ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ମହିଳାଙ୍କ ପେଟରୁ ତୃତୀୟ ଥର ବଡ ଟ୍ୟୁମର ବାହାର କଲେ ସମ୍ ହସ୍ପିଟାଲର ସର୍ଜନ

0

ଭୁବନେଶ୍ୱର : ଜଣେ ୩୪ ବର୍ଷୀୟ ମହିଳାଙ୍କର ତଳିପେଟରୁ ୧୦ କେଜିରୁ ଅଧିକ ଓଜନର ଟ୍ୟୁମର କାଢ଼ିବା ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ । ଗୁରୁବାର ଏହି ଅସ୍ତ୍ରୋପଚାର କରାଯାଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳର ମଧୁସ୍ମିତା ଦାନୀ ନାମକ ଏହି ମହିଳାଙ୍କର ୨୦୧୨ ଏବଂ ୨୦୧୬ରେ ଅନୁରୂପ ଭାବେ ସମ୍ ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର କରାଯାଇ ପେଟରୁ ଟ୍ୟୁମର ବାହାର କରାଯାଇଥିଲା । ରେଟ୍ରୋପେରିଟୋନିଆଲ ଲାଇପୋସାରକୋମା ଭଳି କର୍କଟ ରୋଗରେ ଏହି ମହିଳା ଜଣକ ପିଡ଼ିତ ଥିବା ଜଣାପଡ଼ିଥିଲା । ମାତ୍ର ଏହି କର୍କଟ ରୋଗରେ କେମୋଥେରାପି କିମ୍ବା ରେଡିଓଥେରାପି ଚିକିତ୍ସା ଦ୍ୱାରା ସୁଫଳ ମିଳି ନଥାଏ । ଅପରେସନ୍ ହିଁ ଏହି ରୋଗର ଚିକିତ୍ସାର ଏକମାତ୍ର ଉପାୟ ବୋଲି ଚିକିତ୍ସା କରିଥିବା ସର୍ଜନ କହିଛନ୍ତି । ଶ୍ରୀମତୀ ଦାନୀ ଗତ ଡିସେମ୍ବର ୨୧ ତାରିଖ ଦିନ ସମ୍ ହସ୍ପିଟାଲ୍‌ରେ ସର୍ଜରୀ ବିଭାଗ ପ୍ରଫେସର ପ୍ରକାଶ କୁମାର ସାହୁଙ୍କ ଅଧିନରେ ଆଡମିସନ୍ ନେଇଥିଲେ । ତାଙ୍କର ସିଟି ସ୍କାନ କରାଯିବା ପରେ ତାଙ୍କ ତଳି ପେଟରେ ଏକ ବଡ଼ ଟ୍ୟୁମର ରହିଥିବା ଜଣାପଡିଥିଲା । ଯାହାକି କିଡ୍‌ନୀ, ୟୁଟେରସ୍ ଏବଂ ଭେନାକାଭା ଇତ୍ୟାଦିକୁ ସଙ୍କୁଚିତ କରି ରଖୁଥିଲା । ଏପରିକି ହୃତପିଣ୍ଡରୁ ଅମ୍ଳଜାନ ବହନ କରୁଥିବା ବଡ ଶିରା ଓ ଅନ୍ତନଳୀକୁ ମଧ୍ୟ ଗୋଟିଏ ପଟକୁ ଠେଲି ରଖୁଛି ବୋଲି ଜଣାପଡ଼ିଥିଲା । ଶ୍ରୀମତୀ ଦାନୀଙ୍କର ପୂର୍ବରୁ ଦୁଇ ଦୁଇଟି ଅପରେସନ୍ କରିଥିବା ପ୍ରଫେସର ସାହୁ ଏହି ସୂଚନା ଦେଇଛନ୍ତି । ୨୦୧୨ ମସିହାରେ ସଂପୃକ୍ତ ମହିଳାଙ୍କ ପେଟରେ ୧୫ କେଜିର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସମ୍ ହସ୍ପିଟାଲ୍‌ରେ ତାଙ୍କର ପ୍ରଥମ ଅପରେସନ୍ କରାଯାଇ ଟ୍ୟୁମରଟି କଢ଼ାଯାଇଥିଲା । ସେହିପରି ପୁର୍ନବାର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସେ ଅପରେସନ୍ ନିମନ୍ତେ ଅନ୍ୟ ଏକ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ତେବେ ବିଭିନ୍ନ ସମସ୍ୟା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇନଥିଲା । ସେହିପରି ୨୦୧୬ ମସିହାରେ ପୁଣିଥରେ ତାଙ୍କ ଶରୀରରେ ସାଢ଼େ ୭ କେଜିର ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ଟ୍ୟୁମର ସମେତ ତାଙ୍କର ୟୁଟେରସ୍ ଓ ଓଭାରୀ କୁ ମଧ୍ୟ ଅପରେସନ୍ କରାଯାଇ କଢ଼ାଯାଇଥିଲା । ଗତ ଗୁରୁବାର ଦିନ ଶ୍ରୀମତୀ ଦାନୀଙ୍କର ଶରୀରରେ ସୃଷ୍ଟି ହୋଇଥିବା ୧୦.୫ କେଜିର ଟ୍ୟୁମର କାଢ଼ିବା ନିମନ୍ତେ ପାଂଚ ଘଂଟାର ଅପରେସନ୍ କରାଯାଇଥିବା ବେଳେ ଏହି ଟିମ୍‌ରେ ପ୍ରଫେସର ସାହୁଙ୍କ ସମେତ ୟୁରୋଲୋଜି ବିଭାଗର ପ୍ରଫେସର ସୁରେନ୍ ଦାଶ, ଅଙ୍କୋସର୍ଜରୀ ବିଭାଗର ପ୍ରଫେସର ଅମିତାଭ ଜେନା, ଡଃ ସୁମନ୍ ସୌରଭ ରାଉତ, ଡଃ ଅକ୍ଷୟ ବେହେରା ଏବଂ ଆନେସ୍‌ଥେସିଷ୍ଟ ଡଃ ରୋହନ ନାୟକ ଏବଂ ଡଃ ସୁରଭି ସାମନ୍ତ ସାମିଲ ଥିଲେ । ଅପରେସନ୍ ପରେ ରୋଗୀଜଣକ ସୁସ୍ଥ ଅଛନ୍ତି ଏବଂ ତତ୍ୱାବଧାନ ନିମନ୍ତେ ତାଙ୍କୁ ଆଇସିୟୁରେ ରଖାଯାଇଥିବା ପ୍ରଫେସର ସାହୁ କହିଛନ୍ତି ।

Leave A Reply

Your email address will not be published.