ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

‘ମାନବସମ୍ବଳ ଅଭାବ ଏବେ ବଡ ସମସ୍ୟା’

0

ଭାରତୀୟ ମାନବ ସମ୍ବଳ ନେତୃତ୍ୱ ପୁରସ୍କାର ଉତ୍ସବ ୨୦୨୧

ନୂଆଦିଲ୍ଲୀ: ଦୁଇବର୍ଷ ତଳେ ଭାରତୀୟ ମାନବ ସମ୍ବଳ ସଂଗଠନ ଆରମ୍ଭ କରିଥିଲେ ସମର ମହାପାତ୍ର।ଏହି ସଂସ୍ଥାର ଉଦ୍ଦେଶ୍ୟ ଥିଲା, ମାନବ ସମ୍ବଳ କର୍ମଜୀବୀଙ୍କର ଜ୍ଞାନ ଓ ଅନୁଭବର ଆଦାନ ପ୍ରଦାନ କରିବ। କ୍ୟାରିଅର ତିଆରିକୁ ସୁବିଧା ଜନକ କରାଇବ। ମାନବ ସମ୍ବଳ କର୍ମଜୀବୀ ହିତ ସାଧନ ପାଇଁ ଏକ ସଶକ୍ତ ସଂଗଠନରେ ନିଜକୁ ପରିଣତ କରିବ।

ବର୍ତ୍ତମାନ ଏହା ଆଶ୍ଚର୍ଯ୍ୟଜନକ ଭାବେ ଭାରତ ଓ ବିଦେଶ ରୁ ପ୍ରାୟ ଦଶ ହଜର ସଦସ୍ୟଙ୍କୁ ନେଇ ବିକଶିତ ହୋଇ ସାରିଛି। ସଂଗଠନ ଅସାଧାରଣ ଭାବେ ଉନ୍ନତ ପ୍ରଦର୍ଶନ କରି କରୋନା ମହାମାରୀ ଆରମ୍ଭ ପରେ ବହୁ ସଂଖ୍ୟାରେ ଓ୍ବେବିନାର ମାଧ୍ୟମରେ କାର୍ଯ୍ୟକ୍ରମ କରିବା ପରେ ଶନିବାର ନ୍ୟାସନାଲ ଏଚ୍‌ଆର ଆୱାର୍ଡ ରୂପକ ବୃହତ୍ତମ ଭର୍ଚୁଆଲ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଥମେ ପ୍ରସିଦ୍ଧ ଟିନା ଜୋନ ପରିଚାଳନା କରିଥିଲେ। ପରେ ଗାୟକ ସୁନୀଲ କୁମାର ପରିଡାଙ୍କ ଦ୍ଵାରା ଗଣେଶ ବନ୍ଦନା କରାଯାଇଥିଲା। ବଦରାଜନ ଶ୍ରୀନିବାସନ ବରିଷ୍ଠ ପ୍ୟାନେଲ ସଦସ୍ୟଙ୍କୁ ନେଇ ଚର୍ଚ୍ଚାର ସଞ୍ଚାଳନ କରିଥିଲେ। ପ୍ରଦର୍ଶନ, ନୂତନ ଆଚାର, ଉଦ୍ୟମ ମାନସିକତା, ସହଯୋଗୀତାର ସଂସ୍କୃତି ତିଆରିରେ ମାନବ ସମ୍ବଳ ର ଭୂମିକା ଉପରେ ଡାକ୍ତର ଆଦିଲ ମାଲିଆ, ଡାକ୍ତର ଅକିଲ ବସରାୟ, ଡାକ୍ତର ଜି ପି ରାଓ, ରଞ୍ଜନ ମହାପାତ୍ର ଏବଂ ସୁଶ୍ରୀ ଦେବଜାନୀ ରାୟଙ୍କ ସହ ମିଶି ଏଚ୍ଆ‌ର ପ୍ୟାନେଲିଷ୍ଟ ଚର୍ଚ୍ଚା ଓ ପ୍ରଶ୍ନୋତ୍ତର ଜରିଆରେ ଅନେକ ସମସ୍ୟାର ସମାଧାନର ରାସ୍ତା କାଢ଼ିଥିଲେ। ସାରା ଭାରତରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଦେଶରୁ ୩୦ଜଣ ଏଚ୍ଆ‌ର ତାରକାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ, ୟଙ୍ଗ ଏଚ୍ଆ‌ର ଲିଡ଼ର,ଏଚ୍ଆ‌ର ଓମେନ୍ ଲିଡ଼ର ଅଫ ଦି ଇଅର, କୋଚ ଆଉ ମେଣ୍ଟର ଅଫ ଦି ଇଅର, ଏଲ ଆଣ୍ଡ ଡିରେ ଲାଇଫ ଟାଇମ୍‌ ଆଚିଭମେଣ୍ଟ, ଲାଇଫ ଟାଇମ ଆଚିଭମେଣ୍ଟ୍‌ ସ୍କିଲ୍‌ ଆଦି ସମ୍ମାନରେ ପୁରସ୍କୃତ କରାଯାଇଥିଲା ।ପ୍ରତିଷ୍ଠିତ ପୁରସ୍କାର ହିସାବରେ ବିକାଶ ନେତା, ଡିଜିଟାଲ ଏଚ୍ଆର ଗୁରୁ, ଏଚ୍ଆର ଇଣ୍ଡିଆ ଚମ୍ପିୟାନ, ଏଚ ଆର ଉତ୍କୃଷ୍ଟ ବାସ୍ତୁକାର ଆଦି ସଂମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମର ମହାପାତ୍ର, ସୁଧାଂଶୁ ପାଢ଼ୀ, ସେଫାଳି ସିଂହଲ, ସତ୍ୟ ପ୍ରକାଶ ସାମଲ, ଦୀପକ ମହାରଣା ପ୍ରମୁଖ ସଞ୍ଚାଳନରେ ଭାଗ ନେଇ ସଫଳ କରାଇଥିଲେ। ଆଗାମୀ ଦିନରେ ସଂଗଠନକୁ ଆହୁରି ସଶକ୍ତ କରିବା ପାଇଁ ଅଧିକ ପଦାଧିକାରି ତିଆରି କାରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଆଲୋଚନା ହୋଇଥିଲା ।

Leave A Reply

Your email address will not be published.