୌଣସି ବ୍ୟକ୍ତିଙ୍କୁ ଅତୀତକୁ ଫେରାଇ ନେଇଥାଏ, ତଥାପି ଆଜିର ଯାତ୍ରୀଙ୍କ ଦ୍ୱାରା ଇଚ୍ଛା କରୁଥିବା ସମସ୍ତ ସୁବିଧା ମଧ୍ୟ ଯୋଗାଇଥାଏ। ଏହି ପ୍ରାସାଦ ସଦୃଶ କୋଠରୀଗୁଡ଼ିକରେ ସ୍ଥାନ ଏକ ପ୍ରତିବନ୍ଧକ ନୁହେଁ ଏବଂ ଏହି ହୋଟେଲ ରେ ନିଜକୁ କେଉଁ ଅଂଶରେ ପାଇପାରିବ ତାହା ଅତିଥିମାନଙ୍କ ଉପରେ ନିର୍ଭର କରିଥାଏ ଏବଂ ପ୍ରତ୍ୟେକ କୋଠରୀ ଭିନ୍ନଭିନ୍ନ ଆକାରର ଅଟେ।

Leave A Reply

Your email address will not be published.