ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

‘ଷଡ୍‌ଯନ୍ତ୍ର କରୁଛି ସ୍ତ୍ରୀ’

0

ଭୁବନେଶ୍ବର: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦ ତୁଟୁନି । ବରଂ ଦିନକୁ ଦିନ ନୂଆ ନୂଆ ମୋଡ ନେବାରେ ଲାଗିଛି । ପତ୍ନୀ ବର୍ଷାଙ୍କ ବିରୋଧରେ ସିଧାସଳଖ ଷଡଯନ୍ତ୍ରର ଅଭିଯୋଗ ଆଣି ପୁରୀ ଘାଟ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ। ଜଣାଇଛନ୍ତି, ବର୍ଷା ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ତାଙ୍କ ଜୀବନ ପ୍ରତି ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅନୁଭବ।

ଅନୁଭବ ଥାନାରେ ଅଭିଯୋଗ କରିଛନ୍ତି ଯେ, କିଛି ଦିନ ହେଲା ତାଙ୍କ ଘର ପାଖରେ କିଛି ଅଜଣା ଲୋକଙ୍କୁ ବୁଲୁଥିବା ସେ ଦେଖିବାକୁ ପାଉଛନ୍ତି । ହେଲ୍‌ମେଟ ପିନ୍ଧି ଅଜଣା ଲୋକ ଘର ପାଖରେ ବୁଲୁଥିବା ସେ ସିସିଟିଭିରୁ ଦେଖିଛନ୍ତି । ଏପରିକି ବିପଦ ଥିବାର ଆଶଙ୍କା କରି ଭଏସ ରେକର୍ଡ ସିସିଟିଭି ଲଗାଯାଇଛି। ସେମାନଙ୍କୁ ସେ ଚିହ୍ନି ନ ଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

ସିସିଟିଭିରୁ ଦେଖିଥିବା ଫୁଟେଜକୁ ଆଧାର କରି ଅନୁଭବ ଆହୁରି କହିଛନ୍ତି, ତାଙ୍କ ଘରର ଅନେକ ନକଲି ଚାବି ପ୍ରସ୍ତୁତ ହୋଇଛି। ଯାହା ଫଳରେ ତାଙ୍କ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି ହୋଇପାରେ ବୋଲି ସେ ଆଶଙ୍କା କରୁଛନ୍ତି। ଏହାସହିତ ବର୍ଷା ତାଙ୍କ ଘର ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରୁଥିବା ସେ ନିଜର ଅଭିଯୋଗରେ ଦର୍ଶାଇଛନ୍ତି।

କିଛି ଦିନ ପୂର୍ବେ ମଧ୍ୟସ୍ଥି କେନ୍ଦ୍ରକୁ ପତ୍ନୀ ବର୍ଷା ନଆସିବାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ ଅନୁଭବ। ବାରମ୍ବାର ନୋଟିସ ସତ୍ତ୍ୱେ ବର୍ଷା ଆସୁନାହାନ୍ତି । ଜାଣିଶୁଣି ମାମଲାକୁ ସାରିବାକୁ ବର୍ଷା ଚାହୁଁନାହାନ୍ତି। ସୋସିଆଲ୍‌ ମିଡିଆ ପାଇଁ ସମୟ ପାଉଛନ୍ତି। କିନ୍ତୁ କୋର୍ଟକୁ ଆସିବାକୁ ସମୟ ନାହିଁ ବୋଲି ବର୍ଷାଙ୍କୁ ଟାର୍ଗେଟ କରି କହିଥିଲେ ଅନୁଭବ।

ଅନ୍ୟପକ୍ଷରେ ସେହି ପୁରୀ ଘାଟ ଥାନାରେ ବର୍ଷା ମଧ୍ୟ ପୂର୍ବରୁ ଅନୁଭବ ମହାନ୍ତିଙ୍କ ବିରୋଧରେ ଅନେକ ଥର ଅଭିଯୋଗ କରିଛନ୍ତି। ପୁଲିସ ମଧ୍ୟ ତାଙ୍କ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେଇଛି। ଏବେ ସାଂସଦ ଅନୁଭବ ମହାନ୍ତିଙ୍କ ଅଭିଯୋଗ ପରେ ପୁଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତା ଉପରେ ନଜର ରହିବ।

Leave A Reply

Your email address will not be published.