ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି

ଆଜି ଆସିବ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍

0

କଟକ ଓ ଖୋର୍ଧାରେ ବେଶୀ କଟକଣା ହେବା ସମ୍ଭାବନା

ଭୁବନେଶ୍ବର: ଆସନ୍ତାକାଲି ଯାଏ ସରକାର ଆଶିଂକ ଲକଡାଉନ ଘୋଷଣା କରିଥିବା ବେଳେ ଆଜି ଆସିପାରେ ନୂଆ ଗାଇଡଲାଇନ। କଟକ ଓ ଖୋର୍ଦ୍ଧାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ସରକାର। କାରଣ, କଟକ ଓ ଖୋର୍ଦ୍ଧାରେ ଏଯାଏ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି। ଉପକୂଳର ଆଉ କିଛି ଜିଲ୍ଲାରେ ମଧ୍ୟ କଟକଣା ବଳବତ୍ତର ରହିପାରେ। ସେହିପରି ୨ ହଜାର ତଳକୁ ଖସିଥିବା ସଂକ୍ରମଣ ଗତ ଦୁଇ ଦିନ ହେବ ୨ ହଜାର ଉପରେ ରହୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ତଳକୁ ଖସୁନି।

ରାଜ୍ୟରେ ଗତ ୨୪ ଘଣ୍ଚାରେ ୭୨ ହଜାର ୩୨୨ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୨.୯୨% । ଦିନକରେ ୨୧ ଶହ ୧୦ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୨୩, ବାଲେଶ୍ୱରରୁ ୧୬୮,ଭଦ୍ରକରୁ ୭୯, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡାରୁ ୧୩୨,ମୟୂରଭଂଜରୁ ୯୯, ପୁରୀରୁ ୧୧୩,ନୟାଗଡରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପ୍ରତିଦିନ ଏବେ ୬୦ ଉପରକୁ ମୃତ୍ୟୁର ହିସାବ ଦିଆଯାଉଛି । ଆଜି ଆଉ ୬୬ ମୃତ୍ୟୁର ହିସାବ ଦେଇଛନ୍ତି ସରକାର। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ଜଣ ରହିଥିବା ବେଳେ ବରଗଡ଼ , ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣେ ଲେଖାଏଁ ରହିଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୮ଜଣ ରହିଥିବା ବେଳେ ସମ୍ବଲପୁର ଜିଲ୍ଲାରୁ ୭ଜଣ ରହିଛନ୍ତି । ସେହିପରି ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବଲାଙ୍ଗୀର, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

Leave A Reply

Your email address will not be published.