ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ମାସ ଶେଷରେ +୨ ଫଳ

0

ଭୁବନେଶ୍ବର: ଚଳିତ ମାସ ଶେଷ ସୁଦ୍ଧା ବାହରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଜୁଲାଇ ୩୧ ଭିତରେ ଯୁକ୍ତ ଦୁଇ ରେଜଲ୍ଟ ବାହାର କରିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏଇ ମାସ ଶେଷ ସୁଦ୍ଧା ରେଜଲ୍ଟ ପାଇଁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ତେଣୁ କରୋନା କଟକଣା ଭିତରେ ୩୧ ସୁଦ୍ଧା ଫଳାଫଳ ପ୍ରକାଶ ନେଇ ଉଦ୍ୟମ ଚାଲିଛି । ଯଦି ସମ୍ଭବ ନହୁଏ ଆଉ ଦିନେ ଦୁଇ ଦିନ ଅଧିକ ଲାଗିପାରେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ମହାମାରୀ କରୋନା ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଇଥିଲା । ମାଟ୍ରିକ୍ ଭଳି ବିକଳ୍ପ ବ୍ୟବସ୍ଥା ଯୋଗେ ଯୁକ୍ତ ଦୁଇ ମୂଲ୍ୟାୟନ କରାଯାଇଛି। ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ଦୁଇରେ ପାସ ହାର ୯୦ ପ୍ରତିଶତରୁ ଅଧିକ ରହିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ପୂର୍ବରୁ କହିଛନ୍ତି ।

Leave A Reply

Your email address will not be published.