ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ନୂଆଦିଲ୍ଲୀକୁ ଚାଷୀ ତାତି ଫେରିବ!

0

ନୂଆଦିଲ୍ଲୀ: ଦେଶରେ ଚାଷୀ ଆନ୍ଦୋଳନ ପୁଣି ଥର ଜୋରଦାର ହେବ। ସେ ନେଇ ଚାଷୀନେତାମାନେ ମାନସ ମନ୍ଥନ କରିବା ପରେ ଦୃଢ଼ ପଦକ୍ଷେପ ନେହା ଲାଗି ମନସ୍ଥିର କରିଛନ୍ତି। ମିଳୁଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ କୃଷକମାନେ ସଂସଦ ଘେରିବା ଲାଗି ପୁଣି ପ୍ରସ୍ତୁତି ଚଳାଇଲେଣି। ଆସନ୍ତା ୨୨ ତାରିଖରୁ ସେମାନେ ଅଧିବେଶନ ସରିବା ପର୍ଯ୍ୟନ୍ତ ସବୁଦିନ ସଂସଦ ଘେରାଉ କରିବେ।

ଏହା ପୂର୍ବରୁ ଜୁଲାଇ ୮ ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଚାଷୀ ସଂଗଠନ ପକ୍ଷରୁ ଦେଶବ୍ୟାପୀ ସକାଳ ୧୦ଟାରୁ ୧୨ ଯାଏ ଆନ୍ଦୋଳନ କରାଯିବ। ଜାତୀୟ ଓ ରାଜ୍ୟ ରାଜପଥରେ ସେମାନେ ବିକ୍ଷୋଭ କରିବେ, ହେଲେ ଗାଡି ଚଳାଚ​ଳକୁ ବନ୍ଦ କରିବେ ନାହିଁ। ତା ପୂର୍ବରୁ ସେମାନଙ୍କ ଦାବିକୁ ଅଧିକ ଦୃଢ଼ ଭାବେ ସଂସଦରେ ଉପସ୍ଥାପନ ଲାଗି ୧୭ ତାରିଖରେ ବିରୋଧୀ ଦଳ ମାନଙ୍କୁ ଚିଠି ଲେଖିବେ ବୋଲି ଖବର ଆସିଛି। ଏ ସଂକ୍ରାନ୍ତରେ ଏକ ବିସ୍ତୃତ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି।

କୃଷକ ସଂଗଠନର ନେତାମାନେ ଦିଲ୍ଲୀରେ ଡେରା ପକାଇ ରହିବେ। ବିଶେଷକରି ସେମାନେ ଦାବି ରଖିବେ ଯେ ସାଂସଦମାନେ କୃଷି ଆଇନ ବିରୋଧରେ ସ୍ବର ଉଠାନ୍ତୁ ନ ହେଲେ ଇସ୍ତଫା ଦେଇ ଚାଲି ଆସନ୍ତୁ। ସାଂସଦମାନେ କେନ୍ଦ୍ର ସରକାରଙ୍କ ଉପରେ ଜବରଦସ୍ତ ଚାପ ପକାଇବା ଲାଗି ମଧ୍ୟ ସେମାନେ ଅନୁରୋଧ କରିବେ ବୋଲି ସୂଚନା ମିଳୁଛି।

Leave A Reply

Your email address will not be published.