ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଗଣେଶ୍ବର ସମ୍ଭାଳିବେ ଗଣମାଧ୍ୟମ

0
  • ଘୋଷଣା ହେଲା ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ନୂତନ କମିଟି
  • ସତ୍ୟ ପ୍ରକାଶ ନାୟକ ଆବାହକ ନିଯୁକ୍ତ, ତାରା, ସୁରଙ୍କ ସମେତ ୨୦ ନେତା ସାମିଲ
  • ଗଣମାଧ୍ୟମ ସଂଯୋଜକ ଭାବେ ଦୀପକ କୁମାର ମହାପାତ୍ର ଦାୟିତ୍ବ ତୁଲାଇବେ

ଭୁବନେଶ୍ୱର: ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ବିଭାଗର କମିଟି ଘୋଷଣା ହୋଇଛି।କମିଟିର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରହିଛନ୍ତି। ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କୁ ଆବାହକ ଭାବେ ନିଯୁକ୍ତି ପାଇଥିବା ବେଳେ ଏହି କମିଟିରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ସୁରେଶ କୁମାର ରାଉତରାୟଙ୍କ ସମେତ ୨୦ ଜଣ ସଦସ୍ୟ ଅଛନ୍ତି। ସେହିପରି ଦୀପକ କୁମାର ମହାପାତ୍ରଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦାୟିତ୍ୱ ମିଳିଛି।

ପ୍ରଦେଶ କଂଗ୍ରେସ ନୂତନ ଭାବେ ଗଣମାଧ୍ୟମ ଓ ଯୋଗାଯୋଗ କମିଟି ଗଠନ କରିଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ଅଧକ୍ଷା ସୋନିଆ ଗାନ୍ଧୀ ଏଥିରେ ମୋହର ମାରିଛନ୍ତି। ପରେ ଆଜି ଏ ନେଇ ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ ସି ଭେନୁଗୋପାଲଙ୍କ ଦସ୍ତଖତରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି କମିଟିରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ,ମନୋରଂଜନ ଦାଶ, ଦେବାଶିଷ ପଟ୍ଟନାୟକ, ଅମୀୟ ପାଣ୍ଡବ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ମହାପାତ୍ର, ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି, ସୁଦର୍ଶନ ଦାସ, ବିନାୟକ ଦାସମହାପାତ୍ର, ଡକ୍ଟର ହମିଦ ହୁସେନ୍, ସସ୍ମିତା ବେହେରା, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୁଇଁଆ, ପଦ୍ମାକର ଗୁରୁ, ଶୁଭଶ୍ରୀ ପଣ୍ଡା, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି।

Leave A Reply

Your email address will not be published.