ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଧଳାଜହର କବଜାରେ ରାଜଧାନୀ

0

ଧଳାଜହର କବଜାରେ ଭୁବନେଶ୍ୱର । କମିସନରେଟ ପୁଲିସର ନାକତଳେ ରାଜଧାନୀରେ ବେଧଡ଼କ ଚାଲିଛି ବ୍ରାଉନସୁଗାର ବେପାର । ଆଜି କମିସନରେଟ ପୁଲିସ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଜଣେ ମହିଳା ମଧ୍ୟ ବ୍ରାଉନସୁଗାର ବେପାରରେ ସାମିଲ ଥିବା ପୁଲିସ କହିଛି ।


କମିସନରେଟ ପୁଲିସ ସହିଦନଗର ଥାନା କେଶୁରା ଅଂଚଳର ଜଣଙ୍କ ଘରୁ ୫୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ । ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ସହ ଗୋଟିଏ କାର ଓ ୨ଟି ବାଇକ ମଧ୍ୟ ଜବତ କରାଯାଇଛି । ପୁଲିସ କମିସନର ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି । ଏଥିରେ ଆଉ କିଏ କିଏ ସଂପୃକ୍ତ ଏବଂ ବିପୁଳ ପରିମାରଣ ଧଳା ଜହର କେଉଁଠୁ ଆସିଲା ଏବଂ କୁଆଡେ ପଠାଯାଇଥାନ୍ତା ସେ ନେଇ ପୁଲିସ ପଚରାଉଚରା କରୁଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱରର ହଳଦୀପଡିଆ ବସ୍ତି ଏବଂ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ବ୍ରାଉନସୁଗାର ପୁଲିସ ଜବତ କରି ରାକେଟର ପର୍ଦ୍ଦାଫାଶ କରିଛି ।ତେବେ ଦିନକୁ ଦିନ ରାଜଧାନୀରେ ଧଳା ଜହର ବେପାର ବ୍ୟାପିବାରେ ଲାଗିଛି ।ଅଧିକାଂଶ ଯୁବପିଢୀ ମଧ୍ୟ ଏହି ଧଳା ଜହର ବେପାରରେ ସଂପୃକ୍ତ ଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.