ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

କାହା ଫଟୋ ଲାଗିବ, ତାକୁ ନେଇ ବିବାଦ

0
  • ବିଜେପି କହିଲା, ମାଗଣା ଟିକା ପ୍ରଧାନମନ୍ତ୍ରୀ ଦେଲେ, ଟିକାକରଣ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗୁ
  • ପ୍ରତିଜବାବ ଦେଲା ବିଜେଡି: ରାଜ୍ୟର ବି ଅବଦାନ କିଛି କମ ନାହିଁ, ଏଣୁ ମୋଦୀଙ୍କର ଲାଗୁ, ନବୀନଙ୍କର ବି

ଭୁବନେଶ୍ବର: ଟିକାକରଣକୁ ନେଇ ପୁଣି ରାଜନୀତି ଜୋର ଧରିଛି। ଟିକାକରଣର ଶ୍ରେୟ କିଏ ନେବ ସେ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜେପି ଦାବି କରିଛି ଯେ ଟିକାଦାନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗୁ। ସେପଟେ ବିଜେଡି ଜବାବ ଦେଇଛି, ଫଟୋ ଲାଗିବ ଯଦି ପ୍ରଧାନମନ୍ତ୍ରୀଙ୍କର ଲାଗିବ, ମୁଖ୍ୟମନ୍ତ୍ରୀଙ୍କର ବି।

ବିଜେପିର ବରିଷ୍ଠ ନେତା ପୃଥ୍ବିରାଜ ହରିଚନ୍ଦନ ଟ୍ବିଟ୍ କରି କହିଛନ୍ତି ଯେ ରାଜ୍ୟର ସମସ୍ତ ଟିକାକରଣ ପାଇଁ ଟିକା, କେନ୍ଦ୍ର ସରକାର ଦେବେ ବୋଲି ଘୋଷଣା କରିଛନ୍ତି।ଏଣୁ ରାଜ୍ୟ ସରକାର ଯେଉଁ ବାହାଦୁରି ଦେଖାଉଥିଲେ ଯେ ଆମ ଟଙ୍କାରେ ଟିକା ଦିଆହେଉଛି, ସେଥିରେ ପୂର୍ଣ୍ଣଛେଦ ପଡ଼ିଲା। ଏବେ ସାମାନ୍ୟା ଶିଷ୍ଟାଚାର ଦୃଷ୍ଟିରୁ ଟିକାକରଣ କେନ୍ଦ୍ରରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା ବ୍ୟବସ୍ଥା କରନ୍ତୁ।

ଶ୍ରୀ ହରିଚନ୍ଦନଙ୍କ ବିବୃତି ଉପରେ ବିଜେଡି ପକ୍ଷରୁ ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ରାୟ କହିଛନ୍ତି, କେନ୍ଦ୍ର ଟିକା ଦେବ, ଏକଥାକୁ କେହି ଅସ୍ବୀକାର କରୁନାହାନ୍ତି। ହେଲେ ବିଜେପି ବନ୍ଧୁମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ଏହାକୁ ରାଜ୍ୟ ସରକାର ହିଁ କାର୍ଯ୍ୟକାରୀ କରୁଛନ୍ତି। ଟିକାକରଣ କ୍ଷେତ୍ରରେ ସମସ୍ତ ଭିତ୍ତିଭୂମି, ଡାକ୍ତର, ପୁଲିସ ବ୍ୟବସ୍ଥା, ସ୍ବାସ୍ଥ୍ୟ କର୍ମୀ ଏବଂ ଅନ୍ୟ ସମସ୍ତ ପଦକ୍ଷେପ ରାଜ୍ୟ ସରକାରଙ୍କର। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କର ଫଟୋ ଓହ୍ଲାଇ ତାଙ୍କର ନିଜର ଫଟୋ ଲଗାଇଛନ୍ତି। ବିଜେଡି କିନ୍ତୁ ଏହା କହୁନାହିଁ। ବରଂ ପ୍ରଧାନମନ୍ତ୍ରୀଙ୍କର ଫଟୋ ଲାଗୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଫଟୋ ବି ଲାଗିବ।

ଏଠାରେ ଉଲ୍ଲେଖଥାଉକି, ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ବି ବିବାଦ ଦେଖାଦେଇଛି। ରାଜନୈତିକ ମହଲର ମତ ହେଉଛି, ଟିକା ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। କେନ୍ଦ୍ର ସରକାର ଟିକା କିଣି ସବୁ ରାଜ୍ୟକୁ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ରଖି ସହମତି ପାଇଁ ଉଦ୍ୟମ କରିଥିଲେ। ପରେ କେରଳ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏଥିରେ ସହମତ ହୋଇଥିଲେ। ତେବେ ଓଡ଼ିଶା ଟିକା କିଣିକି ଆଣିବ ବୋଲି ପ୍ରସ୍ତାବ ଦେଇଥିଲା। ଏହି ଘଟଣା ପରେ କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟ ବଦଳାଇ ଏକ ବଡ଼ ନିଷ୍ପତ୍ତି ନେବା ସହିତ ପୂରା ଭାରତକୁ ଆବଶ୍ୟକ ଟିକା କେନ୍ଦ୍ର ସରକାର କିଣିବେ ବୋଲି ଘୋଷଣା କରିଥିଲେ ଓ ମାଗଣାରେ ଦେବା କଥା କହିଥିଲେ। ଅବଶ୍ୟ ଘରୋଇ ସଂସ୍ଥାମାନଙ୍କୁ ବି କିଣି ଟିକାକରଣ ଲାଗି ସୁଯୋଗ ରଖାଯାଇଛି।

Leave A Reply

Your email address will not be published.