ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

୧୩ ମନ୍ତ୍ରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି!

0

ଭୁବନେଶ୍ବର: କୋଭିଡ୍‌ର ଭୟାବହତା ଯେତିକି ବଢ଼ୁଛି, ରାଜ୍ୟରେ ଲୋକଙ୍କ ମଧ୍ୟରେ ସେତିକି ଆତଙ୍କ ସୃଷ୍ଟି ହେଉଛି। ଜୀବନ, ଜୀବିକା ସବୁକିଛି ବାଜିରେ ଲାଗିଛି। ପରୀକ୍ଷା ବାତିଲ୍ ହୋଇଯିବା ଓ ଫଳ ପ୍ରକାଶ ନ ପାଇବା ଉଭୟ ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀ ଏବେ ଦ୍ବନ୍ଦ୍ବରେ ଏବଂ ଭୀଷଣ ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି। ଅନୁରୂପ ଭାବେ କୋଭିଡ୍ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମନ୍ତ୍ରୀମାନଙ୍କର କାର୍ଯ୍ୟଦକ୍ଷତା ସମୀକ୍ଷା ବା ରିପୋର୍ଟ କାର୍ଡ ତର୍ଜମା କରିବା ଲାଗି ଯେଉଁ ନିଷ୍ପତ୍ତି ନେଇଥିଲେ, ତାହାବି ସ୍ଥଗିତ ରଖାଯାଇଛି। ଛାତ୍ରଛାତ୍ରୀ ସିନା ଚିନ୍ତାରେ ନିଦ ହରାଇ ସାରିଲେଣି, କ୍ୟାରିଅରକୁ ନେଇ ଭୟଭୀତ। ହେଲେ ଅଧିକାଂଶ ମନ୍ତ୍ରୀ କିନ୍ତୁ ଟିକେ ଆଶ୍ବସ୍ତ।

ପାଖାପାଖି ନବୀନଙ୍କ କ୍ୟାବିନେଟ୍‌ର ଅଧାରୁ ଅଧିକ ମନ୍ତ୍ରୀ ଏବେ ଆସନ୍ନ ବିପଦରୁ କିଛି ଦିନ ପାଇଁ ବର୍ତ୍ତିଯାଇଛନ୍ତି। କାରଣ ଗତ ଦୁଇବର୍ଷ ଧରି ସେମାନଙ୍କ ବିଭାଗର କୌଣସ ଗୋଟିଏ ବି ଆଖିଦୃଶିଆ କାର୍ଯ୍ୟକ୍ରମ ନାହିଁ; ଯଦିଓ ସଂପୃକ୍ତ ବିଭାଗର ଅଧିକାରୀମାନେ ପାଓ୍ବାର ପଏଣ୍ଟରେ ନାଲି, ନେଳି ରଙ୍ଗ ବୋଲି ଅନେକ ପ୍ରକଳ୍ପ ସଂପର୍କରେ ଏକ ଛବି ପ୍ରସ୍ତୁତି ଲାଗି ମାତିଥିଲେ। ରାଜ୍ୟ ସରକାରଙ୍କ ‘୫ଟି’ କାର୍ଯ୍ୟକ୍ରମରେ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ଗୋଟିଏ ରିପୋର୍ଟ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କିଛି ବର୍ଷ ଧରି ସରକାରର ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରୀମାନଙ୍କଠାରୁ ରିପୋର୍ଟ କାର୍ଡ ସଂଗ୍ରହ କରୁଛନ୍ତି। ଏହାକୁ ସରକାରର ବର୍ଷ ପୂର୍ତ୍ତି ଦିନ ମନ୍ତ୍ରୀ ପରିଷଦ ବୈଠକରେ ଆଲୋଚନା କରାଯାଇ ପରବର୍ତ୍ତୀ ବର୍ଷ ପାଇଁ ରୋଡ୍ ମ୍ୟାପ୍ ତିଆରି କରାଯାଉଛି। ୨୦୧୯ ମେ’ ୨୯ ତାରିଖ ଦିନ ଶ୍ରୀ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ସେଦିନ ୨୦୨୪ ପର୍ଯ୍ୟନ୍ତ ପାଞ୍ଚବର୍ଷର ଖସଡ଼ା କରି ମନ୍ତ୍ରୀମାନଙ୍କୁ ଏହି ସମୟ ମଧ୍ୟରେ କାର୍ଯ୍ୟ ସାରିବା ଲାଗି ଦାୟିତ୍ବ ଦେଇଥିଲେ। ଏହି କ୍ରମରେ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଅବସରରେ ଚଳିତ ମେ’ ୧୫ ତାରିଖରୁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବା ଲାଗି ଦିନ ଧାର୍ଯ୍ୟ ହୋଇଥିଲା। ସେବେଠାରୁ କିଛି ମନ୍ତ୍ରୀ ବିନିଦ୍ର ରଜନୀ ବିତାଉଥିଲେ। ଆସନ୍ତା ୨୯ ତାରିଖ ଦିନ ମନ୍ତ୍ରୀ ପରିଷଦ ବୈଠକରେ ଏସବୁ ସଂପର୍କରେ ବିଚାର ଆଲୋଚନା ହୋଇଥାନ୍ତା।

ରାଜନୈତିକ କରିଡରରେ ଅତି ପ୍ରଭାବଶାଳୀ ଚାରି ମନ୍ତ୍ରୀଙ୍କ ପ୍ରଦର୍ଶନ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା। ପରବର୍ତ୍ତୀ ମନ୍ତ୍ରିମଣ୍ଡଳ ଅଦଳବଦଳରେ ସେମାନେ ବିଦା ହେବା ଏକପ୍ରକାର ସୁନିଶ୍ଚିତ ବୋଲି କେହି କେହି ପୂର୍ବାନୁମାନ କରିଥିଲେ। ଏସବୁକୁ ନେଇ ପ୍ରାୟ ୧୩ ମନ୍ତ୍ରୀଙ୍କ ପଦବି ବିପଦରେ ଥିଲା। ଦୁଇ ବର୍ଷ ପୂର୍ତ୍ତି ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଥିଲେ, ସେମାନଙ୍କ ସଂପର୍କରେ ନବୀନ ନିଷ୍ପତ୍ତି ନେଇଥାନ୍ତେ। କାହାକୁ ବିଦା କରାଯାଇଥାନ୍ତା,କାହାର ବିଭାଗ ବଦଳିଥାନ୍ତା ଆଉ କାହାକୁ ଆଉ କିଛି ସମୟ ଦିଆଯାଇଥାନ୍ତା, ନିଜକୁ ଟିକେ ସଜାଡ଼ିବା ଲାଗି। ହେଲେ କୋଭିଡ୍‌ର ଭୟାବହତା ପରିପ୍ରେକ୍ଷୀରେ ନବୀନ ରିପୋର୍ଟ କାର୍ଡ ସମୀକ୍ଷା ସ୍ଥଗିତ କରିବା ପରେ ଏହି ମନ୍ତ୍ରୀମାନେ ଆଉ କିଛି ଦିନ ସମୟ ପାଇଯାଇଛନ୍ତି ଓ ଆଶ୍ବସ୍ତ ହୋଇଛନ୍ତି।

ରାଜନୈତିକ ମହଲର ମତ ହେଉଛି, ପାଞ୍ଚଟି ରାଜ୍ୟରେ ଯେବେ ଅତ୍ୟନ୍ତ ଭୟାନକ ପରିସ୍ଥିତିରେ ନିର୍ବାଚନ ହୋଇ ସରକାର ଗଠନ ହେଲା। ସେଠାରେ ସିଂହଭାଗ ମନ୍ତ୍ରୀ ପୂରା ନୂଆ। କେରଳ ସରକାର ତ ଗତ ସରକାରରେ ଥିବା କୌଣସି ମନ୍ତ୍ରୀଙ୍କୁ ଦ୍ବିତୀୟ ଥର ପାଇଁ ସୁଯୋଗ ଦେଇନାହାନ୍ତି। ଯଦି ସେସବୁ ରାଜ୍ୟରେ କୌଣସି ସମସ୍ୟା ହେଉନାହିଁ, ତେବେ ଓଡ଼ିଶାରେ ଆଦୌ ପ୍ରଦର୍ଶନ କରୁନଥିବା ମନ୍ତ୍ରୀମାନଙ୍କୁ ବର୍ତ୍ତମାନ ସମୟରେ ବଦଳାଇବାରେ ଅସୁବିଧା କଣ? ସରକାର ଅତ୍ୟନ୍ତ ଦକ୍ଷ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇ ପ୍ରକ୍ରିୟା ତ୍ବରାନ୍ବିତ କରିବା ପରିବର୍ତ୍ତେ ଏଭଳି ଅପାରଗଙ୍କୁ ନେଇ କେତେ ଆଗକୁ ଯାଇପାରିବେ?

ଏବେ ନବୀନଙ୍କ ପାଇଁ ଚ୍ୟାଲେଞ୍ଜର ସମୟ।

Leave A Reply

Your email address will not be published.