ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ପ୍ରଥମ ଦିନରୁ ପ୍ରଧାନମନ୍ତ୍ରୀଙ୍କ ତନାଘନା

0
  • ‘ନୂଆ ଶିକ୍ଷା ନୀତି’ରେ ନୂଆ ପିଢି ପାଇଁ ନୂତନ ମାର୍ଗ ପ୍ରସ୍ତୁତ ହେବ: ଧର୍ମେନ୍ଦ୍ର ପ୍ରଧାନ
  • ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ ନେଲେ କେନ୍ଦ୍ରମନ୍ତ୍ରୀ
  • ଆଇଆଇଏସସି ବାଙ୍ଗାଲୋର, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁରର ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା,
  • ଶିକ୍ଷା ସହ ରୋଜଗାରକୁ ଦିଆଯିବ ପ୍ରାଧାନ୍ୟ ଦିଆଯିବ ବୋଲି ଦୃଢୋକ୍ତି ପ୍ରକାଶ କଲେ ମନ୍ତ୍ରୀ


ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ନୂଆ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଶିକ୍ଷାକୁ ନେଇ ତନାଘନା କରିଛନ୍ତି। କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଅନୁଷ୍ଠାନ ଆଇଆଇଏସସି ବାଙ୍ଗାଲୋର, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁରର ନିର୍ଦ୍ଦେଶକ ମାନଙ୍କ ସହସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ଜାତୀୟ ଶିକ୍ଷା ନୀତି ଉପରେ ବିଶଦ ଆଲୋଚନା ହୋଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଶିକ୍ଷାର୍ଥୀ ମାନଙ୍କର ଆବଶ୍ୟକତା ଅନୁଯାୟୀ ଶିକ୍ଷାର ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହେଉଥିବା ଶିକ୍ଷା ମଡେଲ୍ ଗୁଡିକୁ ଆଗେଇ ନେବାର ଆବଶ୍ୟକତା ରହିଛି। ଶିକ୍ଷାର ଉପଲବ୍ଧି, ସୁଲଭ ମୂଲ୍ୟରେ ଶିକ୍ଷା, ଶିକ୍ଷାରେ ସମାନତା ତଥା ଗୁଣାତ୍ମକ ଶିକ୍ଷା ଯୋଗାଇବା ଭଳି ଶିକ୍ଷା
ମଡେଲ ଗୁଡିକର ମୂଳ ମୂଲ୍ୟ ହେବା ଉଚିତ୍ । କୋଭିଡ୍‌-୧୯ର ଆହ୍ୱାନ ଗୁଡିକୁ ପୂରଣ କରିବା ଦିଗରେ ଆଇଆଇଏସସି ବାଙ୍ଗାଲୋର, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁରର ବୈଷୟିକ ଅନୁଷ୍ଠାନ ଗୁଡିକ ଦ୍ୱାରା ହୋଇଥିବା ଗବେଷଣା ଏବଂ ବିକାଶ(ଆର୍ ଏବଂ ଡି) କାର୍ଯ୍ୟ ପ୍ରଶଂସନୀୟା ଏହାସହ ବୈଷୟିକ ସମାଧାନ ଦିଗରେ ଯୁବ ଇନୋଭେଟରଙ୍କ ଉଦ୍ୟମକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଥିଲେ।

ଏହି ଆଲୋଚନାରେ ସାମିଲ ହୋଇ ନୂଆ ଶିକ୍ଷା କରି ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉପରେ ଆସ୍ଥାପ୍ରକଟ କରି ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଉପରେ କାର୍ଯ୍ୟ କରିବା ତଥା ଗବେଷଣା ଏବଂ ନୂତନତ୍ୱକୁ ଉତ୍ସାହିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ଅତ୍ୟନ୍ତ ଗୋରବର ବିଷୟ। ଦେଶରେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନୂଆ ଶିକ୍ଷା ନୀତି ଦେଶରେ ଉପସ୍ଥାପନ କରାଯାଇଛି। ନୂଆ ଶିକ୍ଷା ନୀତି କେବଳ ଦେଶରେ ନୁହେଁ ବିଶ୍ୱରେ ମଧ୍ୟ ସ୍ୱୀକୃତି ମିଳିଛି। ଏହି ନୂଆ ଶିକ୍ଷା ନୀତିରେ ନୂଆ ପିଢି ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରାଯିବ। ଶିକ୍ଷା କ୍ଷେତ୍ରରେ ଭାରତର ବୈଜ୍ଞାନିକ, ଇନୋଭେଟର, ଗବେଷକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଯେଉଁ ଅପେକ୍ଷା ରହିଛି ତାହାକୁ ମଧ୍ୟ ନୂଆ ଜାତୀୟ ଶିକ୍ଷା ନୀତି ପୂରଣ କରିବ ଏବଂ ଆଜିର ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍‌କାର କାର୍ଯ୍ୟକ୍ରମ ଦେଶର ନୂଆ ପିଢ଼ିକୁ ଗବେଷଣା, ବିକାଶ, ନବଉନ୍ମେଷକୁ ପୁନଃ ନୂଆ ଦିଶା ଦେଖାଇବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷାନୁଷ୍ଠାନଗୁଡିକର ଦୃଢ ସହଯୋଗରେ ଆମେ ଶିକ୍ଷା ସହ ରୋଜଗାରକୁ ବଢ଼ାଇବାରେ ନୂଆ ବେଂଚମାର୍କ ସ୍ଥାପନ କରିବୁ। ଏହାକୁ ବିଶ୍ୱମାନର କରିବା ପାଇଁ ନୂତନ ମାନଦଣ୍ଡ ସ୍ଥିର କରିବା ପାଇଁ ଉଦ୍ୟମ କରିବୁ। ଲମ୍ବା ସମୟ ଧରି ଉଚ୍ଚ ଶିକ୍ଷା କ୍ଷେତ୍ରକୁ ସାମାଜିକ ପୁଞ୍ଜିନିବେଶ ଭାବେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଶିକ୍ଷାର ଉପଲବ୍ଧି, ସମାନତା, ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଗଲେ ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସାଂସ୍କୃତିକ ବିକାଶ, ସାମାଜିକ ଏକତା, ନ୍ୟାୟ ଏବଂ ଉତ୍କର୍ଷକୁ ବଢ଼ାଇବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳ ଅଦଳବଦଳର ପ୍ରଥମ ଦିନରୁ ଶିକ୍ଷା ବିଭାଗକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଦିଆଯାଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ବୈଷୟିକ ଶିକ୍ଷାନୁଷ୍ଠାନ ଦ୍ୱାରା ନିଆଯାଇଥିବା ଗବେଷଣା ଏବଂ ବିକାଶ ପଦକ୍ଷେପ ସମ୍ପର୍କିତ ଏକ ‘ଇ-ପୁସ୍ତକ’ ଉନ୍ମୋଚନ କରିଥିଲେ ।
ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଏସସି ବାଙ୍ଗାଲୋର ନିର୍ଦ୍ଦେଶକ ପ୍ରଫେସର ଗୋଭିନ୍ଦନ ରଙ୍ଗରାଜନ, ଆଇଆଇଟି ବମ୍ବେର ନିର୍ଦ୍ଦେଶକ ପ୍ରଫେସର ସୁଭାସିସ ଚୌଧୁରୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ରାମାମୂର୍ଥୀ, ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ରଫେସର ଅଭୟ
କରନ୍ଦିକର ପ୍ରମୁଖ ଏକ ପ୍ରେଜେନଟେସନ ଉପସ୍ଥାପନ କରିଥିଲେ । ଏହାସହ ୧୦୦ ଅନୁଷ୍ଠାନର ମୁଖ୍ୟ ମଧ୍ୟ ଏହି ସାକ୍ଷାତ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave A Reply

Your email address will not be published.