ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସିସିଟିଭି ଧରିଲା ସତ

0

ମୃତ୍ୟୁ ଉପରୁ ରହସ୍ୟ ହଟାଇଲା ପୁଲିସ

ଭୁବନେଶ୍ବର: ସମସ୍ତେ ଭାବୁଥିଲେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କିନ୍ତୁ ଦେଢ ମାସ ପରେ ମୃତ୍ୟୁ ଉପରୁ ରହସ୍ୟ ହଟାଇଲା କ୍ୟାପିଟାଲ ପୁଲିସ । ମେ ୨୪ରେ ସୂର୍ଯ୍ୟନଗରର ସୁବାଷ ନାଏକର ମୃତ୍ୟୁ ହୋଇଥିଲା । ରାଜଭବନ ପାଖରେ ଏକ ଲୁହା ଖୁଂଟରେ ପିଟି ହୋଇପଡିଥିବାରୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଉଥିଲା । କିନ୍ତୁ ମୃତ୍ୟୁ ପଛର କାରଣ ଥିଲା ଆଉ କିଛି । ଯାହା କମିସନରେଟ ପୁଲିସ ପର୍ଦ୍ଦାଫାଶ କରିଛି ।

ମେ ୨୪ତାରିଖରେ ଏକ ଇଲେକ୍ଟ୍ରିଂ ଖୁଂଟରେ ପିଟିହୋଇ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲା ସୁବାଷ ନାଏକ । ପିସିଆର ଭ୍ୟାନ ତାଙ୍କୁ ଉଦ୍ଧାର କରି ମେଡିକାଲ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଘଟଣା ସ୍ଥଳରୁ ବାଇକ ମଧ୍ୟ ଜବତ ହୋଇଥିଲା । ପ୍ରଥମେ ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା । ହେଲେ ପଛରେ ସନ୍ଦେହ ହେବାରୁୁ ସିସିଟିଭି ଦେଖିଥିଲା ପୁଲିସ । । ଆଉ ସିସିଟିଭି ଦେଖିଲା ପରେ ଜଣାପଡିଥିଲା ଘଟଣା ଦୁର୍ଘଟଣା ନୁହେଁ । ସୁବାଷ ନାୟକକୁ ପଛରୁ ଏକ ବାଇକରେ ୩ ଜଣ ଯୁବକ ଲୁହା ରଡ ଧରି ଗୋଡାଉଛନ୍ତି । ଆଉ ଜୀବନ ବଂଚାଇବାକୁ ଯାଇ ଭୟଭୀତ ହୋଇ ସୁବାଷ ଗାଡି ଦ୍ରୁତ ଗତିରେ ଚଲାଇଛି । ପଛରେ ସେମାନେ ଗୋଡାଉଥିବାରୁ ସୁବାଷ ଲୁହା ଖୁଂଟରେ ପିଟି ହୋଇଯାଇଥିଲା । ଆଉ ତାର ମୃତ୍ୟୁ ହୋଇଥିଲା ।

ସିସିିଟିଭି ଆଧାରରେ ପୁଲିସ ଏବେ ଆକ୍ରାମଣ କରିବାକୁ ଯାଉଥିବା ମୁଖ୍ୟ ଅଭିଯୁକ୍ତ ସତ୍ୟଜିତ ପଟ୍ଟନାୟକକୁ ଗିରଫ କରିଛି । ତେବେ ପୂର୍ବ ଶତ୍ରୁତାର ସତ୍ୟଜିତ ସୁବାଷଙ୍କୁ ଆକ୍ରମଣ କରିବାକୁ ଯାଉଥିବା ପୁଲିସ କହିଥିବା ବେଳେ ଘଟଣା ପଛରେ ପ୍ରେମ ଥିବା ନେଇ କୁହାଯାଉଛି । ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଏବେ ନିଖୋଜ ଅଛନ୍ତି ।

Leave A Reply

Your email address will not be published.