ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

‘ମାନବସମ୍ବଳ ଅଭାବ ଏବେ ବଡ ସମସ୍ୟା’

0

ଭାରତୀୟ ମାନବ ସମ୍ବଳ ନେତୃତ୍ୱ ପୁରସ୍କାର ଉତ୍ସବ ୨୦୨୧

ନୂଆଦିଲ୍ଲୀ: ଦୁଇବର୍ଷ ତଳେ ଭାରତୀୟ ମାନବ ସମ୍ବଳ ସଂଗଠନ ଆରମ୍ଭ କରିଥିଲେ ସମର ମହାପାତ୍ର।ଏହି ସଂସ୍ଥାର ଉଦ୍ଦେଶ୍ୟ ଥିଲା, ମାନବ ସମ୍ବଳ କର୍ମଜୀବୀଙ୍କର ଜ୍ଞାନ ଓ ଅନୁଭବର ଆଦାନ ପ୍ରଦାନ କରିବ। କ୍ୟାରିଅର ତିଆରିକୁ ସୁବିଧା ଜନକ କରାଇବ। ମାନବ ସମ୍ବଳ କର୍ମଜୀବୀ ହିତ ସାଧନ ପାଇଁ ଏକ ସଶକ୍ତ ସଂଗଠନରେ ନିଜକୁ ପରିଣତ କରିବ।

ବର୍ତ୍ତମାନ ଏହା ଆଶ୍ଚର୍ଯ୍ୟଜନକ ଭାବେ ଭାରତ ଓ ବିଦେଶ ରୁ ପ୍ରାୟ ଦଶ ହଜର ସଦସ୍ୟଙ୍କୁ ନେଇ ବିକଶିତ ହୋଇ ସାରିଛି। ସଂଗଠନ ଅସାଧାରଣ ଭାବେ ଉନ୍ନତ ପ୍ରଦର୍ଶନ କରି କରୋନା ମହାମାରୀ ଆରମ୍ଭ ପରେ ବହୁ ସଂଖ୍ୟାରେ ଓ୍ବେବିନାର ମାଧ୍ୟମରେ କାର୍ଯ୍ୟକ୍ରମ କରିବା ପରେ ଶନିବାର ନ୍ୟାସନାଲ ଏଚ୍‌ଆର ଆୱାର୍ଡ ରୂପକ ବୃହତ୍ତମ ଭର୍ଚୁଆଲ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଥମେ ପ୍ରସିଦ୍ଧ ଟିନା ଜୋନ ପରିଚାଳନା କରିଥିଲେ। ପରେ ଗାୟକ ସୁନୀଲ କୁମାର ପରିଡାଙ୍କ ଦ୍ଵାରା ଗଣେଶ ବନ୍ଦନା କରାଯାଇଥିଲା। ବଦରାଜନ ଶ୍ରୀନିବାସନ ବରିଷ୍ଠ ପ୍ୟାନେଲ ସଦସ୍ୟଙ୍କୁ ନେଇ ଚର୍ଚ୍ଚାର ସଞ୍ଚାଳନ କରିଥିଲେ। ପ୍ରଦର୍ଶନ, ନୂତନ ଆଚାର, ଉଦ୍ୟମ ମାନସିକତା, ସହଯୋଗୀତାର ସଂସ୍କୃତି ତିଆରିରେ ମାନବ ସମ୍ବଳ ର ଭୂମିକା ଉପରେ ଡାକ୍ତର ଆଦିଲ ମାଲିଆ, ଡାକ୍ତର ଅକିଲ ବସରାୟ, ଡାକ୍ତର ଜି ପି ରାଓ, ରଞ୍ଜନ ମହାପାତ୍ର ଏବଂ ସୁଶ୍ରୀ ଦେବଜାନୀ ରାୟଙ୍କ ସହ ମିଶି ଏଚ୍ଆ‌ର ପ୍ୟାନେଲିଷ୍ଟ ଚର୍ଚ୍ଚା ଓ ପ୍ରଶ୍ନୋତ୍ତର ଜରିଆରେ ଅନେକ ସମସ୍ୟାର ସମାଧାନର ରାସ୍ତା କାଢ଼ିଥିଲେ। ସାରା ଭାରତରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଦେଶରୁ ୩୦ଜଣ ଏଚ୍ଆ‌ର ତାରକାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ, ୟଙ୍ଗ ଏଚ୍ଆ‌ର ଲିଡ଼ର,ଏଚ୍ଆ‌ର ଓମେନ୍ ଲିଡ଼ର ଅଫ ଦି ଇଅର, କୋଚ ଆଉ ମେଣ୍ଟର ଅଫ ଦି ଇଅର, ଏଲ ଆଣ୍ଡ ଡିରେ ଲାଇଫ ଟାଇମ୍‌ ଆଚିଭମେଣ୍ଟ, ଲାଇଫ ଟାଇମ ଆଚିଭମେଣ୍ଟ୍‌ ସ୍କିଲ୍‌ ଆଦି ସମ୍ମାନରେ ପୁରସ୍କୃତ କରାଯାଇଥିଲା ।ପ୍ରତିଷ୍ଠିତ ପୁରସ୍କାର ହିସାବରେ ବିକାଶ ନେତା, ଡିଜିଟାଲ ଏଚ୍ଆର ଗୁରୁ, ଏଚ୍ଆର ଇଣ୍ଡିଆ ଚମ୍ପିୟାନ, ଏଚ ଆର ଉତ୍କୃଷ୍ଟ ବାସ୍ତୁକାର ଆଦି ସଂମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମର ମହାପାତ୍ର, ସୁଧାଂଶୁ ପାଢ଼ୀ, ସେଫାଳି ସିଂହଲ, ସତ୍ୟ ପ୍ରକାଶ ସାମଲ, ଦୀପକ ମହାରଣା ପ୍ରମୁଖ ସଞ୍ଚାଳନରେ ଭାଗ ନେଇ ସଫଳ କରାଇଥିଲେ। ଆଗାମୀ ଦିନରେ ସଂଗଠନକୁ ଆହୁରି ସଶକ୍ତ କରିବା ପାଇଁ ଅଧିକ ପଦାଧିକାରି ତିଆରି କାରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଆଲୋଚନା ହୋଇଥିଲା ।

Leave A Reply

Your email address will not be published.