ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ପ୍ରଥମ ବୈଠକରେ ଚାଷୀଙ୍କୁ ଫୋକସ

0

ପ୍ରଥମ ବୈଠକରେ ବଡ଼ ନିଷ୍ପତ୍ତି: କୃଷି ପାଇଁ ଲକ୍ଷେ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ନୂଆ ଟିମକୁ ନେଇ ପ୍ରଥମ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତି ନିଆଯାଇଛି। ମୁଖ୍ୟତଃ ବୈଠକରେ ସ୍ୱାସ୍ଥ୍ୟ ସେବା ଓ ଚାଷୀ ମାନଙ୍କୁ ଫୋକସ କରାଯାଇଛି। ଚାଷୀଙ୍କ ସହାୟତା ପାଇଁ ୧ ଲକ୍ଷ କୋଟି ଅନଦାନକୁ ମଂଜୁରୀ ମିଳିଛି । ମଣ୍ଡି ଜରିଆରେ ୧ ଲକ୍ଷ କୋଟି ଟଙ୍କା କୃଷକଙ୍କ ନିକଟରେ ପହଚିଂବ।

ସେହିପରି କୃଷକ ସମୂହଙ୍କୁ ୨ କୋଟି ଟଙ୍କାର ଋଣ ଦେବାର ବ୍ୟବସ୍ଥା କରାଯାଇଛି। ମଣ୍ଡିଗୁଡିକୁ ଅଧିକ ମଜବୁତ କରାଯିବ।। ଏପିଏମସି ମଣ୍ଡିଗୁଡିକୁ ଆହୁରି ଦୃଢ କରାଯିବ ବୋଲି କୁହାଯାଇଛି। ଆନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ଅପିଲ କରି କହିଛନ୍ତି ଯେ,ସରକାର ଯାହା କହିଛନ୍ତି, ତାହା କରିବାକୁ ପ୍ରୟାସ ଜାରି ରହିଛି । ନୂଆ କୃଷି ଆଇନ ଲାଗୁ ହେବା ପରେ ମଧ୍ୟ ଏପିଏମସି ପୂର୍ବ ଭଳି ଜାରି ରହିବ । କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି। କୃଷି କ୍ଷେତ୍ରରେ ବଡ଼ ବିକାଶ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ନରେନ୍ଦ୍ର ସିଂ ତୋମାର।

ସେହିପରି ରାଜ୍ୟମାନଙ୍କୁ କୋଭିଡ ପାଣ୍ଠି ଅନୁଦାନ ନେଇ କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । କରୋନା ଲଢେଇ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ପ୍ୟାକେଜ ଘୋଷଣା ହୋଇଛି । କୋଭିଡ ପାଣ୍ଠି ପାଇଁ ୨୩ ହଜାର ୧୨୩ କୋଟି ଟଙ୍କାର ଜରୁରୀ ପ୍ୟାକେଜ ମଂଜୁର ହୋଇଛି । ରାଜ୍ୟ ସରକାର ମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ଫଣ୍ଡ ମିଳିବ। କରୋନା ପ୍ୟାକେଜର ଉପଯୁକ୍ତ ବିନିଯୋଗ ହେଉଛି। ଦେଶବାସୀଙ୍କୁ ଭ୍ୟାକସିନ ଦେବା ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି । କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଦେଶରେ ୨୦ ହଜାର ଆଇସିୟୁ ବେଡ଼ ପ୍ରସ୍ତୁତ କରାଯାଇଛି । ଦେଶର ୭୩୬ ଜିଲ୍ଲାରେ ପିସିୟୁ ପ୍ରସ୍ତୁତ କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.