ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ସରକାର ଯେଉଁଠି ସକ୍ରିୟ, ବିପଦ ସେଇଠି ଅଧିକ

0
  • ଏବେ ବି ରେଡ ଜୋନରେ ରହିଛି ଖୋର୍ଦ୍ଧା,କଟକ
  • ଆଉ ୫୭ ମୃତ୍ୟୁର ହିସାବ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଆଜି ୫୭ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଗକୁ ଏହା ଆହୁରି ବୃଦ୍ଧି ହୋଇପାରେ। ସେପେଟ ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତ ତଳେ (୩.୪୯ ପ୍ରତିଶତ) ରହିଛି । ଆଉ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏବେ ବି ରେଡ ଜୋନରେ ଅଛନ୍ତି ଦୁଇ ଜିଲ୍ଲା ଖୋର୍ଦ୍ଧା ଓ କଟକ।

୫୭ ଜଣଙ୍କ ମୃତ୍ୟୁ ନେଇ ହିସାବ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବରଗଡ଼, ଗଞ୍ଜାମ, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ କରୋନାରେ ଆଖିବୁଜିଥିବା ବେଳେ ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ ଜିଲ୍ଲାରୁ ୪ଜଣ ଲେଖାଏଁ ଅଛନ୍ତି। ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ୱର, କଟକ, ଦେବଗଡ଼, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ମୋଟ ୪ ହଜାର ୪୧୫କୁ ବୃଦ୍ଧି ପାଇଛି ।

ସେହିପରି ଗତ ୨୪ ଘଂଟାରେ ୭୨ ହଜାର ୬୪୫ ନମୁନା ପରୀକ୍ଷା ହୋଇଥିବା ବେଳେ ୨୫ ଶହ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୩.୪୯% । କଟକରୁ ସର୍ବାଧିକ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୪୨୪,ବାଲେଶ୍ୱରରୁ ୨୨୧,ଭଦ୍ରକରୁ ୧୦୦,ଜଗତସିଂହପୁରରୁ ୧୨୮,ଯାଜପୁରରୁ ୧୩୯,କେନ୍ଦ୍ରାପଡାରୁ ୧୬୭,ମୟୁରଭଂଜରୁ ୧୨୪, ପୁରୀରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ରେ ପହଚିଂଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୭ ହଜାର ୫୮୦ । ସେହିପରି ଏଯାଏ ସୁସ୍ଥ ହେଲେଣି ୯ ଲକ୍ଷ ୨୮୨ ଜଣ । ସଂକ୍ରମଣ ହାର ୧୦ ଜିଲ୍ଲାରେ ୧ ପ୍ରତିଶତରୁ କମ ରହୁଥିବା ବେଳେ ୨୪ଟି ଜିଲ୍ଲାରେ ୫ ପ୍ରତିଶତରୁ କମ ରହୁଛି । ଖୋର୍ଦ୍ଧ, କଟକ,ମୟୁରଭଂଜ, ବାଲେଶ୍ୱର,ପୁରୀ,ଭଦ୍ରକ କିଛି ଜିଲ୍ଲାରେ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିନାହିଁ ।

Leave A Reply

Your email address will not be published.