ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଟାର୍ଗେଟକୁ ବି ଟପିଗଲେ

0
  • ରେକର୍ଡ ଟିକାଦାନ: ୪ ଲକ୍ଷ ୨ ହଜାର ୪୩୪ ଡୋଜ ଦିଆଯାଇଛି
  • ୨୧ ଜୁନରେ ସର୍ବାଧିକ ୩ ଲକ୍ଷ ୩୨ ହଜାର ୭୧୭ ଟିକାଦାନ ହୋଇଥିଲା

ରାଜ୍ୟରେ ଦିନକରେ ରେକର୍ଡ ଟିକାଦାନ । ଦିନକରେ ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଛି ଓଡିଶାରେ । ଆଜି ୪ ଲକ୍ଷ ୨ ହଜାର ୪୩୪ ଡୋଜ ଦିଆଯାଇଛି। ଯାହା ଗୋଟିଏ ଦିନରେ ସର୍ବାଧିକ । ଗତ ୨୧ ଜୁନରେ ସର୍ବାଧିକ ୩ ଲକ୍ଷ ୩୨ ହଜାର ୭୧୭ ଟିକାଦାନ ହୋଇଥିଲା । ଏହା ପରେ ଟିକାର ସଂକଟ ଦେଖାଦେଇଥିଲା । କେନ୍ଦ୍ରରୁ ଟିକା ଆସିବା ପରେ ଦିନକରେ ୪ଲକ୍ଷରୁ ଅଧିକ ଟିକାକରଣ କରି ନୂଆରେକର୍ଡ କରିଛି ଓଡିଶା ।

କରୋନାକୁ ମାତ ଦେବା ପାଇଁ ଏବେ ଟିକାକରଣକୁ ଜୋରଦାର କରିିଛନ୍ତି ରାଜ୍ୟ ସରକାର । ଟିକାର ଅଭାବ ଯୋଗୁଁ ଗତ କିଛି ଦିନ ଧରି ଅଧିକାଂଶ ଜିଲ୍ଲାରେ ଟିକାକରଣ ପ୍ରଭାବିତ ହୋଇଥିଲା । କେନ୍ଦ୍ରରୁ ଟିକା ଆସିବା ପରେ ଦିନକରେ ୪ ଲକ୍ଷରୁ ଅଧିକ ଟିକାକରଣ କରି ଦୈନିକ ଟିକାକରଣ ନେଇ ଥିବା ଲକ୍ଷ୍ୟକୁ ଟପିଯାଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ମଧ୍ୟ ୧୪ ଶହ ୮୮ କେନ୍ଦ୍ରରେ ଟିକାକରଣ ହେବ ।

ସେହିପରି ରାଜ୍ୟରେ ଏକ କୋଟିରୁ ଅଧିକ ଲୋକ ଏବେ ପ୍ରଥମ ଡୋଜ ନେଇଥିବା ବେଳେ ଟିକାଦାନରେ ନୂଆ ମାଇଲଖୁଂଟ ତିଆରି କରିସାରିଛି ଓଡିଶା । ବଡ ବଡ ରାଜ୍ୟକୁ ପଛରେ ପକାଇ ଟିକାକରଣ କ୍ଷେତ୍ରରେ ଓଡିଶା ନୂଆ ନୂଆ ରେକର୍ଡ କରୁଛି ।

Leave A Reply

Your email address will not be published.