ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରାଜ୍ୟରେ ୨୦ ଜୀବନ ନେଲାଣି ବ୍ଲାକ ଫଙ୍ଗସ୍

0

ଭୁବନେଶ୍ବର: କୋଭିଡ୍ ଯେମିତି ଘାତକ, ବ୍ଲାକ୍ ଫଙ୍ଗସ୍ ସେମିତି ଡରାଇଲାଣି। ରାଜ୍ୟରେ ୨୦ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ବ୍ଲାକ ଫଙ୍ଗସ୍ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଏଯାଏ ୧୩୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ସୁସ୍ଥ ଏବେ ସୁଦ୍ଧା ସୁସ୍ଥ ହୋଇ ଫେରିଛନ୍ତି ।ଏମସରେ ସର୍ବାଧିକ ବ୍ଲାକ ଫଙ୍ଗସ ରୋଗୀ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ର୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରାଜ୍ୟରେ ମେ’ ୧୦ ତାରିଖରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ । ବର୍ତମାନ ଗୋଟିଏ ଦୁଇଟି ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଉଛନ୍ତି ।ଅଧିକ ସଂଖ୍ୟକ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଉନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ କରୋନା ପରେ ବ୍ଲାକ ଫଙ୍ଗସ ଭୟ ଏବେ ଲୋକଙ୍କ ଚିନ୍ତା ବଢାଇଛି । ବୁର୍ଲା ଭିମସାରରେ ମଧ୍ୟ ବ୍ଲାକ ଫଙ୍ଗସ୍‌ରେ ଅନେକ ଜଣଙ୍କ ମୃତ୍ୟୁ ହେଲାଣି ବୋଲି ଅଭିଯୋଗ ରହିଛି।

Leave A Reply

Your email address will not be published.