ଭୁବନେଶ୍ବର: ରଥଯାତ୍ରା ଅବସରରେ ରାଜଧାନୀରେ ଆଜି ଦୁଇଟି କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇନଫୋଭ୍ୟାଲି ନିକଟରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କ୍ୟାନସର ଚିକିତ୍ସା ଓ ଗବେଷଣା କେନ୍ଦ୍ର। ଏଥିପାଇଁ ରାଜ୍ୟସରକାର ୨୦ରୁ ୨୫ ଏକର ଜମି ସଂପୂୂର୍ଣ୍ଣ ମାଗଣାରେ ଯୋଗାଇଦେଇଛନ୍ତି। ଏହି ହସ୍ପିଟାଲ ପାଇଁ ଚଳିତ ବର୍ଷ ଏପ୍ରିଲ ୧୪ରେ ଏକ ଏମଓୟୁ ବା ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ଦୁଇଟି ହସ୍ପିଟାଲର ନିର୍ମାଣ ପାଇଁ ସୁବ୍ରତ ବାଗଚୀ ଓ ପତ୍ନୀ ସସ୍ମିତା ବାଗଚୀ ୩୪୦ କୋଟି ଦାନ କରିଛନ୍ତି। ଏହି ହସ୍ପିଟାଲ ସରକାରଙ୍କ ନିୟନ୍ତ୍ରଣରେ ରହିବ । ଏହାର ପରିଚାଳନା ଦାୟିତ୍ୱ ନେବ ଶ୍ରୀ ଶଙ୍କର କ୍ୟାନସର ଫାଉଣ୍ଡେସନ ।ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୦ ଶଯ୍ୟା ଆରମ୍ଭ ହେବ ହସ୍ପିଟାଲ । ୨୦୨୪ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ପରେ ଏହା ୫୦୦ ଶଯ୍ଯାକୁ ବିସ୍ତାରିତ ହେବ । ଏଥିପାଇଁ ରାଜ୍ୟ ସରକାର ୨୦ ଏକର ଜମିଦେଇଥିବା ବେଳେ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ଯୋଗାଇଛନ୍ତି । ସେହିଭଳି ପାଲିଏଟିଭ କେୟାର ପାଇଁ ରାଜ୍ୟ ସରକାର ୨୦ ଏକର ଜମିଦେବେ । ଏଥିପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଟଙ୍କାର ସହାୟତା ଯୋଗାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ପ୍ରଦାନ କରିଛନ୍ତି ।