ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଆଡ଼ପମଣ୍ଡପରେ ରାତି ଅନିଦ୍ରା ମହାପ୍ରଭୁ

0

ଭୁବନେଶ୍ବର: ଜନ୍ମବେଦୀରେ ଶ୍ରୀଜୀଉ ବିଜେ କରିବା ପରେ ଚଳଚଞ୍ଚଳ ହୋଇପଡିଛି ଗୁଣ୍ଡିଚା ମନ୍ଦିର। ଚଳିତ ବର୍ଷ ରଥଟଣାଠାରୁ ଆରମ୍ଭ କରି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବା ପର୍ଯ୍ୟନ୍ତ ସମସ୍ତ କାମ ଶାନ୍ତିଶୃଙ୍ଖଳାର ସହ ସରିଛି। ନୀତିକାନ୍ତି ବି ସବୁ ସଅଳ ହୋଇଥିଲା। ହେଲେ ଆଡ଼ପ ମଣ୍ଡପରେ ରାତି ଅନିଦ୍ରା ରହିଛନ୍ତି ମହାପ୍ରଭୁ। ନୀତିକାନ୍ତିରେ ବିଳମ୍ବ ଯୋଗୁଁ ହୋଇପାରିଲାନି ପହୁଡ ନୀତି। ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ଆଡପମଣ୍ଡପ ବିଜେ ପର୍ୟ୍ୟନ୍ତ ନୀତି ହୋଇଥିଲା । ଅପରାହ୍ନ ୨ଟା ସୁଦ୍ଧା ସନ୍ଧ୍ୟାଧୂପ ଓ ରାତି ନଅଟା ସୁଦ୍ଧା ପହଣ୍ଡି ସରିଥିବା ବେଳେ ରୁନ୍ଧାନିତିରେ ବିଳମ୍ବ ହୋଇଛି । ନୀତିକାନ୍ତିରେ ଅବହେଳା ଯୋଗୁଁ ପହୁଡ ନିତି ହୋଇପାରିଲା ନାହିଁ । ଫଳରେ ଆଡପମଣ୍ଡପରେ ଅନିଦ୍ରା ରହିଲେ ମହାପ୍ରଭୁ ।

ସେପଟେ ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିବ ଆଡପ ଅବଢା। ହେଲେ ଏହା ସୀମିତ ପରିମାଣର ବାହାରିବ। ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତି ନେଇଛି ପ୍ରଶାସନ । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କରୋନା କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡପ ଦର୍ଶନ ବନ୍ଦ ରହିଛି । ଆର୍ଥାତ୍ କୌଣସି ଭକ୍ତ ଆଡପ ଦର୍ଶନ କରିପାରିବେ ନାହିଁ । ଜନ୍ମବେଦୀରେ ଶ୍ରୀଜିଉ ବିଜେ କରିବା ପରେ ପୁରୀରେ ମଧ୍ୟ କର୍ଫ୍ୟୁ କୋହଳ କରାଯାଇଛି ।

Leave A Reply

Your email address will not be published.