ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀକୁ ଚାଷୀ ତାତି ଫେରିବ!

0

ନୂଆଦିଲ୍ଲୀ: ଦେଶରେ ଚାଷୀ ଆନ୍ଦୋଳନ ପୁଣି ଥର ଜୋରଦାର ହେବ। ସେ ନେଇ ଚାଷୀନେତାମାନେ ମାନସ ମନ୍ଥନ କରିବା ପରେ ଦୃଢ଼ ପଦକ୍ଷେପ ନେହା ଲାଗି ମନସ୍ଥିର କରିଛନ୍ତି। ମିଳୁଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ କୃଷକମାନେ ସଂସଦ ଘେରିବା ଲାଗି ପୁଣି ପ୍ରସ୍ତୁତି ଚଳାଇଲେଣି। ଆସନ୍ତା ୨୨ ତାରିଖରୁ ସେମାନେ ଅଧିବେଶନ ସରିବା ପର୍ଯ୍ୟନ୍ତ ସବୁଦିନ ସଂସଦ ଘେରାଉ କରିବେ।

ଏହା ପୂର୍ବରୁ ଜୁଲାଇ ୮ ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଚାଷୀ ସଂଗଠନ ପକ୍ଷରୁ ଦେଶବ୍ୟାପୀ ସକାଳ ୧୦ଟାରୁ ୧୨ ଯାଏ ଆନ୍ଦୋଳନ କରାଯିବ। ଜାତୀୟ ଓ ରାଜ୍ୟ ରାଜପଥରେ ସେମାନେ ବିକ୍ଷୋଭ କରିବେ, ହେଲେ ଗାଡି ଚଳାଚ​ଳକୁ ବନ୍ଦ କରିବେ ନାହିଁ। ତା ପୂର୍ବରୁ ସେମାନଙ୍କ ଦାବିକୁ ଅଧିକ ଦୃଢ଼ ଭାବେ ସଂସଦରେ ଉପସ୍ଥାପନ ଲାଗି ୧୭ ତାରିଖରେ ବିରୋଧୀ ଦଳ ମାନଙ୍କୁ ଚିଠି ଲେଖିବେ ବୋଲି ଖବର ଆସିଛି। ଏ ସଂକ୍ରାନ୍ତରେ ଏକ ବିସ୍ତୃତ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି।

କୃଷକ ସଂଗଠନର ନେତାମାନେ ଦିଲ୍ଲୀରେ ଡେରା ପକାଇ ରହିବେ। ବିଶେଷକରି ସେମାନେ ଦାବି ରଖିବେ ଯେ ସାଂସଦମାନେ କୃଷି ଆଇନ ବିରୋଧରେ ସ୍ବର ଉଠାନ୍ତୁ ନ ହେଲେ ଇସ୍ତଫା ଦେଇ ଚାଲି ଆସନ୍ତୁ। ସାଂସଦମାନେ କେନ୍ଦ୍ର ସରକାରଙ୍କ ଉପରେ ଜବରଦସ୍ତ ଚାପ ପକାଇବା ଲାଗି ମଧ୍ୟ ସେମାନେ ଅନୁରୋଧ କରିବେ ବୋଲି ସୂଚନା ମିଳୁଛି।

Leave A Reply

Your email address will not be published.