ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କୋଭିଡ୍ ସଂପର୍କରେ ଆସିଲା ବଡ଼ ଖବର

0
  • ଲକ୍‌ଡାଉନରୁ ମିଳିଛି ବଡ଼ ସଫଳତା: ୧୦ ପ୍ରତିଶତ ତଳକୁ ଖସିଲା ସଂକ୍ରମଣ ହାର
  • ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତାଜନକ, କେବଳ ଜୁନରେ ୨୪୦ଜଣଙ୍କ ମୃତ୍ୟୁ ଘୋଷଣା
  • ଭୁବନେଶ୍ବରରେ ବି ସଂକ୍ରମଣ ହାର କମିନି, ୧୧୬୭ଜଣଙ୍କ ଠାରେ କୋଭିଡ୍‌ ଚିହ୍ନଟ

ଭୁବନେଶ୍ବର: ମେ’ ୫ ତାରିଖରେ ସାରା ରାଜ୍ୟକୁ ଲକ୍‌ଡାଉନ୍ କରିଥିଲେ ରାଜ୍ୟ ସରକାର। ଏହାର ବଡ଼ ସଫଳତା ମିଳିଛି। ଠିକ୍ ମାସକ ପରେ କୋଭିଡ୍ ସଂକ୍ରାନ୍ତରେ ଯେଉଁ ରିପୋର୍ଟ ଆସିିଛି, ତାହା ଆଶ୍ବସ୍ତ କଲାଭଳି। ସଂକ୍ରମଣ ପିକ୍ ଅତିକ୍ରମ କରି ଏବେ କେବଳ ତଳମୁହାଁ ହୋଇଛି ତା ନୁହେଁ, ସଂକ୍ରମଣ ହାର ପାଖାପାଖି ୧୨ ପ୍ରତିଶତ କମି ଆଜି ଏକ ନୂଆ ରେକର୍ଡ ଛୁଇଁଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ କହୁଛି, ଗତକାଲି ୭୧ ହଜାର ୯୭୩ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ସେ ମଧ୍ୟରୁ ୭୦୦୨ ଜଣଙ୍କ ଠାରେ କୋଭିଡ୍ ସଂକ୍ରମଣ ଚିହ୍ନଟ କରାଯାଇଛି। ଏଥିସହିତ ସଂକ୍ରମଣ ହାର ୯.୭୨ ପ୍ରତିଶତକୁ ଅର୍ଥାତ୍ ୧୦ ତଳକୁ ଖସିଆସିଛି।

ତେବେ ଉଦ୍‌ବେଗଜନକ କଥା ହେଲା, ଏବେ ବି ମୃତ୍ୟୁ ସଂଖ୍ୟା ବେଶ୍ ଚିନ୍ତାଜନକ। ଆଜି ସ୍ବାସ୍ଥ୍ୟ ବିଭାଗ ୪୨ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରିଛି। ଏଥିସହିତ ଜୁନ୍ ମାସର ପ୍ରଥମ ୬ ଦିନରେ ମୋଟ ୨୪୦ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏପ୍ରିଲମାସରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୩ ହଜାର ୫୯୧ ଥିଲା ଓ ମାତ୍ର ୧୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ମେ’ ମାସରେ ସଂକ୍ରମିତଙ୍କ ସଂଖ୍ୟା ପାଖପାଖି ୩ଗୁଣ ବଢି ୩ଲକ୍ଷ ୨୦ ଵହଜାର ୮୦୩କୁ ଛୁଇଁଥିଲା। ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ ପ୍ରାୟ ୬ଗୁଣରୁ ଅଧିକ ବଢ଼ିଯାଇଥିଲା। ଗତ ମାସରେ ୭୧୧ ଜଣ କୋଭିଡ୍‌ରେ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଥିଲା, ଯଦିଓ ବେସରକାରୀ ହିସାବରେ ଏହି ସଂଖ୍ୟା ଏହାଠାରୁ ଢେର୍ କେଇ ଗୁଣ ଅଧିକ।

ଜୁନ୍ ମାସରେ କିନ୍ତୁ ମୃତ୍ୟୁ ସଂପର୍କରେ ଯେଉଁ ରିପୋର୍ଟ ଆସୁଛି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଲାଣି। କୋଭିଡ୍ ଦ୍ବିତୀୟ ଲହର ଯେ ପ୍ରଥମ ଲହର ଅପେକ୍ଷା କେଇଗୁଣ ଅଧିକ ଘାତକ ଥିଲା,ଏକଥା ଆଉ ବୁଝିବାକୁ ବାକି ନାହିଁ। କୁହାଯାଉଛି, ମେ’ ମାସରେ କୋଭିଡ୍ ଜନିତ ମୃତ୍ୟୁ ରିପୋର୍ଟ ଅଡିଟ୍ ପରେ ଜୁନ୍ ମାସରେ ଜାରି କରୁଛନ୍ତି। ତେବେ ସେ ଯାହା ବି ହେଉ, କୋଭିଡ୍‌ର ସଂକ୍ରମଣ ୩ ପ୍ରତିଶତରୁ ତଳକୁ ନ ଆସିବା ପର୍ଯ୍ୟନ୍ତ ସ୍ଥିତିର ଗମ୍ଭୀରତାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି।

ସରକାର ତିନିଟି ଜିଲ୍ଲାରେ ସାମାନ୍ୟ କୋହ​ଳ କରିଥିଲେ ହେଁ, ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ ରାଜ୍ୟ ରହିବ। ଏହା ପରେ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମିବ, ସେ ଜିଲ୍ଲାରେ ଧୀରେ ଧୀରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହେବ। ଏବେ ବି ରାଜଧାନୀ ଭୁବନେଶ୍ବର ସ୍ଥିତି ଗମ୍ଭୀର ରହିଛି ଓ ଆଜି ଏଠାରେ ୧୧୬୭ ଜଣଙ୍କ ଠାରେ କୋଭିଡ୍ ସଂକ୍ରମଣ ଚିହ୍ନଟ ହୋଇଛି।

Leave A Reply

Your email address will not be published.