ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

କାହିଁକି ସଂଜୟ ଦାସବର୍ମାଙ୍କ ପାଖରେ ଅଟକିଗଲା

0
  • ଅଧାପନ୍ତରିଆ ରହିଗଲା ରାଜ୍ୟ ଯୋଜନା ବୋର୍ଡ
  • ଉପାଧ୍ୟକ୍ଷ ନିଯୁକ୍ତି ପାଇଲେ, ସଦସ୍ୟ ନାହାନ୍ତି

ଭୁବନେଶ୍ବର: ପ୍ରଥମ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇ ଯୋଜନା ଆୟୋଗ ଭାଙ୍ଗି ନିତି ଆୟୋଗ ଗଠନ କରିଛନ୍ତି। ଏବେ ସବୁ କ୍ଷେତ୍ରରେ ନିତି ଆୟୋଗ କେନ୍ଦ୍ର ସରକାରଙ୍କ ରକ୍ଷାକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି। ନିତି ଆୟୋଗ ମାପକାଠିରେ କେନ୍ଦ୍ର ସରକାର ରାଜ୍ୟମାନଙ୍କର ଯୋଗ୍ୟତା ମାପୁଛନ୍ତି। ଏହାର ବିଶ୍ବସନୀୟତା ନେଇ କେହି ବିଶେଷ ପ୍ରଶ୍ନ ଏଯାଏ ଉଠାଇନାହାନ୍ତି। ହେଲେ ଓଡ଼ିଶା ସରକାର ୨୦୧୪ରୁ ଏଭଳି ଆୟୋଗ ଗଠନ ଲାଗି ସ୍ବପ୍ନ ଦେଖୁଛନ୍ତି ସିନା ଏହାର କାର୍ଯ୍ୟାନ୍ବୟନ ହୋଇପାରିଲା ନାହିଁ। ବିଭିନ୍ନ ସମୟରେ ଅର୍ଥମନ୍ତ୍ରୀମାନେ ଏ ସଂପର୍କରେ ଗଣମାଧ୍ୟମକୁ ବାରମ୍ବାର ସୂଚନା ଦେଇଛନ୍ତି, ଅଥଚ ତାହା ଖବରକାଗଜ ପୃଷ୍ଠା ଓ ଟିଭିର ବିବୃତି ଭିତରେ ଅଟକିଯାଇଛି।

ଉଦ୍‌ବେଗର ବିଷୟ ହେଲା,ଓଡ଼ିଶା ସରକାର ନିତି ଆୟୋଗ ଗଠନ ନ କଲେ ନାହିଁ, ରାଜ୍ୟ ଯୋଜନା ବୋର୍ଡକୁ ବି ଅଧପନ୍ତରିଆ ଭାବେ ଅଟକାଇ ଦେଇଛନ୍ତି। ସଂପ୍ରତି ଯୋଜନା ପ୍ରକ୍ରିୟାରେ ରାଜ୍ୟ ଯୋଜନା ବୋର୍ଡର କୌଣସି ଭୂମିକା ନାହିଁ। କାରଣ ଇତିମଧ୍ୟରେ କେନ୍ଦ୍ର ସରକାର ତୃଣମୂଳସ୍ତରରୁ ଯୋଜନା ପ୍ରସ୍ତୁତି କରି ପଠାଇବାକୁ କହୁଛନ୍ତି ଓ ସେ ଆଧାରରେ ରାଜ୍ୟର ସବୁ ଜିଲ୍ଲାରେ ନିୟମିତ ବ୍ୟବଧାନରେ ଯୋଜନା କମିଟି ବୈଠକ ବସୁଛି। ଏଥିରେ ଜଣେ ଜଣେ ମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି।

ଏହା ସତ୍ତ୍ବେ ରାଜ୍ୟ ସରକାର ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ହେଁ ପୂର୍ଣ୍ଣାଙ୍ଗ ବୋର୍ଡ ଗଠନ କରିବା କଥା ସମ୍ଭବତଃ ଭୁଲିଯାଇଛନ୍ତି। ୨୦୨୦ ମାର୍ଚ୍ଚ ପହିଲାରେ ଶ୍ରୀ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଇତିମଧ୍ୟରେ ୧୫ମାସ ବିତିଗଲାଣି, ଅଥଚ କାହାକୁ ଆଉ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇନାହିଁ। ଏଣୁ ପୂର୍ଣ୍ଣାଙ୍ଗ ଭାବେ ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିବାର ଅବକାଶ ବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ବୋର୍ଡର ଅଧ୍ୟକ୍ଷ ଅଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ସେମାନଙ୍କ ମତରେ ଏହି ଘଟଣାଟି ଦୁଇଟି ଦୃଷ୍ଟିରୁ ଗୁରୁତ୍ବ ରଖେ। ନିର୍ବାଚନରେ ପାଖାପାଖି ୩୩ ଜଣ ବରିଷ୍ଠ ନେତା ହାରିଥିଲେ। ପୂର୍ବତନ ଯୋଜନା ଓ ସଂଯୋଜନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ସାଂସଦ କଳିକେଶ ସିଂହଦେଓ, ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ପ୍ରମୁଖ ହାରିଥିଲେ। ଅନେକ ନେତା ଆଶାୟୀ ଥିଲେ ହେଁ, ଏହି ହାରୁନେତାଙ୍କ ମଧ୍ୟରୁ କେବଳ ଶ୍ରୀ ଦାସବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଥଇଥାନ କରିଥିଲେ।

ଏହା ଗୋଟିଏ ପଟେ ସୂଚାଇ ଦେଉଛି ଯେ ସଂଜୟଙ୍କୁ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ କରି ରଖିବାକୁ ଉଦ୍ୟମ କରିଛନ୍ତି। ତାଙ୍କର ରାଜ୍ୟ ରାଜନୀତିରେ ଯେ ଗୁରୁତ୍ବ ରହିଛି, ଏକଥା ତାଙ୍କୁ ସୂଚାଇ ଦିଆଯାଇଛି ଏବଂ ଅନୁରୂପ ବାର୍ତ୍ତା ରାଜ୍ୟକୁ ଯାଇଛି। ହେଲେ ସଂଜୟଙ୍କ ରାଜନୈତିକ ଗୋଟିଚାଳନା ଦେଖି କେଉଁଠି ନା କେଉଁଠି ସରକାର ତାଙ୍କ ଗତିରୋଧ କରିବାକୁ ବି ଭୁଲିନାହାନ୍ତି। ଯୋଜନା ବୋର୍ଡକୁ ଅଧାପନ୍ତରିଆ ରଖି ଦେବା ଦ୍ବାରା ଏବେ ସଂଜୟ ଆଗକୁ ଯାଇ ସରକାରଙ୍କୁ ପରାମର୍ଶ ଦେବା ସ୍ଥିତି ହରାଇଛନ୍ତି। ସେ କ୍ୟାବିନେଟ୍ ପାହ୍ୟା ପାଇଛନ୍ତି ସତ, କିନ୍ତୁ ରାଜ୍ୟ ସରକାରରେ ଯୋଜନା ବୋର୍ଡ ବିଶେଷ କିଛି ଗୁରୁତ୍ବ ରଖେନାହିଁ କିମ୍ବା ଯୋଜନା ପ୍ରକ୍ରିୟାରେ ବୋର୍ଡର ଭୂମିକା ମଧ୍ୟ ରହିବ ନାହିଁ। ସେ ସମୀକ୍ଷା କରିପାରିବେ, ଅଥଚ କାହାକୁ ଉତ୍ତରଦାୟୀ କରିପାରିବେ ନାହିଁ। ଏଣୁ ପ୍ରଶାସନ ଉପରେ ତାଙ୍କର ଯେଭଳି କବ୍‌ଜା ରହିବା କଥା ତାହା ରହି ନାହିଁ ବା ରହିବା ସମ୍ଭବ ନୁହେଁ।

ଶ୍ରୀ ଦାସବର୍ମା ପ୍ରଥମେ ପ୍ରଥମେ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀଙ୍କୁ ଧରି ଲୋକସେବା ଭବନରେ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଉପରେ ଅନୁଧ୍ୟାନ କରି ଏକ ବିଶଦ ରିପୋର୍ଟ ଦେବେ ଓ ସେ ଆଧାରରେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ହେଲେ କଣ ରିପୋର୍ଟ ଆସିଲା, ତାହା ସରକାରଙ୍କ ପାଇଁ କେତେଦୂର ଉପାଦେୟ ହେଲା, କରୋନା ପରେ ଆର୍ଥିକ ଦୁଃସ୍ଥିତିରୁ ମୁକାଳିବା ଲାଗି ଏହି ରିପୋର୍ଟ କି କି ସାହାଯ୍ୟ କରିଛି, ସେକଥା କେହି ଜାଣିପାରିନାହାନ୍ତି। ନା ଶ୍ରୀ ଦାସବର୍ମା ସେ ସଂପର୍କରେ ଆଉ ମୁହଁ ଖୋଲୁଛନ୍ତି ନା ରାଜ୍ୟ ସରକାର କିଛି ମତମନ୍ତବ୍ୟ ରଖୁଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସରକାର ସମୟରେ ବି ରାଜ୍ୟ ଯୋଜନା ବୋର୍ଡ ଗଠନ ହୋଇଥିଲା। ସେଥିରେ ସଦସ୍ୟ ନିଯୁକ୍ତି ପାଇଥିଲେ। କିନ୍ତୁ ପ୍ରଶାସନରେ ଏହି ବୋର୍ଡର କୌଣସି ଭୂମିକା ନଥିଲ।

Leave A Reply

Your email address will not be published.