ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସାର ଦେଉନି କେନ୍ଦ୍ର: ସଦାନନ୍ଦଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଅରୁଣ

0

ଭୁବନେଶ୍ବର: ଓଡିଶା ପାଇଁ ଧାର୍ଯ୍ୟ ସାର ପ୍ରଦାନରେ ଟାଳଟୁଳ ନୀତି ପ୍ରତିବାଦରେ ଆଜି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଅସନ୍ତୋଷ ଝାଡି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡଙ୍କୁ ଚିଠି ଲେଖି ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ ଇତିମଧ୍ୟରେ ଖରିଫ୍ ଚାଷ ଆରମ୍ଭ ହୋଇଯାଇଛି। କେନ୍ଦ୍ର ସରକାର ଏପ୍ରିଲ ମାସ ପାଇଁ କୋଟା ଅନୁସାରେ ଓଡ଼ିଶାରୁ ସାର ପ୍ରଦାନ କରିଛନ୍ତି। ହେଲେ ମେ’ ଓ ଜୁନ ମାସରେ ଧାର୍ଯ୍ୟ ପରିମାଣ ଠାରୁ କମ୍ ସାର ଆସିଛି।

ମନ୍ତ୍ରୀ କହିଛନ୍ତି ଯେ ମେ’ ମାସରେ ଓଡ଼ିଶାକୁ ୪୮ ହଜାର ୯୫୦ ମେଟ୍ରିକ୍ ଟନ୍ ୟୁରିଆ ଆସିବା କଥା। ହେଲେ ୩୪ ହଜାର ୩୪୦ ମେଟ୍ରିକ୍ ଟନ୍ ଦେଇ କେନ୍ଦ୍ର ସରକାର ଆଉ ପ୍ରଦାନ କରିନାହାନ୍ତି। ଜୁନ୍ ୧୮ ତାରିଖ ସୁଦ୍ଧା ମାତ୍ର ୧୮ ହଜାର ୬୯୦ ମେଟ୍ରିକ୍ ଟନ୍ ୟୁରିଆ ଆସିଛି। ଏ ମାସରେ କୋଟା ଅନୁସାରେ ଓଡ଼ିଶା ୭୦ ହଜାର୮୩୦ ମେଟ୍ରିକ୍ ଟନ୍ ୟୁରିଆ ପାଇବା କଥା।

କେବଳ ୟୁରିଆ କ୍ଷେତ୍ରରେ ଯେ ଏମିତି ହୋଇଛି ତା ନୁହେଁ, ଜୁନ୍ ୧୮ ତାରିଖ ସୁଦ୍ଧା ମାତ୍ର ୩୭ ହଜାର ୫୧୯ ମେଟ୍ରିକ୍ ଟନ (୮୨ ହଜାର ମେଟ୍ରିକ୍ ଟନ୍ ଆସିବା କଥା) ଡିଏପି, ୮ ହଜାର ୮୦୩ ମେଟ୍ରିକ୍ ଟନ୍ (୨୮ ହଜାର ୯୦୦ମେଟ୍ରିକ୍ ଟନ୍ ଆସିବା କଥା)ଏମ୍‌ଓପି, ୪୬ ହଜାର ୯୦୨ ମେଟ୍ରିକ୍ ଟନ୍ (୮୧ ହଜାର ୬୦୦ ମେଟ୍ରିକ୍ ଟନ୍ ଆସିବା କଥା) ଏନ୍‌ପିକେ ଆସିଛି।

ଗତ ଖରିଫ୍ ସମୟରେ ମଧ୍ୟ ରାଜ୍ୟ ୟୁରିଆ ଅଭାବକୁ ଗଭୀର ଭାବେ ସାମ୍ନା କରିଛି। ଶହେ କି ହଜାରେ ନୁହେଁ, ଧାର୍ଯ୍ୟ କୋଟା ତୁଳନାରେ ପୂରା ୪୫ ହଜାର ମେଟ୍ରିକ୍ ଟନ୍ କମ୍ ୟୁରିଆ କେନ୍ଦ୍ର ସରକାର ପ୍ରଦାନ କରିଥିଲେ। ଖାସ୍ ଏଇଥିପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଣୁ ରାଜ୍ୟ ଷ୍ଟେଟ୍ ଫର୍ଟିଲାଇଜର ଏଜେନ୍ସିରୁ ୨ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଜୁନ ସୁଦ୍ଧା କିଣିବା ଲାଗି ନିଷ୍ପତ୍ତି ନେଇଛି। ଏଣୁ କେନ୍ଦ୍ର ସରକାର ଗତମାସର ବକେୟା ସହିତ ବର୍ତ୍ତମାନ ଓଡିଶା ପାଇଁ ହେଉଥିବା ପ୍ରାପ୍ୟ ସାର ପ୍ରଦାନ ଲାଗି ମନ୍ତ୍ରୀ ଦୃଢ ଦାବି କରିଛନ୍ତି।

Leave A Reply

Your email address will not be published.