ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ତେର୍‌ଛା ବାଣ ମାରିଲେ ଧର୍ମେନ୍ଦ୍ର

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅଷ୍ଟମ କିସ୍ତିରେ ୨୭ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ ମୋଟ ୫୫୬ କୋଟି ୬୪ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସମଗ୍ର ଭାରତବର୍ଷରେ ସାଢେ ୯ କୋଟି ଚାଷୀଙ୍କୁ ଖାତାରେ ପ୍ରଧାନମନ୍ତ୍ରୀ ୧୯ ହଜାର କୋଟି ଟଙ୍କାଦେଇଥିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧୁବାଦ ଜଣାଇଛନ୍ତି। ହେଲେ ଏ ସଂପର୍କରେ ଟ୍ବିଟ୍ କରିବା ବେଳେ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ତେର୍‌ଚ୍ଛା ବାଣ ମାରିବାକୁ ପଛାଇ ନାହାନ୍ତି।

କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବେ ଅନ୍ନଦାତାଙ୍କ ହାତମୁଠାକୁ ଟାଣ କରୁଛନ୍ତି। ଓଡ଼ିଶାର ଚାଷୀମାନେ ପିଏମ୍‌ କିଷାନ ଯୋଜନାରେ ୮ଟି କିସ୍ତିରେ ୨ହଜାର ଟଙ୍କା ଲେଖାଏଁ ୩ହଜାର ୮୩୦ କୋଟି ୮୫ ଲକ୍ଷ ଟଙ୍କାର ସହାୟତା ପାଇସାରିଲେଣି। ହେଲେ ପିଏମ୍ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ୧୦୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ ହେଁ ସପ୍ତମ କିସ୍ତିରେ ସେମାନଙ୍କ ମଧ୍ୟରୁ ୨୪ ଲକ୍ଷ ୭୦ ହଜାର ୬୭୧ ଚାଷୀ ୪୯୪ କୋଟି ୧୩ଲକ୍ଷ ଟଙ୍କା ପାଇଥିଲେ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଅଷ୍ଟମ କିସ୍ତିରେ ଅଧିକ ୩ଲକ୍ଷ ୧୨ ହଜାର ୫୩୮ ଚାଷୀ ଲାଭ ପାଇଛନ୍ତି।

ଓଡ଼ିଶା ଚାଷୀଙ୍କ କଲ୍ୟାଣ କଳ୍ପେ ରାଜ୍ୟ ସରକାର ପିଏମ୍ କିଷାନ ଯୋଜନାରେ ପଞ୍ଜୀକୃତ ହୋଇଥିବା ସବୁ ଚାଷୀ ଯେପରି ଏହାର ଲାଭ ଉଠାଇପାରିବେ,ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଟ୍ବିଟ୍‌ ଜରିଆରେ ଅସନ୍ତୋଷ ଝାଡିଛନ୍ତି। କାହିଁକି ବଳକା ଚାଷୀଙ୍କ ପାଖକୁ କେନ୍ଦ୍ର ଅର୍ଥ ଯାଉନି, କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଅସନ୍ତୋଷ ପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହା ରାଜ୍ୟ ସରକାରଙ୍କ କୃଷି ବିଭାଗକୁ ପୁଣି ଅଡୁଆ ଭିତରକୁ ଠେଲିିଛି।

ଉଲ୍ଲେଖଥାଉକି, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ପ୍ରାୟ ୯୨୦ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦେବେ। ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏଭଳି ଟ୍ବିଟ୍ କରି ଚାଷୀ ପ୍ରସଙ୍ଗରେ ପୁଣି ଏକ ବଡ଼ ବିତର୍କ ଲାଗି ରାସ୍ତା ଖୋଲିଛି।

Leave A Reply

Your email address will not be published.