ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆଜିଠୁ ଏମସରେ ଏକ୍‌ମୋ ଚିକିତ୍ସା

0

ଭୁବନେଶ୍ବର: ଏକ୍‌ମୋ ଚିକିତ୍ସା ପାଇଁ ରାଜ୍ୟରୁ ଆଉ ବାହାରକୁ ଏୟାରଲିଫ୍ଟ ହେବେନି ରୋଗୀ। ଆଜିଠୁ ଭୁବନେଶ୍ୱର ଏମ୍ସ‌ରେ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା। ଆଜି ଭୁବନେଶ୍ୱର ଏମସର ପ୍ରତିଷ୍ଠା ଦିବସ ଅବସରରେ ଏହି ଚିକିତ୍ସା ଆରମ୍ଭ ହେବ।

କରୋନାରେ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ପଡୁଥିବା ଏକ୍‌ମୋ ଚିକତ୍ସା ରାଜ୍ୟର କୌଣସି ସରକାରୀ ଡାକ୍ତରଖାନାରେ ନଥିବାରୁ ଗୁରୁତର ରୋଗୀଙ୍କୁ ବାହାର ରାଜ୍ୟକୁ ପଠାଯାଉଥିଲା। ବାହାର ରାଜ୍ୟକୁ ଯିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଦରକାର ପଡୁଥିଲା । ଫଳରେ ସାଧାରଣ ରୋଗୀ ପକ୍ଷେ ଚିକିତ୍ସା ସମ୍ଭବ ନଥିଲା। ତେଣୁ ରାଜ୍ୟରେ ଏହା ଆବଶ୍ୟକତାକୁ ଲକ୍ଷ୍ୟ କରି ୧୫ ଦିନ ତଳେ ଏମସକୁ ଏହି ଏକ୍‌ମୋ ମେସିନ ଆସଥିଲା । ଆଜି ପ୍ରତିଷ୍ଠା ଦିବସରେ ଏହାର ଲୋକାର୍ପିିତ କରାଯିବ । ଆଗକୁ ଆଉ ଗୋଟେ ଏକ୍‌ମୋ ମେସିନ ମଧ୍ୟ ଆଣିବା ପାଇଁ ପ୍ରସ୍ତାବ ରହିଛି।

ଅନ୍ୟପକ୍ଷରେ ଏସସିବିକୁ ମଧ୍ୟ ୯ଟି ଏକ୍‌ମୋ ମେସିନ ଆସିବାର ଅଛି। ଅଗଷ୍ଟ ୧୫ରେ ଏସସିବିର ଏକ୍ମୋ‌ ମେସିନର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଗୁରୁତର ରୋଗୀଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଥିବା ବେଳେ ମିସନ ମୋଡରେ କାମ କରି ସରକାର ରାଜ୍ୟରେ ଏକ୍ମୋ‌ ବ୍ୟବସ୍ଥା କରାଇଛନ୍ତି।

Leave A Reply

Your email address will not be published.