ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ପୁଣି ବଢିଲା କରୋନା ସଂକ୍ରମଣ ହାର

0

ଆଉ କେତେ ଲମ୍ବିବ ମୃତ୍ୟୁ ତାଲିକା?

ଭୁବନେଶ୍ବର: ଅନେକ ଦିନ ବ୍ୟବଧାନ ପରେ ସଂକ୍ରମଣ ଗତକାଲି ୩ ପ୍ରତିଶତ ତଳକୁ ଖସି ଆସିଥିଲା। ଆଜି ପୁଣି ଏହା ଉପରମୁହାଁ ହୋଇଛି। ପରୀକ୍ଷା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଉପକୂଳବର୍ତୀ ଜିଲ୍ଲାରେ ପଜିଟିଭ ହାର ଅଧିକ ରହିଛି । ସେହିପରି ମୃତ୍ୟୁସଂଖ୍ୟା ଖସୁନି । ଆଜି ୬୮ଜଣଙ୍କର ମୃତ୍ୟୁର ହିସାବ ଦିଆଯାଇଛି। ଗତ ସପ୍ତାହେ ହେଲା ପ୍ରତିଦିନ ମୃତ୍ୟୁସଂଖ୍ୟା ୫୦ ଟପୁଛି। ଜୁଲାଇ ମାସରେ ୧୩ ଦିନରେ ୩୩ ହଜାର ୮୭୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୨ ଜଣଙ୍କ କରୋନାରେ ଆଖିବୁଜିଥିବା ଖବର ଦେଇଛି ସ୍ବାସ୍ଥ୍ୟ ବିଭାଗ।

ରାଜ୍ୟରେ ସଂକ୍ରମଣ ହ୍ରାସ ବିଳମ୍ବିତ ହେବାରେ ଲାଗିଛି। ଦିନେ ସାମାନ୍ୟ କମିଲେ ତା’ ପରଦିନ ପୁଣି ବଢିଯାଉଛି। ରାଜ୍ୟ ସରକାର ଟ୍ରେସିଂ, ଟ୍ରିଟିଂ,ସର୍ଭିଲାନ୍ସ ଜାରି ରଖିଥିବା କହି ଆସୁଛନ୍ତି। ଏହା ସତ୍ୱେ ଉପକୂଳ ଓଡିଶାରେ ସଂକ୍ରମଣ ହାର କମୁନି। ଗତ ୨୪ ଘଣ୍ଟାରେ ୬୨ ହଜାର ୪୧୦ ନମୁନା ପରୀକ୍ଷା ହୋଇଥିବା ବେଳେ ୧୯୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୩୧ ଓ କଟକରୁ ୨୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୩୪,ଭଦ୍ରକରୁ ୯୮, ଜଗତସିଂହପୁରରୁ ୭୫, କେନ୍ଦ୍ରାପଡାରୁ ୧୨୩, ଯାଜପୁରରୁ ୧୨୫ ସୁନ୍ଦରଗଡରୁ ୯୪, ମୟୂରଭଂଜରୁ ୯୮,ନୟାଗଡରୁ ୫୮,ପୁରୀରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ମୃତ୍ୟୁସଂଖ୍ୟାର ତାଲିକା ଦିନକ ଦିନ ଲମ୍ବିବାରେ ଲାଗିଛି । ଆଜି ଆଉ ୬୮ ମୃତ୍ୟୁର ହିସାବ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ଜଣ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୭ଜଣ ରହିଛନ୍ତି । ବରଗଡ଼, ମୟୂରଭଞ୍ଜ ଜିଲ୍ଲାରୁ ୬ଜଣ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ରହିଛନ୍ତି। ପୁରୀ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଅନୁଗୁଳ, ଯାଜପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗୀର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, କନ୍ଧମାଳ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯ ଲକ୍ଷ ୪୩ ହଜାର ୬୭୫ରେ ପହଞ୍ଚିଛି। ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି। ଏଯାଏ ସୁସ୍ଥ ହେଲେଣି ୯ ଲକ୍ଷ ୧୫ ହଜାର ୪୦୦ ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୩ ହଜାର ୪୯୨ ।

Leave A Reply

Your email address will not be published.