ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ସୁସ୍ଥ ହେଲେ ମହାପ୍ରଭୁ

0

ପୁରୀ: ସ୍ନାନ କରି ଜ୍ବରରେ କମ୍ପୁଥିବା ମହାପ୍ରଭୁଙ୍କ ସ୍ବାସ୍ଥ୍ୟରେ ବଡ଼ ଉନ୍ନତି ଆସିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର, ଦେବୀ ସୁଭଦ୍ରା ଓ ସୁଦର୍ଶନ ସମସ୍ତେ ସୁସ୍ଥ ହୋଇଛନ୍ତି।ଶତାଧିକ ଦଇତାପତି ମହାପ୍ରଭୁଙ୍କ ସେବାରେ ଲାଗିଥିଲେ। ଫୁଲୁରି ତେଲ ଓ ଦଶମୂଳ ବି ଲାଗି କରାଯାଇଥିଲା। ଆଜି ଏହି ଶୁଭ ଖବର ଦଇତାପତିମାନେ ଗଜପତି ମହାରାଜାଙ୍କୁ ଜଣାଇବେ। ଆଜି ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ।

ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ବେଳେ ଚକା ବିଜେ କରିଛନ୍ତି। ଏହି ଶୁଭ ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତି ମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ର କୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ।ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ‘ରାଜପ୍ରସାଦ’କୁ ଶ୍ରୀନଅରକୁ ନେବେ। ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଅବଗତ କରାଇବେ।

ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ଶ୍ରୀଜିଉଙ୍କୁ ଶ୍ରୀବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା। ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଲାଗି ପରେ ଜ୍ୱରରୁ ସୁସ୍ଥ ଅନୁଭବ କରିଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ଅଣସର ଘରେ ସୋମବାର ଖଳିଲାଗି କରାଯାଇଛି। ସୁସ୍ଥ ହେବା ପରେ ପ୍ରଭୁଙ୍କୁ ଫୁଲ ଓ ତୁଳସୀ ଲାଗି କରାଯାଇଛି।

Leave A Reply

Your email address will not be published.