ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଜନ୍ମବେଦୀକୁ ଯିବାକୁ ତର ତର ହେଉଛନ୍ତି ଠାକୁରେ

0

ପୁରୀ: ଦେଉଳ ଭିତରୁ ବାହାରି ଆସିଛନ୍ତି ଦିଅଁ । ହେଲେ ଚଳିତ ବର୍ଷ କରୋନା କାରଣରୁ ଭାବର ଦାଣ୍ଡରେ ନୁହେଁ ଘରେ ରହି ରଥଯାତ୍ରା ଦେଖୁଛି ଜଗତ। ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ସରିଛି ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ନୀତି। ତିନି ରଥରେ ରଥାରୁଢ ହୋଇଛନ୍ତି ତିନି ଠାକୁର । ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ବଡ଼ଦାଣ୍ଡକୁ ଆସିଥିଲେ ଠାକୁରେ। ଇତିମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିଛନ୍ତି।

ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ମଝିରେ ଆସିଥିଲେ ଭଉଣୀ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଟାହିଆକୁ ଦୋହଲାଇ ହୋହଲାଇ ଆସିଥିଲେ କାଳିଆ ସାଆନ୍ତ । ଦେବଦଳନ ରଥରେ ରଥାରୁଢ ହୋଇଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ଆସୀନ ଅଛନ୍ତି ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି ।

ରଥାରୁଢ ଦିଅଁଙ୍କୁ ଦର୍ଶନ କରିଛନ୍ତି ଜଗତଗୁୁରୁ ଶଙ୍କରାଚାର୍ଯ୍ୟ । ଘଣ୍ଟା ଘଣ୍ଟା ହରିବୋଲରେ ପ୍ରକମ୍ପିତ ହୋଇ ଉଠିଛି ରଥଚକଡା। ଭାଇ,ଭଉଣୀକୁ ସାଂଗରେ ଧରି ଗୁଣ୍ଡିଚା ଘରକୁ ଯିବେ ଶ୍ରୀଜଗନ୍ନାଥ। କୋଭିଡ କଟକଣା ଭିତରେ ଭକ୍ତଶୂନ୍ୟ ରକ୍ତଯାତ୍ରା ପାଇଁ ପୁରୀରେ ପୁଲିସ ଛାଉଣୀ କରାଯାଇଛି । ବଡଦାଣ୍ଡରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.