ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଆଲୋଚନା ପୂର୍ବରୁ ହଟ୍ଟଗୋଳ

0

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନ। କିନ୍ତୁ ପ୍ରଥମ ଦିନର ପ୍ରଥମରୁ ଗୃହରେ ଆଲୋନା ପୂର୍ବରୁ ହଟ୍ଟଗୋଳ ହୋଇଛି । ବିରୋଧୀ ମାନେ ହଟ୍ଟଗୋଳ କରିବାକୁ ଗୃହକୁ ଦନ ୨ଟା ଯାଏ ମୁଲତବୀ କରାଯାଇଛି।

ନିୟମ ଅନୁସାରେ ପ୍ରଥମେ ଲୋକସଭାରେ ନବ ନିର୍ବାଚିତ ସଦସ୍ୟ ମାନେ ଶପଥ ନେଇଛନ୍ତି । ଶପଥପାଠ କରାଇଛନ୍ତି ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା । ଏହା ପରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନୂଆ ମନ୍ତ୍ରୀ ମାନଙ୍କ ପରିଚୟ ପ୍ରଧାନମନ୍ତ୍ରୀ ଦେଉଥିବା ସମୟରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । କଂଗ୍ରେସ ସଦସ୍ୟ ଗୃହରେ ହୋହାଲ୍ଲା କରିଥିଲେ । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆପତ୍ତି ଉଠାଇଥିଲେ । ଏହା ପରେ ବି ଗୃହରେ ହଟ୍ଟଗୋଳ ଜାରି ରହିଥିଲା।

ହଟ୍ଟଗୋଳ ମଧ୍ୟରେ ଗୃହକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଥିଲେ । ଏଥର ମନ୍ତ୍ରିମଣ୍ଡଳରେ ଅଧିକ ସଂଖ୍ୟାରେ ମହିଳା, ଦଳିତ ଓ ଆଦିବାସୀଙ୍କ ସାମିଲ କରାଯାଇଥିବା ମୋଦୀ କହିଛନ୍ତି। ସେହିପରି କ୍ୟାବିନେଟରେ ଚାଷୀ, ପଛୁଆ ବର୍ଗ ଓ ଗ୍ରାମାଞ୍ଚଳ ପୃଷ୍ଠଭୂମି ଥିବା ନେତାଙ୍କୁ ସୁଯୋଗ ମିଳିଛି। କିଛି ମହିଳା ସାଂସଦ ମନ୍ତ୍ରୀ ହୋଇଥିବାରୁ ବହୁତ ଖୁସି ବୋଲି ମୋଦୀ କହିଥିଲୋ।

ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଏଥର ଏକାଧିକ ପ୍ରସଙ୍ଗ ରହିଛି। ପେଗାସସ ଗୁଇନ୍ଦାଗିରିଠାରୁ ଆରମ୍ଭ କରି କରୋନା ପରିଚାଳନା,ଦରଦାମ ବୃଦ୍ଧି, ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।

Leave A Reply

Your email address will not be published.