ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ବନଖଣ୍ଡ ତତ୍ତ୍ବାବଧାନ କରିବେ ସମାଜସେବୀ

0

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପ୍ରକାଶ କଲା ବିଜ୍ଞପ୍ତି
୪୧ ଅବୈତନିକ ବନଖଣ୍ଡ ତତ୍ୱାବଧାରକ ନିଯୁକ୍ତି ଦେଲେ ସରକାର

ସୂର୍ଯ୍ୟ ନାରାୟଣ ଲେଙ୍କା

କେନ୍ଦ୍ରାପଡା: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ୩୦ ଜିଲ୍ଲା ପାଇଁ ୪୧ ଜଣଙ୍କୁ ଅବୈତନିକ ବନଖଣ୍ଡ ତତ୍ୱାବଧାରକ ଭାବେ ନିଯୁକ୍ତି ଦିଆଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ପରିବେଶ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ନବ ନିଯୁକ୍ତ ଅବୈତନିକ ବନଖଣ୍ଡ ତତ୍ୱାବଧାରକ ଭାବେ କାମ କରିବେ।

କେନ୍ଦ୍ରାପଡା ଜିଲ୍ଲାର ଅବୈତନିକ ବନଖଣ୍ଡ ତତ୍ୱାବଧାରକ ଭାବେ ସାମ୍ବାଦିକ ତଥା ଯୁବ ସମାଜସେବୀ ସୂର୍ଯ୍ୟ ନାରାୟଣ ଲେଙ୍କାଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅନୁଗୁଳ ଜିଲ୍ଲା ପାଇଁ ଅଦୈତ ଚରଣ ପଣ୍ଡା, ପ୍ରଦୀପ କୁମାର ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ଦାସ, ଭଦ୍ରକ ପାଇଁ ସୁଧିର କୁମାର ମହାନ୍ତି, କଟକ ପାଇଁ ସୁରେଶ ଚନ୍ଦ୍ର ତ୍ରିପାଠୀ, ଢେଙ୍କାନାଳ ପାଇଁ ଶିଶିର କାନ୍ତ ବେହେରା, ବିଜୟ କୁମାର ଦାସ ପ୍ରମୁଖଙ୍କୁ ନିଯୁକ୍ତି ମିଳିଛି । ୨ ବର୍ଷ ଯାଏଁ ଏହି ଅବୈତନିକ ବନଖଣ୍ଡ ତତ୍ୱାବଧାରକ ମାନେ କାର୍ଯ୍ୟ କରିବେ।

Leave A Reply

Your email address will not be published.