ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତିଙ୍କ ହତ୍ୟା ପଛର ପ୍ରକୃତ କାରଣ ଏବେ ସାମନାକୁ ଆସିଛି । ଅଭିଯୁକ୍ତ ପ୍ରବୀଣ ଧରୁଆକୁ ଗିରଫ ପରେ ଏବେ ପ୍ରକୃତ ସତ ଜଣାପଡିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନାଏକଙ୍କୁ ୧୦୦ ଟଙ୍କା ପାଇଁ ନୁହେଁ ମାଛ ଚାଷକୁ କେନ୍ଦ୍ର କରି ହତ୍ୟା କରିଛି ପ୍ରବୀଣ । ହତ୍ୟାକାଣ୍ଡ ପରେ ପ୍ରବୀଣକୁ ଅଟକ ରଖି ପୁଲିସ ପଚରାଉଚରା ପରେ ତାକୁ ଗିରଫ କରିଛି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନାଏକ ନିଜ ପୋଖରୀକୁ କିଛି ବର୍ଷ ତଳେ ଜଣେ ବ୍ୟକ୍ତିଙ୍କୁ ଲିଜ ଦେଇଥିଲେ । ହେଲେ ପ୍ରବୀଣ ଓ ଆଉ କିଛି ଜଣ ମିଶି ପୋଖରୀରୁ ମାଛ ଚୋରି କରୁଥିଲେ । ଏହା ଜଣାପଡିବା ପରେ ଲିଜ ନେଇଥିବା ବ୍ୟକ୍ତି ପ୍ରବୀଣ ନାଁରେ ଥାନାରେ ଲଇକେରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପ୍ରବୀଣ ଆଉ ଦୁଇ ଜଣ ଗିରଫ ହୋଇ ପରେ ଜାମିନରେ ଆସିଥିଲେ । ହେଲେ ପ୍ରଫେସର ଧ୍ରୁବରାଜ ନାଏକଙ୍କ ପାଇଁ ସେ ଜେଲ ଯାଇଥିବା ଭାବି ରାଗ ରଖିଥିଲ। ।

ରବିବାର ଦିନ ଝାରସୁଗୁଡା କୁଆଁରମାଳ ସରଗିଗୁଡ଼ା ଘରେ ପ୍ରଫେସର ଧ୍ରୁବରାଜ ନାୟକଙ୍କ ଘରକୁ ଏକ ଟାଙ୍ଗିଆ ଧରି ପଶି ଯାଇଥିଲା । ପ୍ରଫେସରଙ୍କ ଘରେ ପଶି ଗାଳିଗୁଲଜ କରିବା ପରେ ଧ୍ରୁବରାଜ ନାଏକ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ଅଭିଯୁକ୍ତକୁ ପଚାରି ଥିଲେ। ଏହା ସହିତ ତାକୁ ପ୍ରଥମେ ଘରୁ ବାହାରିବାକୁ କହିଥିଲେ। ଏହା ପରେ ଉତ୍ତ୍ୟକ୍ତ ପ୍ରବୀଣ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା।
ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ପ୍ରବୀଣକୁ ଲଇକେରା ଥାନା ପୁଲିସ୍ ଗତକାଲି ହିଁ ଧରିଥିଲା। ତେବେ ତାକୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଥିବା ବେଳେ ଶେଷରେ ଗିରଫ କରିଛି। ଜେରା ବେଳେ ଅଭିଯୁକ୍ତ ପ୍ରବୀଣ ମାଛ ପୋଖରୀ ଲିଜକୁ ନେଇ ହତ୍ୟା କରିଥିବା କହିଛି ।