ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

କରୋନା ମୃତ୍ୟୁ ସଂଖ୍ୟା ୫ହଜାର ଛୁଇଁବ

0

ଭୁବନେଶ୍ବର: ରାଜ୍ୟରେ ଗତ ୪ ଦିନ ହେଲାଣି କରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି। ଦୈିନିକ ସଂକ୍ରମଣ ହାର ପାଖାପାଖି ୩ ପ୍ରତିଶତ ରହୁଛି।ସେହିପରି ସବୁ ଜିଲ୍ଲାରେ ସଂକ୍ରମଣ ଖସୁଥିବା ବେଳେ ଖୋର୍ଦ୍ଧାରେ କିନ୍ତୁ କମିବାର ନାଁ ନେଉନି। କଟକଣା ଯେତିକି କୋହଳ ହେଉଛି, ସଂକ୍ରମଣ ସେତିକି ବଢୁଛି। ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ତାଲିକା ବଢି ବଢି ଚାଲିଛି । ଦୈନିକ ଆକ୍ରାନ୍ତ ଏବେ ୨ ହଜାର ଭିତରେ ରହୁଥିଲେ ହେଁ ଦୈନିକ ମୃତ୍ୟୁ ସଂଖ୍ୟା ୬୦ ଉପରେ ରହୁଛି।

ଗତ ୨୪ ଘଣ୍ଟାରେ ୭୩ ହଜାର ୨୭ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୨.୯୮%। ଦିନକରେ ୨୧ ଶହ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୦୮,ବାଲେଶ୍ୱରରୁ ୧୬୧ ,ଯାଜପୁରରୁ ୧୭୫,ଭଦ୍ରକରୁ ୭୬, କେନ୍ଦ୍ରାପଡାରୁ ୫୫, ମୟୂରଭଂଜରୁ ୯୨,ନୟାଗଡରୁ ୭୫,ପୁରୀରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧ରେ ପହଞ୍ଚିଛି।

ସେହିପରି ୬୭ ମୃତ୍ୟୁର ହିସାବ ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ଜଣ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୮ଜଣ ରହିଛନ୍ତି।ସୁନ୍ଦରଗଡ଼ ଜିଲ୍ଲାରୁ ୭ଜଣ ରହିଥିବା ବେଳେ ମୟୂରଭଞ୍ଜ, ପୁରୀ ଜିଲ୍ଲାରୁ ୬ଜଣ ଲେଖାଏଁ ରହିଛନ୍ତି । ବରଗଡ଼ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ନୟାଗଡ଼ ଜିଲ୍ଲାରୁ ୩ଜଣ ରହିଛନ୍ତି । ସେହିପରି ଅନୁଗୁଳ, ଭଦ୍ରକ, ବୌଦ୍ଧ, ଗଜପତି, ଜଗତସିଂହପୁର, ଯାଜପୁର , କଳାହାଣ୍ଡି, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୪୯୯୨ରେ ପହଞ୍ଚିଛି ।

Leave A Reply

Your email address will not be published.