ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଇଏଏସ ଅଫିସର ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସେ ଏହି ବିଭାଗ ଦାୟିତ୍ୱରେ ଥିଲେ। ସେହିଭଳି ୨୦୦୮ ବ୍ୟାଚ ଆଇଏଏସ ଭୁପିନ୍ଦର ସିଂହ ପୁନିଆଙ୍କୁ ଇପିକଲ ଏମଡି ଭାବେ ନିଯୁକ୍ତି ଦିଆଯାଇଛି। ସେ ଇଡ଼କୋ ଦାୟିତ୍ୱରେ ବି ରହିବେ। ସେଠାରେ ଥିବା ନୀତିନ ଭାନୁଦାସ ଅନ୍ତଃ ରାଜ୍ୟ ଡେପୁଟେସନରେ ଯିବେ।

ସେହିପରି ନିକଟରେ ସାଧାରଣ ପ୍ରଶାସନ ବିଭାଗ ଓଏସଡ଼ି ଭାବେ ନିଯୁକ୍ତି ପାଇଥିବା ପ୍ରେମଚନ୍ଦ ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସିଇଓ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଗଜପତି ଜିଲ୍ଲାପାଳ ଅନୁପମ ଶାହ ଶ୍ରୀ ପୁନିଆଙ୍କ ସ୍ଥାନକୁ ବଦଳି ହୋଇ ଆସିଛନ୍ତି।ସୋନପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ବରଗଡ଼ ବଦଳି ହୋଇଛନ୍ତି। ସେହିପରି ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଏ ଏସ ନରବନେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଏହା ବ୍ୟତୀତ କନିଷ୍ଠ ଅଫିସର ସ୍ତରରେ ବି ଅଧିକାରୀଙ୍କୁ ନୂଆ ନିଯୁକ୍ତି ମିଳିଛି।

Leave A Reply

Your email address will not be published.