ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଓଡିଶାରେ କାହିିଁକି କମୁନି ସଂକ୍ରମଣ?

0

୧୦ ଜିଲ୍ଲା ଆଣୁଛି ବିପଦ : କେବେ ଖସୁଛି କେବେ ବଢୁଛି
ଚିନ୍ତା ବଢାଉଛି ଉପକୂଳବର୍ତ୍ତୀ ଜିଲ୍ଲା, ପ୍ରତିଦିନ ନୂଆ ନୂଆ କଣ୍ଟ ଦେଉଛନ୍ତି ବିଶେଷଜ୍ଞ

ଭୁବନେଶ୍ବର: ରାଜ୍ୟରେ ତାଲାବନ୍ଦ ପରେ ଅନଲକ ଆରମ୍ଭ ହୋଇଛି। ଆଶିଂକ ଲକଡାଉନ ବଳବତ୍ତର ରହିଛି। ହେଲେ ପିଜଟିଭ ସଂଖ୍ୟା କିନ୍ତୁ କମୁନି। କେଉଁଦିନ ୩ ହଜାର ଉପରେ ରହୁଛି ତ ଦିନେ ଦିନେ ୩ ହଜାର ତଳକୁ ଖସୁଛି । ସଂକ୍ରମଣ ଆଖିଦୃଶିଆ କମୁନି । ଗତ ୧୫ ଦିନ ହେବ ମନ୍ଥର ଗତିରେ ଉପର ତଳ ହେଉଛି ସଂକ୍ରମଣ । ମୃତ୍ୟୁସଂଖ୍ୟା ମଧ୍ୟ ୪୦ ତଳକୁ ଖସିବାର ନାଁ ନେଉନି । ସେପଟେ ଓଡିଶାରେ କାହିଁକି ଖସୁନି ସଂକ୍ରମଣ । ଉଚ୍ଚ ସଂକ୍ରମଣର କାରଣ ଖୋଜିବାକୁ ଓଡିଶା ଆସୁଛି କେନ୍ଦ୍ରୀୟ ଟିମ । ବିଶେଷଜ୍ଞ ବି ଚିନ୍ତାରେ ପଡ଼ିଗଲେଣି। ପ୍ରତିଦିନ ନୂୁଆ ନୂଆ କଣ୍ଟ ଦେଉଛି। ହେଲେ କରୋନା କିନ୍ତୁ ସେମାନଙ୍କୁ ମାତ୍ ଦେବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧ ହଜାର ୫୫୪ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୯୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୪.୦୭% । ହେଲେ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ହାର ଅଧିକ ରହୁଛି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ୫୪୯ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୨୩୭, ଭଦ୍ରକରୁ ୧୬୩, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୧୮, ମୟୂରଭଂଜରୁ ୧୬୫, ପୁରୀରୁ ୧୩୨, ନୟାଗଡରୁ ୯୬,କେନ୍ଦ୍ରାପଡାରୁ ୭୯, ଢେଙ୍କାନାଳରୁ ୭୭, କେନ୍ଦୁଝରରୁ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଦିନକରେ ୪୫ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୬ରେ ପହଚିଂଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୦ ହଜାର ୫୫୭। ଦେଶରେ କରୋନା ମହାମାରୀ କମିବାରେ ଲାଗିଛି । ହେଲେ ଓଡିଶା ସମେତ ୬ ରାଜ୍ୟରେ ସଂକ୍ରମଣ ଆଖିଦୃଶିଆ କମୁନି । ଏହା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Leave A Reply

Your email address will not be published.