ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ତୃତୀୟ ତରଙ୍ଗ ଅନିବାର୍ଯ୍ୟ, ଚେତାବନୀ ଦେଲା ଆଇଏମ୍‌ଏ

0

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଆଜି କୋଭିଡ୍ ପ୍ରସଙ୍ଗରେ ଏକ ବଡ଼ ସତର୍କବାଣୀ ଶୁଣାଇଛି। ଗୋଟିଏ ସମୟରେ ଯେବେ ଅନେକ ପର୍ଯ୍ୟଟନ କେନ୍ଦ୍ରରେ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ ହୁଏ, ତେବେ ସେମାନେ ସୁପର୍ ସ୍ପ୍ରେଡର ସାଜିପାରନ୍ତି ବୋଲି ଚେତାବନୀ ଦେଇଛି ଆଇଏମଏ । ତୃତୀୟ ତରଙ୍ଗ ଏବେ ନିକଟତର ବୋଲି କହିବାକୁ ପଛାଇନାହିଁ ଏହି ସ୍ବାସ୍ଥ୍ୟ ସଂଗଠନ।

ଆଇଏମଏ ପକ୍ଷରୁ କୁହାଯାଇଛି, କୋଭିଡ୍ ଦ୍ବିତୀୟ ତରଙ୍ଗ ପରେ ଦେଶରେ ପର୍ଯ୍ୟଟନ କାର୍ଯ୍ୟକଳାପ ନେଇ ଅନୁମତି ଏବଂ ବିଭିନ୍ନ ସ୍ଥାନରେ କୋଭିଡ୍ ନିୟମ ଉଲ୍ଲଂଘନ ତୃତୀୟ ତରଙ୍ଗ ଡର ବଢାଇ ଦେଲାଣି। ଡାକ୍ତର ସଂଗଠନ ଏକ ପ୍ରେସ ବିବୃତିରେ କହିଛି ଯେ ବର୍ତ୍ତମାନ ଯେତେ ସବୁ ତଥ୍ୟ ସଂଗ୍ରହ କରାଗଲାଣି ଓ ମହାମାରୀର ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାପଡୁଛି ଯେ ତୃତୀୟ ତରଙ୍ଗ ଅନିବାର୍ଯ୍ୟ ଏବଂ ନିକଟତର ହୋଇସାରିଲେଣି। ସରକାର ସର୍ବାଧିକ ତିନିମାସ ଆଚରଣ ବିଧି କଡ଼ାକ଼ଡ଼ି ଭାବେ ପାଳନ କରିବା ସହିତ ଏହି ସମୟ ମଧ୍ୟରେ ଟିକାକରଣ କାର୍ଯ୍ୟକୁ ଶେଷ କରିବା ଉଚିତ୍। ଆସନ୍ତା ଅଗଷ୍ଟ ମାସରେ କୋଭିଡ୍ ଭାରତରେ ପହଞ୍ଚିବ ଏବଂ ସେପ୍‌ଟେମ୍ବରରେ ଶିଖର ଛୁଇଁବ ବୋଲି ସେମାନେ ପୂର୍ବାନୁମାନ କରିବା ଉଚିତ।

ଆଇଏମଏ ଅସନ୍ତୋଷ ପ୍ରକାଶ କରି ଆହୁରି କହିଛି ଯେ ୫ଟି ରାଜ୍ୟ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ କୋଭିଡ୍ ମାମଲା ରେକର୍ଡ କରୁଛନ୍ତି। ଏହା ସତ୍ତ୍ବେ ଦେଶର ଅନେକ ଭାଗରେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ ନ କରି ବହୁ ସମାବେଶର ଆୟୋଜନ ହେଉଛି। ପର୍ଯ୍ୟଟନ, ତୀର୍ଥଯାତ୍ରା, ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ ହେବା କଥା। ଏହା କେଇ ମାସ ବିଳମ୍ବ ହୋଇଗଲେ ବିଶେଷ କିଛି ପ୍ରଭାବ ପଡିବନାହିଁ। ରାଜ୍ୟ ସରକାରମାନେ ସବୁ କାର୍ଯ୍ୟକ୍ରମ ଲାଗି ଅନୁମତି ଦେବା ଓ ଟିକାକରଣ ବିନା ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେY ସେମାନେ ତୃତୀୟ ତରଙ୍ଗ ପାଇଁ ଏମାନେ ସୁପର ସ୍ପ୍ରେଡର ହୋଇପାରନ୍ତି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ଅଳ୍ପ କିଛି ଆର୍ଥିକ ଲାଭ ପାଇଁ ତୃତୀୟ ତରଙ୍ଗକୁ ଆମନ୍ତ୍ରଣ କରିବା ଉଚିତ ନୁହେଁ।

Leave A Reply

Your email address will not be published.