ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଟୋକିଓରେ ଟେକ ରଖ

0
  • ଖେଳାଳିଙ୍କ ମନୋବଳ ବଢାଇଲେ ମୋଦୀ
  • ଦୂତି ଅର୍ଥ ଚମକ, ଏଣୁ ଟୋକିଓରେ ତୁମେ ଚମକିବ

ନୂଆଦିଲ୍ଲୀ: ଟୋକିଓର ଅଲମ୍ପିକ୍ସ ପୋଡିୟମ ଏବେ ତୁମକୁ ଅପେକ୍ଷା କରିଛି। ଟୋକିଓରେ ଦେଶର ଗୌରବ ବଢାଅ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଯିବାକୁ ମନୋନୀତ ହୋଇଥିବା ଭାରତୀୟ ଖେଳାଳିଙ୍କ ମନୋବଳ ବଢାଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଲମ୍ପିକ୍ସ ଖେଳିବାକୁ ଥିବା ୧୫ ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି ମୋଦୀ। ପ୍ରତ୍ୟେକ ଖେଳାଳିଙ୍କ ସମସ୍ୟା ଓ ପ୍ରସ୍ତୁତି ସଂପର୍କରେ ଟିକିନିଖି ବୁଝିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ସମସ୍ତ ଅଲମ୍ପିକ୍ସ ଖେଳାଳିଙ୍କ ସହ ଦେଶ ରହିଛି । ନିର୍ଭୟର ସହ ଜାପାନରେ ଖେଳିବାକୁ କହିଲେ ମୋଦୀ । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଲମ୍ପିକ୍ସ ପାଇଁ ମନୋନୀତ ହୋଇଥିବା ୧୫ ଖେଳାଳି ସୁରଟ ସରଥ କମଲ, ମୋନିକା ବତ୍ରା, ଆଶିଷ କୁମାର,ମେରି କମ, ପି.ଭି ସିନ୍ଧୁ.ବଜରଙ୍ଗ ପୁନିଆ, ନୀରଜ,ମନୁଭାକର, ଅମିତ ପଙ୍ଗଲ,ବିନେଶ ଫୋଗଟଙ୍କ ସହ ଆଲୋଚନା କରି ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଓଡିଶା ଧାବିକା ଦୂତି ଚାନ୍ଦଙ୍କ ସହ ମଧ୍ୟ କଥାହୋଇ ପ୍ରସ୍ତୁତି ସଂପର୍କରେ ପଚାରିଲେ ମୋଦୀ । ଦୂତି ଅର୍ଥ ଚମକ । ତେଣୁ ଟୋକିଓରେ ଚମକ ଅପେକ୍ଷାରେ ଏବେ ଭାରତ ରହିଛି ବୋଲି ମୋଦୀ କହିଥିଲେ । ଦୂତି ମଧ୍ୟ ସକଳ ସଂଘର୍ଷ ସତ୍ୱେ ନିଜର ପ୍ରସ୍ତୁତି ନେଇ କହିଥିଲେ । ଦୂତିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.