ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

କୋଭିଡ୍ ସଂପର୍କରେ ଆସିଲା ବଡ଼ ଖବର

0
  • ଲକ୍‌ଡାଉନରୁ ମିଳିଛି ବଡ଼ ସଫଳତା: ୧୦ ପ୍ରତିଶତ ତଳକୁ ଖସିଲା ସଂକ୍ରମଣ ହାର
  • ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତାଜନକ, କେବଳ ଜୁନରେ ୨୪୦ଜଣଙ୍କ ମୃତ୍ୟୁ ଘୋଷଣା
  • ଭୁବନେଶ୍ବରରେ ବି ସଂକ୍ରମଣ ହାର କମିନି, ୧୧୬୭ଜଣଙ୍କ ଠାରେ କୋଭିଡ୍‌ ଚିହ୍ନଟ

ଭୁବନେଶ୍ବର: ମେ’ ୫ ତାରିଖରେ ସାରା ରାଜ୍ୟକୁ ଲକ୍‌ଡାଉନ୍ କରିଥିଲେ ରାଜ୍ୟ ସରକାର। ଏହାର ବଡ଼ ସଫଳତା ମିଳିଛି। ଠିକ୍ ମାସକ ପରେ କୋଭିଡ୍ ସଂକ୍ରାନ୍ତରେ ଯେଉଁ ରିପୋର୍ଟ ଆସିିଛି, ତାହା ଆଶ୍ବସ୍ତ କଲାଭଳି। ସଂକ୍ରମଣ ପିକ୍ ଅତିକ୍ରମ କରି ଏବେ କେବଳ ତଳମୁହାଁ ହୋଇଛି ତା ନୁହେଁ, ସଂକ୍ରମଣ ହାର ପାଖାପାଖି ୧୨ ପ୍ରତିଶତ କମି ଆଜି ଏକ ନୂଆ ରେକର୍ଡ ଛୁଇଁଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ କହୁଛି, ଗତକାଲି ୭୧ ହଜାର ୯୭୩ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ସେ ମଧ୍ୟରୁ ୭୦୦୨ ଜଣଙ୍କ ଠାରେ କୋଭିଡ୍ ସଂକ୍ରମଣ ଚିହ୍ନଟ କରାଯାଇଛି। ଏଥିସହିତ ସଂକ୍ରମଣ ହାର ୯.୭୨ ପ୍ରତିଶତକୁ ଅର୍ଥାତ୍ ୧୦ ତଳକୁ ଖସିଆସିଛି।

ତେବେ ଉଦ୍‌ବେଗଜନକ କଥା ହେଲା, ଏବେ ବି ମୃତ୍ୟୁ ସଂଖ୍ୟା ବେଶ୍ ଚିନ୍ତାଜନକ। ଆଜି ସ୍ବାସ୍ଥ୍ୟ ବିଭାଗ ୪୨ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରିଛି। ଏଥିସହିତ ଜୁନ୍ ମାସର ପ୍ରଥମ ୬ ଦିନରେ ମୋଟ ୨୪୦ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏପ୍ରିଲମାସରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୩ ହଜାର ୫୯୧ ଥିଲା ଓ ମାତ୍ର ୧୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ମେ’ ମାସରେ ସଂକ୍ରମିତଙ୍କ ସଂଖ୍ୟା ପାଖପାଖି ୩ଗୁଣ ବଢି ୩ଲକ୍ଷ ୨୦ ଵହଜାର ୮୦୩କୁ ଛୁଇଁଥିଲା। ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ ପ୍ରାୟ ୬ଗୁଣରୁ ଅଧିକ ବଢ଼ିଯାଇଥିଲା। ଗତ ମାସରେ ୭୧୧ ଜଣ କୋଭିଡ୍‌ରେ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଥିଲା, ଯଦିଓ ବେସରକାରୀ ହିସାବରେ ଏହି ସଂଖ୍ୟା ଏହାଠାରୁ ଢେର୍ କେଇ ଗୁଣ ଅଧିକ।

ଜୁନ୍ ମାସରେ କିନ୍ତୁ ମୃତ୍ୟୁ ସଂପର୍କରେ ଯେଉଁ ରିପୋର୍ଟ ଆସୁଛି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଲାଣି। କୋଭିଡ୍ ଦ୍ବିତୀୟ ଲହର ଯେ ପ୍ରଥମ ଲହର ଅପେକ୍ଷା କେଇଗୁଣ ଅଧିକ ଘାତକ ଥିଲା,ଏକଥା ଆଉ ବୁଝିବାକୁ ବାକି ନାହିଁ। କୁହାଯାଉଛି, ମେ’ ମାସରେ କୋଭିଡ୍ ଜନିତ ମୃତ୍ୟୁ ରିପୋର୍ଟ ଅଡିଟ୍ ପରେ ଜୁନ୍ ମାସରେ ଜାରି କରୁଛନ୍ତି। ତେବେ ସେ ଯାହା ବି ହେଉ, କୋଭିଡ୍‌ର ସଂକ୍ରମଣ ୩ ପ୍ରତିଶତରୁ ତଳକୁ ନ ଆସିବା ପର୍ଯ୍ୟନ୍ତ ସ୍ଥିତିର ଗମ୍ଭୀରତାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି।

ସରକାର ତିନିଟି ଜିଲ୍ଲାରେ ସାମାନ୍ୟ କୋହ​ଳ କରିଥିଲେ ହେଁ, ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ ରାଜ୍ୟ ରହିବ। ଏହା ପରେ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମିବ, ସେ ଜିଲ୍ଲାରେ ଧୀରେ ଧୀରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହେବ। ଏବେ ବି ରାଜଧାନୀ ଭୁବନେଶ୍ବର ସ୍ଥିତି ଗମ୍ଭୀର ରହିଛି ଓ ଆଜି ଏଠାରେ ୧୧୬୭ ଜଣଙ୍କ ଠାରେ କୋଭିଡ୍ ସଂକ୍ରମଣ ଚିହ୍ନଟ ହୋଇଛି।

Leave A Reply

Your email address will not be published.