ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ନୂଆ ଅଭିଯାନରେ ବାହାରୁଛନ୍ତି ମମତା ବାନାର୍ଜୀ

0
  • ନିର୍ବାଚନ ପରେ ପ୍ରଥମ ଥର ନୂଆଦିଲ୍ଲୀ ଯାଉଛନ୍ତି ମମତା
  • ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ
  • ସୋନିଆ, ପାଓ୍ବାର, କେଜ୍ରିଓ୍ବାଲ, ଅଖିଳେଶଙ୍କୁ ଭେଟିବେ
  • ୨୫ ତାରିଖରେ ସେ ଦିଲ୍ଲୀ ଯିବେ, ରାତିରେ ରହିବେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀଙ୍କର ବିଜେପିକୁ କେନ୍ଦ୍ରରୁ ହଟାଇବା ଝୁଙ୍କ୍ ଦିନକୁ ବଢି ଚାଲିଛି। ମମତା ମୁହୂର୍ତେ ମଧ୍ୟ ଆଉ ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି। ଏବେ ସେ ଏକ ନୂଆ ଅଭିଯାନ ଆରମ୍ଭ କରିଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମମତା ଖୁବ୍ ଶୀଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଏହା ବ୍ୟତୀତ ସେ ଏନସିପି ମୁଖ୍ୟ ଶରଦ ପାଓ୍ବାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମେତ ବରିଷ୍ଠ ନେତାଙ୍କୁ ଭେଟିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି।

୨୦୨୪ ଜାତୀୟ ନିର୍ବାଚନକୁ ଲକ୍ଷ୍ୟ କରି ମମତା ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ସେ ଜୁଲାଇ ୨୫ ତାରିଖରେ ଦିଲ୍ଲୀରେ ରହିବେ। ମେ’ ମାସରେ ମମତାଙ୍କ ବଙ୍ଗଳା ବିଜୟ ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ତେବେ ସେ ସୌଜନ୍ୟତା ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ରଖିନାହାନ୍ତି। ରାଜନୈତିକ ମହଲ ମମତାଙ୍କର ଏହି ଗସ୍ତ ଖବର ଜାଣିବା ପରେ ଉତ୍ସାହିତ ହୋଇପଡିଛନ୍ତି। ବିରୋଧୀ ଦଳ ଯେ ସକ୍ରିୟ ହୋଇପାରେ ଏଭଳି ଏକ ବାର୍ତ୍ତା ବାହାରକୁ ଆସୁଛି।

ବିଶେଷକରି ଗତମାସରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶଦର ପାଓ୍ବାରଙ୍କ ସହିତ ବୈଠକ କରିବା ଏବଂ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହିତ ଭେଟି ଚାରି ଘଣ୍ଟା ଧରି ଆଲୋଚନା କରିଥିବା ବେଳେ ମମତାଙ୍କ ଏଭଳି କାର୍ଯ୍ୟକ୍ରମ ଅନେକ କଳ୍ପନା ଜଳ୍ପନା ପାଇଁ ଖୋରାକ ଯୋଗାଉଛି। ଆଉ ଗୋଟିଏ ମହଲର କହିବା କଥା ହେଉଛି, ସେ ସମୟରେ ସଂସଦ ଅଧିବେଶନ ଚାଲିଥିବାରୁ ବିରୋଧୀଙ୍କ ରଣନୀତିକୁ ମମତାଙ୍କ ଗସ୍ତ ଅଧିକ ପ୍ରଭାବୀ କରିପାରେ।

Leave A Reply

Your email address will not be published.