ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅବତରଣ ବେଳେ ଜଳିଗଲା ବିମାନ

0

ମାନିଲା: ଫିଲିଫାଇନ୍ସରେ ସେନାର ଏକ ବିମାନ ବଡ ଧରଣର ଦୁର୍ଘଟଣା ହୋଇଛି। ଯେତେବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେତେବେଳେ ବିମାନରେ ୮୫ ଜଣ ଯାତ୍ରୀ ଥିଲେ । ବିମାନରେ ଥିବା ୮୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କି ଦକ୍ଷିଣ ଫିଲିପାଇନ୍ସରେ ଦୁର୍ଘଟଣା ହୋଇଥିବା ଫିଲପାଇନ୍ସ ସେନା ପ୍ରମୁଖ ସିରିଲିଟେ ସୋବେଜନା କହିଛନ୍ତି।

ଆଜି ସକାଳେ ଫିଲିପାଇନ୍ସ ବାୟୁସେନାର ସି-୧୩୦ ବିମାନଟି ପାଟିକୁଲ ନିକଟରେ ଦୁର୍ଘଟଣା ହୋଇଛି । ବିମାନଟି ଯେତେବେଳେ ସୁଲୁ ପ୍ରାନ୍ତ ଜିଲ୍ଲା ଦ୍ୱୀପ ନିକଟରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା ସେହି ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନଟି ତଳକୁ ଉହ୍ଲାଇବା ବେଳକୁ ପୁରା ବିମାନରେ ନିଆଁ ଲାଗିସାରିଥିଲା । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ବିମାନ ମଧ୍ୟରେ ଫଶିଥିବା ଲୋକମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଉଦ୍ଧାର କରିଛି। ବିମାନରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.