ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଡାକ୍ତର ସମ୍ବିତ ପାତ୍ର! ଏତେ ବଡ଼ ଭୁଲ୍ ତୁମେ କେମିତି କଲ?

0
  • ଭୁଲ୍ ଶ୍ରୀଜଗନ୍ନାଥାଷ୍ଟକମ୍ ଗାଇ ପୁରୀ ସାଂସଦ ପ୍ରାର୍ଥୀ ବିବାଦ ଘେରରେ
  • ସାରା ଭାରତବର୍ଷରେ ବାଣ୍ଟିଦେଲେ ଭୁଲ୍ ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକମ୍
  • ମୋବାଇଲରେ ଧରି ବୁଲୁଛନ୍ତି ବିଜେପି ନେତା, ଅକଳରେ ପଡିଗଲେଣି

ଭୁବନେଶ୍ବର: ୨୦୧୯ ନିର୍ବାଚନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ ବିଜେପି ପ୍ରାର୍ଥୀ କରିଥିଲା ଦଳର ବରିଷ୍ଠ ପ୍ରବକ୍ତା ଡାକ୍ତର ସମ୍ବିତ୍ ପାତ୍ରଙ୍କୁ। ନିର୍ବାଚନ ସମୟରେ ସମ୍ବିତ୍ କେବେ ଶ୍ରୀଜଗନ୍ନାଥଙ୍କ ଫଟୋ ଧରି ବୁଲୁଥିଲେ ତ ଆଉ କେବେ ମହାପ୍ରଭୁଙ୍କ ନାଁ ଜପୁଥିଲେ। ସମ୍ବିତ୍‌ଙ୍କର ଶ୍ରୀଜଗନ୍ନାଥ ପ୍ରେମ ପୁରୀକୁ ଛୁଇଁଥିଲା। ସେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲେ।

ଡାକ୍ତର ପାତ୍ର ନିକଟରେ ପୁଣି ଥରେ ମହାପ୍ରଭୁଙ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ରଥଯାତ୍ରା ଦିନ ଡାକ୍ତର ପାତ୍ର ଗାଇଥିବା ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକମ୍ ଏବେ ଅଧିକାଂଶ ବିଜେପି ନେତାଙ୍କ ମୋବାଇଲ୍ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଛି। ସୋସିଆଲ ମିଡ଼ିଆରେ ତାଙ୍କ ସମର୍ଥକମାନେ ଏହାକୁ ଛାଇ ଦେଲେଣି। ଡାକ୍ତର ପାତ୍ରଙ୍କ ସହିତ ପଦ୍ମଶ୍ରୀ କୈଳାଶ ଖେର ମଧ୍ୟ ଏହି ଗୀତ ଗାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଏହାର ଉନ୍ମୋଚନ କରାଇଥିଲେ। ତାଙ୍କ ସହିତ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବି ଉନ୍ମୋଚନ ବେଳେ ଥିଲେ। ସେ ବି ଧରିପାରିଲେନି କେମିତି?

ହେଲେ ଏହା ଏବେ ତାଙ୍କ ପାଇଁ ବୁମେରାଂ ହୋଇଛି। ଏତେ ବଡ଼ ଭୁଲ୍ ସେ କେମିତି କଲେ? ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକମ୍‌ର ପ୍ରଥମ ଧାଡି ଭୁଲ୍ ବୋଲିଦେଲେ?

କଦାଚିତ୍ କାଳିନ୍ଦୀତଟ ବିପିନ-ସଙ୍ଗୀତ-କରବୋ ସ୍ଥାନରେ ସେ ‘ସଙ୍ଗୀତ-ତରଲୋ’ କେମିତି ବୋଲିଲେ? ମହାପ୍ରଭୁଙ୍କ ପ୍ରତି ତ ଏହା ଅପମାନ!

ଏବେ ତାଙ୍କ ଗୀତ ସମଗ୍ର ରାଜ୍ୟରେ ବିଜେପିକୁ ଅକଳରେ ପକାଇଦେଲାଣି। ପୁରୀବାସୀଙ୍କ ପାଇଁ ମଧ୍ୟ ଏହା କମ୍ ଅସମ୍ମାନର କଥା ନୁହେଁ। ଯିଏ ପୁରୀର ସାଂସଦ ପ୍ରାର୍ଥୀ ହୋଇ ସବୁବେଳେ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ନାମ ତୁଣ୍ଡରେ ଧରୁଥିଲେ, ସେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥାଷ୍ଟକମ୍ ଭୁଲ୍ ବୋଲି ସାରା ଦେଶକୁ ବାଣ୍ଟିଦେଲେ? ଏହାର ଏବେ ସଂଶୋଧନ ହେବ କେମିତି?

ଏହି ପ୍ରସଙ୍ଗ ଏବେ ରାଜ୍ୟ ବିଜେପି ନେତାଙ୍କୁ ଏବେ ଅକଳରେ ପକାଇ ଦେଇଛି। ଏହାକୁ ନେଇ ଦେଶର ଶ୍ରୀଜଗନ୍ନାଥ ପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେଣି।

ଏଠାରେ ଉଲ୍ଲେଖଥାଉକି, ପୂର୍ବରୁ ଶିବରାମ ଦାସ ମଧ୍ୟ ଶ୍ରୀଜଗନ୍ନାଥାଷ୍ଟକମ୍ ବୋଲିଥିଲେ। ଏବେ ଦେଖନ୍ତୁ, କେମିତି ବୋଲିଥିଲେ ଶିବରାମ।

Leave A Reply

Your email address will not be published.