ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ଅଗଷ୍ଟ ୨୨ ଭିତରେ ମାଟ୍ରିକ ଫଳ

0

ଭୁବନେଶ୍ବର: ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ବଡ଼ ସୂଚନା ଦିଆଯାଇଛି । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଦଶମ ଅଫଲାଇନ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷା ପାଇଁ ୧୫ ହଜାର ୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଂଜାମରୁ ସର୍ବାଧିକ ୧୩ ଶହ ୧୫ ଜଣ ଫର୍ମପୂରଣ କରିଛନ୍ତି । ପରୀକ୍ଷା ପରେ ଅଗଷ୍ଟ ୧୦ରୁ ୧୫ ଭିତରେ ଖାତା ମୂଲ୍ୟାୟନ ହେବ । ଏବଂ ଅଗଷ୍ଟ ୨୨ ଭିତରେ ରେଜଲ୍ଟ ବାହାରିବ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।

ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟର ପରୀକ୍ଷା କେନ୍ଦ୍ର ହେବ । କୋଭିଡ ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ । ପରୀକ୍ଷା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବିନା ମାସ୍କରେ ପରୀକ୍ଷା ଦେଇପାରିବେ ନାହିଁ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ପାଇଁ ର୍ଥମାଲ ସ୍କାନିଂ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷାକେନ୍ଦ୍ରରେ ଆଇସୋଲେସନ ରୁମ ରଖାଯିବ । ପରୀକ୍ଷା ଆରମ୍ଭ ପୂର୍ବରୁ ଓ ପରେ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯିବ । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ ଟେଷ୍ଟ ହେବ । ପରୀକ୍ଷାର ୪୮ ଘଣ୍ଟା ପୂର୍ବରୁ କୋଭିଡ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ସଚିବ କହିଛନ୍ତିା ଚଳିତବର୍ଷ କରୋନା ପାଇଁ ଦଶମ ପରୀକ୍ଷା ବାତିଲ କରାଯାଇଥିଲା । ବିନା ପରୀକ୍ଷାରେ ଫଳ ବାହାରିଥିଲା । କିନ୍ତୁ ଅନେକ ଛାତ୍ରଛାତ୍ର ନିଜ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ।

Leave A Reply

Your email address will not be published.