ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆରପାରିରେ ମିଲଖା ସିଂହ

0

ଚଣ୍ଡୀଗଡ: ପତ୍ନୀ ନିର୍ମଳ ମିଲଖା ସିଂହଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ୧୮ ତାରିଖ ବିଳମ୍ବିତ ରାତି ୧୧.୩୦ରେ ଫ୍ଲାଇଂଗ ଶିଖ ମିଲଖା ସିଂହଙ୍କର ମୃତ୍ୟୁ ଘଟିଛି। ୯୧ ବର୍ଷ ବୟସ୍କ ମିଲଖା ୧୯୫୮ କମନ ୱେଲଥ ଗେମରେ ଚାମ୍ପିୟନ ହୋଇଥିଲେ ଓ ୧୯୬୦ ରୋମ ଅଲମ୍ପିଆନ ଭାବେ ପରିଚିତ। ଗତ ମାସ ୨୦ ତାରିଖରେ ସେ କୋଭିଡ ଆକ୍ରାନ୍ତ ହୋଇ ୨୪ ତାରିଖରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ମେ ୩୦ରେ ହସ୍ପିଟାଲରୁ ଘରକୁ ଅଣାଯାଇଥିଲା।

ହେଲେ ଅମ୍ଳଜାନ ଅଭାବରୁ ଗତ ୩ ତାରିଖରେ ପୁଣିଥରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ସପ୍ତାହରେ ସେ ଟିକେ ସୁସ୍ଥ ହେବା ପରେ ପିଜିଆଇଏମଇଆର ମେଡିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ରାତିରେ ତାଙ୍କ ପୁଅ ଜିଭ ମିଲଖା ସିଂହ ବାପାଙ୍କ ମୃତ୍ୟୁ ଖବର ଗଣମାଧ୍ୟମକୁ ଦେଇଛନ୍ତି।

୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ମିଲଖାଙ୍କ ଘର ଏବେକାର ପାକିସ୍ତାନ ଅନ୍ତର୍ଗତ ଗୋବିନ୍ଦପୁରାରେ। ୧୯୫୮ମସିହା କମନୱେଲଥରେ ସେ ହାସଲ କରିଥିବା ରେକର୍ଡ ୫୦ ବର୍ଷ ଧରି କେହି ଅତିକ୍ରମ କରିନଥିଲେ। ଭାରତର ଏହି ଖ୍ୟାତନାମା ଧାବକଙ୍କ ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.