ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବଢ଼ିପାରେ ୪% ମହଙ୍ଗା ଭତ୍ତା

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ କୁହାଯାଉଥିଲା ଯେ ମେ’ ମାସରେ କେନ୍ଦ୍ର ସରକାର ଏ ସଂପର୍କରେ କିଛି ଗୋଟାଏ ନିଷ୍ପତ୍ତି ନେଇପାରନ୍ତି। କିନ୍ତୁ ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍-ଷ୍ଟାଫ୍ ସାଇଡ୍ କହିଛି ଯେ ଆସନ୍ତା ଜୁନ ମାସରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଦରମା ୪ ପ୍ରତିଶତ ବୃଦ୍ଧି ସଂପର୍କରେ ଚିନ୍ତା କରୁଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ସଂପର୍କରେ ଖବର ପ୍ରକାଶ ପରେ ସରକାରୀ କର୍ମଚାରୀମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଛି।

କେନ୍ଦ୍ର ସରକାର ୨୦୨୧ ଜାନୁଆରି ପହିଲାରୁ ଡିଏ ବୃଦ୍ଧି ପ୍ରସଙ୍ଗକୁ ନେଇ ବିଚାର ଆଲୋଚନା ଚଳାଇଛନ୍ତି। କେନ୍ଦ୍ର ସରକାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ, ଯେତେବେଳେ ମହଙ୍ଗା ଭତ୍ତା ସଂପର୍କରେ ନିଷ୍ପତ୍ତି ହେବ, ସେବେ ୨୦୨୦ ଜାନୁଆରି, ଜୁଲାଇ ଏବଂ ୨୦୨୧ ଜାନୁଆରି କଥାକୁ ବିଚାରକୁ ନିଆଯିବ।

ଓଡ଼ିଶା ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ୍‌ ଲଗାଇଛନ୍ତି। ଯଦି କେନ୍ଦ୍ର ସରକାର ଏହା ଉପରେ କୌଣସି ସକାରାତ୍ମକ ନିଷ୍ପତ୍ତି ନିଅନ୍ତି, ତେବେ ରାଜ୍ୟ ସରକାର ଆର୍ଥିକ ଦୁଃସ୍ଥିତି ସତ୍ତ୍ବେ ଏହି ପ୍ରସଙ୍ଗ ଉପରେ ବିଚାର କରିପାରନ୍ତି।

Leave A Reply

Your email address will not be published.