ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କଟକଣା ଭିତରେ ବସ ଚାଲିଲା

0

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହୋଇଛି। ବସ ମାଲିକ ସଂଘର ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି ପରେ ସାରା ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇଛି। ପ୍ରାୟ ୩ ମାସ ପରେ ଜିଲ୍ଲା ସ୍ତରକୁ ବସ ଗଡିଛି। କରୋନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏପ୍ରିଲ ୧୦ ରାଜ୍ୟ ବାହାରକୁ ଓ ମେ ୫ରୁ ରାଜ୍ୟ ଭିତରେ ବସ ଚଳାଚଳ ବନ୍ଦ ରହିଥିଲା।

ଜୁଲାଇ ୧ରୁ କାଟାଗୋରି ଏରେ ୨୦ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ମିଳିଥିଲା । ଆଜିଠୁ ବାକି ୧୦ ଜିଲ୍ଲାରେ ବସ ଚାଲିବା ଆରମ୍ଭ ହୋଇଛି । ବସ ଚଳାଚଳ ନେଇ ସରକାରଙ୍କ ଅନୁମତି ସତ୍ୱେ ମାତ୍ର ୧୦ରୁ ୧୫ ପ୍ରତିଶତ ରାସ୍ତାକୁ ଓହ୍ଲାଇଛି। ରାଜ୍ୟରେ ପ୍ରାୟ ୧୬ ହଜାରରୁ ଅଧି ବସ ଦୀର୍ଘଦିନ ହେବ ଛିଡା ହୋଇରହିଥିଲା । ବସ ଗୁଡିକ ଦୀର୍ଘଦିନ ଧରି ଚଳାଚଳ କରୁନଥିବାରୁ ବସ ଗୁଡିକର ମରାମତି ଆବଶ୍ୟକ ପଡୁଛି। ତେଣୁ ଅଳ୍ପ କିଛି ବସ ଚାଲୁଛି । ତେବେ ବସରେ ଛିଡା ହୋଇ ଯାତ୍ରା କରିବାକୁ ମନା କରାଯାଇଛି। ଉପଲବ୍ଧ ସିଟ ଅନୁଯାୟୀ ଯାତ୍ରୀ ବସରେ ଯିବେ।

Leave A Reply

Your email address will not be published.