ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁକାବିଲା ପାଇଁ ପ୍ରସ୍ତୁତ ହେଲା ବିଜେପି

0

ଭୁବନେଶ୍ୱର: ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପି ଆଜି ପ୍ରସ୍ତୁତି ଆରମ୍ଭ କରିଛି। ଏ କ୍ଷେତ୍ରରେ ଯେଉଁ ବଡ଼ ନିଷ୍ପତ୍ତି ଦଳ ନେଇଛି, ତାହା ହେଲା କମିଟି ଗଠନ ଆଳରେ ଦଳ ଦୁଇ ଜଣ ବରିଷ୍ଠ ନେତାଙ୍କୁ ଗୁରୁତ୍ବ ଦେଇଛି। ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପୌର ଏବଂ ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ପଞ୍ଚାୟତ ରଣନୀତି ପ୍ରସ୍ତୁତି ଦାୟିତ୍ୱ ଦେଇଛି ଦଳ। ଉଭୟ ରାଜ୍ୟ କମିଟିରେ ଯଥାକ୍ରମେ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଶଙ୍କର ପରିଡା ସଂଯୋଜକ ଅଛନ୍ତି। ସେହିପରି ସୀମା ବିବାଦକୁ ନେଇ ପଞ୍ଚାୟତ ଗୋଟି ଚାଳନା ପାଇଁ ସାଂସଦ ବସନ୍ତ ପଣ୍ଡାଙ୍କୁ ନେଇ ଗୋଡକାଢ଼ିଛି ବିଜେପି। ଏହି ରାଜ୍ୟ କମିଟିରେ ସଂଜୀବ ମହାନ୍ତିଙ୍କୁ ସଂଯୋଜକ ଭାବେ ନିଯୁକ୍ତି ମିଳିଛି।

ଗୋଟିଏ ପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଥିବା ବେଳେ ଅନ୍ୟ ପଟରେ ବିଜେପିର କମିଟି ଗଠନ ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ ସରଗରମ କରି ରଖିବ।

Leave A Reply

Your email address will not be published.