ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ସୋସିଆଲ ମିଡିଆରେ ଭାଇରାଲ ଖବର ମିଛ, ମୋର କିଛି ହୋଇନି…

0

ଭୁବନେଶ୍ବର: ‘ମୁଁ ଜୀବିତ ଅଛି। ପୁରା ସୁସ୍ଥ ଅଛି । ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଗୁରୁତର ହୋଇଥିବା ନେଇ ଭାଇରାଲ ଖବର ମିଛ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏକଥା ଆଉ କେହି ନୁହେଁ, ନିଜେ ଅସୀମା ଏକ ଭିଡିଓ ସେୟାର କରି କହିଛନ୍ତି।

ଓଡ଼ିଶାର ଆଗଧାଡିର କଣ୍ଠଶିଳ୍ପ ଅସୀମା ପଣ୍ଡାଙ୍କ ସଂପର୍କରେ ଅସତ୍ୟ ଖବର ପରିବେଷଣ ପରେ ସେ ଏହା ଜଣାଇଛନ୍ତି। ସେ ଆହୁରି କହିଛନ୍ତି ଯେ ତାଙ୍କର କୌଣସି ଅସୁବିଧା ହୋଇନି। ତାଙ୍କ ଭାଇଙ୍କର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଭାଇର ହାତ ଖାଲି ଭାଙ୍ଗିଯାଇଛି। ଦୁର୍ଘଟଣା କେବେ କହିକି ଆସେ ନାହିଁ, ଅକସ୍ମାତ୍‌ ହୋଇଥାଏ। କିନ୍ତୁ ଏହାକୁ ନେଇ ଅପପ୍ରଚାର କରିବା ଠିକ୍‌ ନୁହେଁ ବୋଲି କହିଛନ୍ତି ଅସୀମା। କେବଳ ସେତିକି ନୁହେଁ, କିଛି ଗଣମାଧ୍ୟମରେ ଯେଉଁ ଅପ୍ରପଚାର ଚାଲିଛି, ସେ ନେଇ ବି ସେ ଅସନ୍ତୋଷ ଝାଡ଼ିଛନ୍ତି।

Leave A Reply

Your email address will not be published.