ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ସିସିଟିଭି ଧରିଲା ସତ

0

ମୃତ୍ୟୁ ଉପରୁ ରହସ୍ୟ ହଟାଇଲା ପୁଲିସ

ଭୁବନେଶ୍ବର: ସମସ୍ତେ ଭାବୁଥିଲେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କିନ୍ତୁ ଦେଢ ମାସ ପରେ ମୃତ୍ୟୁ ଉପରୁ ରହସ୍ୟ ହଟାଇଲା କ୍ୟାପିଟାଲ ପୁଲିସ । ମେ ୨୪ରେ ସୂର୍ଯ୍ୟନଗରର ସୁବାଷ ନାଏକର ମୃତ୍ୟୁ ହୋଇଥିଲା । ରାଜଭବନ ପାଖରେ ଏକ ଲୁହା ଖୁଂଟରେ ପିଟି ହୋଇପଡିଥିବାରୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଉଥିଲା । କିନ୍ତୁ ମୃତ୍ୟୁ ପଛର କାରଣ ଥିଲା ଆଉ କିଛି । ଯାହା କମିସନରେଟ ପୁଲିସ ପର୍ଦ୍ଦାଫାଶ କରିଛି ।

ମେ ୨୪ତାରିଖରେ ଏକ ଇଲେକ୍ଟ୍ରିଂ ଖୁଂଟରେ ପିଟିହୋଇ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲା ସୁବାଷ ନାଏକ । ପିସିଆର ଭ୍ୟାନ ତାଙ୍କୁ ଉଦ୍ଧାର କରି ମେଡିକାଲ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଘଟଣା ସ୍ଥଳରୁ ବାଇକ ମଧ୍ୟ ଜବତ ହୋଇଥିଲା । ପ୍ରଥମେ ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା । ହେଲେ ପଛରେ ସନ୍ଦେହ ହେବାରୁୁ ସିସିଟିଭି ଦେଖିଥିଲା ପୁଲିସ । । ଆଉ ସିସିଟିଭି ଦେଖିଲା ପରେ ଜଣାପଡିଥିଲା ଘଟଣା ଦୁର୍ଘଟଣା ନୁହେଁ । ସୁବାଷ ନାୟକକୁ ପଛରୁ ଏକ ବାଇକରେ ୩ ଜଣ ଯୁବକ ଲୁହା ରଡ ଧରି ଗୋଡାଉଛନ୍ତି । ଆଉ ଜୀବନ ବଂଚାଇବାକୁ ଯାଇ ଭୟଭୀତ ହୋଇ ସୁବାଷ ଗାଡି ଦ୍ରୁତ ଗତିରେ ଚଲାଇଛି । ପଛରେ ସେମାନେ ଗୋଡାଉଥିବାରୁ ସୁବାଷ ଲୁହା ଖୁଂଟରେ ପିଟି ହୋଇଯାଇଥିଲା । ଆଉ ତାର ମୃତ୍ୟୁ ହୋଇଥିଲା ।

ସିସିିଟିଭି ଆଧାରରେ ପୁଲିସ ଏବେ ଆକ୍ରାମଣ କରିବାକୁ ଯାଉଥିବା ମୁଖ୍ୟ ଅଭିଯୁକ୍ତ ସତ୍ୟଜିତ ପଟ୍ଟନାୟକକୁ ଗିରଫ କରିଛି । ତେବେ ପୂର୍ବ ଶତ୍ରୁତାର ସତ୍ୟଜିତ ସୁବାଷଙ୍କୁ ଆକ୍ରମଣ କରିବାକୁ ଯାଉଥିବା ପୁଲିସ କହିଥିବା ବେଳେ ଘଟଣା ପଛରେ ପ୍ରେମ ଥିବା ନେଇ କୁହାଯାଉଛି । ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଏବେ ନିଖୋଜ ଅଛନ୍ତି ।

Leave A Reply

Your email address will not be published.