ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଆଉ ୬ଲକ୍ଷ ଘର ମାଗିଲେ ନବୀନ

0

ଭୁବନେଶ୍ବର: ସମସ୍ତଙ୍କୁ ଘର କାର୍ଯ୍ୟକ୍ରମକୁ ଶତ ପ୍ରତିଶତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଆଉ ୬ଲକ୍ଷ ଘର ମାଗିଛନ୍ତି। ନିକଟରେ କେନ୍ଦ୍ର ସରକାର ଦେଇଥିବା ୮ଲକ୍ଷ ୧୭ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦ ଘର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ ଏହା ୨୦୧୯ ଫନି ପ୍ରଭାବିତଙ୍କୁ ଦିଆଯାଇଛି। ହେଲେ ରାଜ୍ୟ ସରକାର ଆଉ ୬ଲକ୍ଷ ହିତାଧିକାରୀ ଚୟନ କରିଛନ୍ତି, ଯେଉଁମାନଙ୍କର ଘର ନାହିଁ। ଏସବୁ ଅଣ ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ଓ୍ବିଣ୍ଡୋ ଖୋଲିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ସେ ୨୦୨୦ ଡିସେମ୍ବର ୧୫ତାରିଖରେ ଏ ସଂକ୍ରାନ୍ତରେ ଲେଖିଥିବା ପୂର୍ବ ଚିଠି ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଗ୍ରାମ୍ୟ ଉନ୍ନୟନ ବିଭାଗ ଆବାସ ପ୍ଲସ୍ ଓ୍ବିଣ୍ଡୋ ମାସକ ପାଇଁ ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ଖୋଲାଯାଇଥିଲା। ହେଲେ ଫନି ପ୍ରଭାବିତ ହୋଇନଥିବା ବାକି ୧୬ ଜିଲ୍ଲା ଚିହ୍ନଟ କାର୍ଯ୍ୟ ହୋଇପାରିଲା ନାହିଁ। ଏହା କେବିକେ ଜିଲ୍ଲା ଭିତରେ ରହିଛି ଓ ଅଧିକାଂଶ ଲୋକ ଅନୁସୂଚିତ ଜନଜାତି ବର୍ଗର। ଆଵାସ ପ୍ଲସ ଫର୍ମୁଲା ବ୍ୟବହାର କରି ରାଜ୍ୟ ସରକାର ଯେଉଁମାନଙ୍କର ଘର ନାହିଁ, ସେହି ହିତାଧିକାରୀମାନଙ୍କୁ ବାଛିଛନ୍ତି। ଏଣୁ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଯଦି ସମଗ୍ର ଓଡ଼ିଶା ପାଇଁ ଆଉ ମାସକ ଲାଗି ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଖୋଲନ୍ତେ, ତେବେ ସମସ୍ତଙ୍କୁ ଘର ମିଳିପାରନ୍ତା ବୋଲି ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

Leave A Reply

Your email address will not be published.