ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଆଜି ଆସିବ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍

0

କଟକ ଓ ଖୋର୍ଧାରେ ବେଶୀ କଟକଣା ହେବା ସମ୍ଭାବନା

ଭୁବନେଶ୍ବର: ଆସନ୍ତାକାଲି ଯାଏ ସରକାର ଆଶିଂକ ଲକଡାଉନ ଘୋଷଣା କରିଥିବା ବେଳେ ଆଜି ଆସିପାରେ ନୂଆ ଗାଇଡଲାଇନ। କଟକ ଓ ଖୋର୍ଦ୍ଧାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ସରକାର। କାରଣ, କଟକ ଓ ଖୋର୍ଦ୍ଧାରେ ଏଯାଏ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି। ଉପକୂଳର ଆଉ କିଛି ଜିଲ୍ଲାରେ ମଧ୍ୟ କଟକଣା ବଳବତ୍ତର ରହିପାରେ। ସେହିପରି ୨ ହଜାର ତଳକୁ ଖସିଥିବା ସଂକ୍ରମଣ ଗତ ଦୁଇ ଦିନ ହେବ ୨ ହଜାର ଉପରେ ରହୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ତଳକୁ ଖସୁନି।

ରାଜ୍ୟରେ ଗତ ୨୪ ଘଣ୍ଚାରେ ୭୨ ହଜାର ୩୨୨ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୨.୯୨% । ଦିନକରେ ୨୧ ଶହ ୧୦ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୨୩, ବାଲେଶ୍ୱରରୁ ୧୬୮,ଭଦ୍ରକରୁ ୭୯, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡାରୁ ୧୩୨,ମୟୂରଭଂଜରୁ ୯୯, ପୁରୀରୁ ୧୧୩,ନୟାଗଡରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପ୍ରତିଦିନ ଏବେ ୬୦ ଉପରକୁ ମୃତ୍ୟୁର ହିସାବ ଦିଆଯାଉଛି । ଆଜି ଆଉ ୬୬ ମୃତ୍ୟୁର ହିସାବ ଦେଇଛନ୍ତି ସରକାର। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ଜଣ ରହିଥିବା ବେଳେ ବରଗଡ଼ , ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣେ ଲେଖାଏଁ ରହିଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୮ଜଣ ରହିଥିବା ବେଳେ ସମ୍ବଲପୁର ଜିଲ୍ଲାରୁ ୭ଜଣ ରହିଛନ୍ତି । ସେହିପରି ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବଲାଙ୍ଗୀର, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

Leave A Reply

Your email address will not be published.